ନୂଆ ବର୍ଷରେ TV ଦେଖିବା ହେବ ଶସ୍ତା, ୧୩୦ ଟଙ୍କାରେ ଏବେ ମିଳିବ ୨୦୦ ଚାନେଲ

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ ୨।୧: ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଡିଟିଏଚ୍ ଓ କେବୁଲ ଟିଭି ଦେଖୁଥିବା ଲୋକଙ୍କ ଲାଗି ଖାସ ସୁଯୋଗ ସୃଷ୍ଟି କରିଛନ୍ତି। ଏବେ ଆପଣ ୧୩୦ଟଙ୍କାରେ ୨୦୦ ଚାନେଲ ଦେଖିପାରିବେ। ଏଥିଲାଗି ଟ୍ରାଇ ତାଙ୍କ ଶୁଳ୍କ ନିୟମରେ ସୁଧାର କରିଛନ୍ତି। ଟ୍ରାଇଙ୍କ ନୂଆ ନିୟମ ଅନୁସାରେ ବ୍ରଡକାଷ୍ଟରମାନେ ଜାନୁୟାରୀ ୧୫ ତାରିଖ ସୁଦ୍ଧା ସେମାନଙ୍କ ଦର ସଂଶୋଧନ କରିବେ। ଏଣୁ ସେମାନଙ୍କୁ ଜାନୁୟାରୀ ୩୦ ତାରିଖ ସୁଦ୍ଧା ସେମାନଙ୍କ ନୂଆ ଦର ସୂଚୀ ପ୍ରସ୍ତୁତ କରିବାକୁ କୁହାଯାଇଛି।

{"id":205987,"sizeSlug":"large"}

ସେମାନଙ୍କ ନୂଆ ଚାନେଲ ସୂଚୀ ୧ ମାର୍ଚ୍ଚ ୨୦୨୦ରୁ ସାରା ଦେଶରେ ଲାଗୁ ହେବ। ନୂଆ ନିୟମରେ ଫ୍ରି ଟୁ ଏୟାର ଚାନେଲମାନଙ୍କ ଶୁଳ୍କ ହ୍ରାସ କରାଯାଇଛି। ସେମାନଙ୍କ ମାସିକ ଶୁଳ୍କ ଟ୍ରାଇ ୧୬୦ ଟଙ୍କା କରିଦେଇଛନ୍ତି। ଏଥିସହିତ କେବୁଲ ଓ ପ୍ରସାରଣ ସେବା ଲାଗି ନୂଆ ନିୟାମକ ରୂପରେଖ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏବେ ଉପଭୋକ୍ତାଙ୍କୁ କେବଳ ଫିସ୍ ଆକାରରେ ୧୩୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏଥିରେ ୨୦୦ ଚାନେଲ ଦେଖିହେବ।

{"id":205988,"width":571,"height":356,"sizeSlug":"large"}

ଏବେ ନୂଆ ନିୟମ ଅନୁସାରେ ବ୍ରଡକାଷ୍ଟର ୧୯ ଟଙ୍କିଆ ଚାନେଲ ସେମାନଙ୍କ ବୁକେରେ ରଖିପାରିବେ ନାହିଁ। ଏଣୁ ଟ୍ରାଇଙ୍କ ନୂଆ ଟାରିଫ ଅର୍ଡରରେ ଲୋକେ ୧୬୦ ଟଙ୍କାରେ ୫ଶହ ଚାନେଲ ଦେଖିପାରିବେ। ସେହିପରି ଘରେ ଦ୍ୱିତୀୟ ଟିଭି କନେକ୍ସନ ଲାଗି ସେମାନଙ୍କୁ ଅଧିକ ୫୨ଟଙ୍କା ଦେବାକୁ ପଡିବ। ଟ୍ରାଇଙ୍କ ନୂଆ ନିୟମରେ କେବୁଲ ଓ ଡିଟିଏଚ୍‌ରେ ଦେଖୁଥିବା ଲୋକେ ସାମାନ୍ୟ ଆଶ୍ୱସ୍ତ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.