Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ରୋହିତ ଶର୍ମାଙ୍କୁ ଅଧିନାୟକ ନକରିବା ଲଜ୍ଜାଜନକ ଏବଂ ଭାରତୀୟ ଦଳ ପାଇଁ ଦୁର୍ଭାଗ୍ୟର କଥା ହେବ: ଗମ୍ଭୀର

11/11/2020 at 3:29 PM

ନୂଆଦିଲ୍ଲୀ ୧୧।୧୧: ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ପଞ୍ଚମ ଥର ଟାଇଟଲ୍ ଜିତିଛି। ଏଥି ସହ ସେ ପ୍ରମାଣିତ କରିଛନ୍ତି ଯେ, ସେ ଟି-୨୦ରେ ବାଦଶାହା। ମଙ୍ଗଳବାର ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସଙ୍କୁ ୫ ଓ୍ଵିକେଟ୍‌ରେ ହରାଇ ପଞ୍ଚମ ଥର ଏବଂ କ୍ରମାଗତ ଦ୍ଵିତୀୟ ଥର ଆଇପିଏଲ ଟ୍ରଫି ଜିତିଛି। ଏଥିସହ ରୋହିତ ଶର୍ମା ଆଇପିଏଲରେ ସବୁଠୁ ସଫଳ ଅଧିନାୟକ ହେବାର ମଧ୍ୟ ରେକର୍ଡ କରିଛନ୍ତି।

ଆଇପିଏଲରେ ମୁମ୍ବାଇକୁ ପୁଣି ଥରେ ଚମ୍ପିଆନ କରାଇବା ପରେ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କରାଯିବାକୁ ଦାବି ଉଠିବାରେ ଲାଗିଛି। ଆଗାମୀ ଦିନରେ ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଅଧିନାୟକ ପଦ ପାଇଁ ରୋହିତ ଶର୍ମାଙ୍କ ନାମ ବିଚାର ନକରାଗଲେ ଏହା ବହୁତ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ହେବ ବୋଲି ପୂର୍ବତନ ଭାରତୀୟ କ୍ରିକେଟ୍ ଗୌତମ ଗମ୍ଭୀର କହିଛନ୍ତି।

ସେ କହିଛନ୍ତି, ଯଦି ରୋହିତଙ୍କୁ ଭାରତୀୟ ଦଳର ଅଧିନାୟକ କରାନଯାଏ ତେବେ ଏଥିରେ ଦଳର ହିଁ କ୍ଷତି ଘଟିବ ରୋହିତ ଶର୍ମାଙ୍କ ନୁହେଁ। ସେ କହିଛନ୍ତି ଜଣେ ଅଧିନାୟକ ସେତେ ଭଲ ହୋଇଥାଏ, ଯେତିତି ଭଲ ଏହାର ଟିମ୍ ହୋଇଥାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ରୋହିତ ଜଣେ ଭଲ ଅଧିନାୟକ। ସେ ନିଜକୁ ସାବ୍ୟସ୍ତ ମଧ୍ୟ କରି ସାରିଛନ୍ତି। ଅଧିନାୟକ ପାଇଁ ଏକ ମାପଦଣ୍ଡ ହୋଇଥାଏ ଯେ, କିଏ ଭଲ ଅଧିନାୟକ ଏବଂ କିଏ ବିଫଳ ଅଧିନାୟକ।

ପୂର୍ବତନ ଭାରତୀୟ ଓପନର କହିଛନ୍ତି ଖେଳାଳିଙ୍କୁ ପରଖିବା ମାପଦଣ୍ଡ ସଭିଙ୍କ ପାଇଁ ସମାନ ହେବା ଉଚିତ୍। ରୋହିତ ନିଜର ଅଧିନାୟକତ୍ଵରେ ଟିମ୍‌କୁ ପାଞ୍ଚ ଥର ଚମ୍ପିଆନ କରାଇ ସାରିଲେଣି। ଆମେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏଥିପାଇଁ ସବୁଠୁ ସଫଳ ଭାରତୀୟ ଅଧିନାୟକ କହୁଛୁ କାରଣ ସେ ଦେଶକୁ ଦୁଇ ଥର ବିଶ୍ଵ ବିଜେତା କରାଇଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସକୁ ତିନି ଥର ଆଇପିଏଲ ଟ୍ରଫି ଜିତାଇଛନ୍ତି। ତେଣୁ ଆଗାମୀ ଦିନରେ ରୋହିତଙ୍କୁ ଯଧି ଅଧିନାୟକ ଦାୟିତ୍ଵ ନମିଳେ ତେବେ ଏହା ଲଜ୍ଜାକର କଥା ହେବ ବୋଲି ଗମ୍ଭୀର କହିଛନ୍ତି।

   Related Posts