ନିର୍ଭୟାଙ୍କ ହାତ ଲେଖା ଶବ୍ଦ ପଢିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଯନ୍ତ୍ରଣା ଅନୁଭବ କରିବେ, କେମିତି ଥିଲା ନିର୍ଭୟାଙ୍କ ଶେଷ ସମୟ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୦୩: ନିର୍ଭୟା ମାମଲାରେ ସାତ ବର୍ଷ ପରେ ଦୋଷୀଙ୍କୁ ଫାଶୀ ହେଲେ ମଧ୍ୟ  ଭବିଷ୍ୟତରେ ଏହି ମାମଲା ଲୋକଙ୍କ ମନରେ ନିଶ୍ଚୟ ରହିବ। ଏହି ମାମଲାରେ ପରେ ପୂରା ଦେଶ ଯେଉଁଭଳି ଅପରାଧୀଙ୍କ ପ୍ରତି କ୍ରୋଧ ଓ ଘୃଣାର ଭାବ ଏବଂ ନିର୍ଭୟାଙ୍କ ପ୍ରତି ସମବେଦନା, ଦୁଃଖ ଓ ସମ୍ମାନ ଦେଖାଇଲା ତାକୁ ପୂରା ଦୁନିଆ ଦେଖିଲା। ମାତ୍ର ସେହି ସମୟରେ ଯେଉଁ ଯନ୍ତ୍ରଣା ନିର୍ଭୟା ଓ ତାଙ୍କ ମା ବରଦାସ୍ତ କଲେ ତାର କଳ୍ପନା କେହି କରି ପାରିବେ ନାହିଁ।

୨୦୧୨ ଡିସେମ୍ବର ୧୬ ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ନିଃଶ୍ଵାସ ଥମିବା ପର୍ଯ୍ୟନ୍ତ ନିର୍ଭୟାଙ୍କ ଜୀବନ ପ୍ରତି ମୁହୂର୍ତ୍ତରେ ଜୀବନ ମରଣ ସହ ଲଢେଇ କରୁଥିଲା। ତଥାପି ସେ ଜୀବନ ଯୁଦ୍ଧରେ ଜିତି ପାରିନଥିଲେ। ତାଙ୍କର କିଛି ସ୍ଵପ୍ନ ଥିଲା। ଛୋଟ ଜାଗାରୁ ଜନ୍ମ ହୋଇଥିବା ନିର୍ଭୟା ବଡ ହୋଇ କିଛି କରିବାକୁ ଚାହୁଁଥିଲେ ଏବଂ କରି ମଧ୍ୟ ପାରିଥାନ୍ତେ ମାତ୍ର ଛଅ ଜଣ ପିଶାଚ ତାଙ୍କୁ କୌଣସି କୂଳରେ ହେବାକୁ ଦେଲେନି। ହସ୍ପିଟାଲରେ ଜୀବନ ଓ ମରଣ ମଧ୍ୟରେ ସେ ପ୍ରତି ମୁହୂର୍ତ୍ତକୁ ମନେ ପକାଉଥିଲେ ଯାହା ସେ ନିଜ ଘରର ପରିଜନ ସହିତ ବିତାଇଥିଲେ।

ସେ ଯେବେ ହସ୍ପିଟାଲରେ ନିଜ ମାଙ୍କ ସାମ୍ନାରେ କଥା କହି ପାରୁନଥିଲେ ଏବଂ ଯନ୍ତ୍ରଣାରେ ଛଟ ପଟ ହେଉଥିଲେ ତେବେ ସେ ନିଜର ମନ କଥା କହିବା ପାଇଁ ଛୋଟ ଛୋଟ କାଗଜର ସାହାରା ନେଉଥିଲେ। ସେଥିରେ ସେ ନିଜ ମନରେ ଆସୁଥିବା କଥାକୁ ଲେଖି ମାଙ୍କୁ ଦେଇ ଦେଉଥିଲେ। ଏହି ସମୟରେ ସେ ଯାହା କିଛି କହିଲେ ତାହା ଶୁଣିଲେ ଯେ କେହି ଲୋକଙ୍କର ଲୋମ ଟାଙ୍କୁରି ଉଠିବ। ଯଦି ଆପଣଙ୍କୁ ବିଶ୍ଵାସ ହେଉନି ତେବେ ଏହା ପଢିଲେ ଆପଣ ଜାଣି ପାରିବେ କେମିତି ଥିଲା ନିର୍ଭୟାଙ୍କ ଶେଷ ସମୟ…

୨୦୧୨ ଡିସେମ୍ବର ୧୯

ମା ମୋତେ ବହୁତ ଯନ୍ତ୍ରଣା ହେଉଛି। ମୋର ମନେ ପଡୁଛି ଯେ, ଆପଣ ଏବଂ ବାପା ମୋତେ ପିଲା ବେଳେ ପଚାରିଥିଲେ ଯେ ମୋତେ ବଡ ହେଲେ କଣ ହେବାର ଅଛି। ସେହି ସମୟରେ ମୁଁ ଆପଣଙ୍କୁ କହିଥିଲି ମୋତେ ଫିଜିଓଥେରାପିଷ୍ଟ ହେବାର ଅଛି। ମୋ ମନରେ କେବଳ ଗୋଟିଏ କଥା ଥିଲା ମୁଁ କେମିତି ଲୋକଙ୍କ ଯନ୍ତ୍ରଣାକୁ କମ କରି ପାରିବି। ଆଜି ମୋତେ ଏତେ ପୀଡା ହେଉଛି ଯେ, ଡାକ୍ତର କିମ୍ବା ଔଷଧ ଏହାକୁ କମ କରି ପାରୁନାହିଁ। ଡାକ୍ତର ପାଞ୍ଚ ଥର ମୋର ଛୋଟ ବଡ ଅପରେସନ କରି ସାରିଛନ୍ତି ମାତ୍ର ଯନ୍ତ୍ରଣା କମ ହେବାର ନାଁ ନେଉ ନାହିଁ।

୨୦୧୨ ଡିସେମ୍ବର ୨୦

ମାଁ ମୁଁ ଠିକରେ ନିଃଶ୍ଵାସ  ନେଇ ପାରୁ ନାହିଁ। ଡାକ୍ତରଙ୍କୁ କୁହନ୍ତୁ ଯେ ସେ ମୋତେ ଏନସ୍ଥିସିଆ ଦିଅନ୍ତୁ ନାହିଁ। ଯେବେ ବି ମୁଁ ଆଖି ବନ୍ଦ କରୁଛି ଲାଗୁଛି ମୁଁ ବହୁତ ପିଶାଚଙ୍କ ମଝିରେ ଫସି ଯାଇଛି। ରାକ୍ଷସ ରୂପୀ ମଣିଷ ମୋର ଶରୀରକୁ ଖିନ ଭିନ କରୁଛନ୍ତି। ମା ଏହି ଲୋକ ବହୁତ ଭୟାନକ ଅଟନ୍ତି। ଭୋକିଲା ପଶୁ ପରି ସେମାନେ ମୋ ଉପରେ ଆକ୍ରମଣ କରିଥିଲେ। ସେମାନେ ମୋ ଶରୀରକୁ ପୂରା ଖିନ ଭିନ କରିବାକୁ ଚାହୁଁଥିଲେ। ମା ମୁଁ ଏବେ ନିଜ ଆଖି ବନ୍ଦ କରିବାକୁ ଚାହୁଁ ନାହିଁ। ମୋତେ ବହୁତ ଭୟ ଲାଗୁଛି। ମୁଁ ଏବେ ନିଜର ଚେହେରା ଦେଖିବାକୁ ଚାହୁଁନାହିଁ।

୨୦୧୨ ଡିସେମ୍ବର ୨୨

ମା ମୋତେ ଗାଧୋଇ ଦିଅ, ମୁଁ ଗାଧୋଇବାକୁ ଚାହୁଁଛି। ମୁଁ ବର୍ଷ ବର୍ଷ ଧରି ସାଓ୍ଵାର ତଳେ ବସି ରହିବାକୁ ଚାହୁଁଛି। ମୁଁ ସେହି ପିଶାଚଙ୍କ ଅସନା ସ୍ପର୍ଶକୁ ଧୋଇ ଦେବାକୁ ଚାହୁଁଛି, ଯେଉଁ କାରଣ ପାଇଁ ମୁଁ ନିଜ ଶରୀରକୁ ଘୃଣା କରିବା ଆରମ୍ଭ କରିଛି। ମୁଁ ଅନେକ ଥର ବାର୍ଥରୁମ ଯିବାକୁ ଚେଷ୍ଟା କରିଛି ମାତ୍ର ପେଟରେ ଯନ୍ତ୍ରଣା କାରଣରୁ ଉଠି ପାରି ପାରି ନାହିଁ। ମୋ ଶରୀରରେ ଏତେ ଶକ୍ତି ନାହିଁ ଯେ, ମୁଁ ମୁଣ୍ଡ ଉଠାଇ ଆଇସିୟୁ ବାହାରେ ଛିଡା ହୋଇ ନିଜକୁ ଦେଖି ପାରିବି। ମା ମୋତେ ଛାଡିକି ଯାଅ ନାହିଁ। ଏକାକୀ ମୋତେ ବହୁତ ଭୟ ଲାଗୁଛି। ମୁଁ ଆପଣଙ୍କୁ ଖାଲି ଖୋଜି ବୁଲୁଛି।

୨୦୧୨ ଡିସେମ୍ବର ୨୩

ମା ମୋର ଚିକିତ୍ସା ପାଇଁ ଲଗା ଯାଇଥିବା ସବୁ ମେସିନ ମୋତେ ସେହି ଟ୍ରାଫିକ ସିଗ୍ନାଲକୁ ମନେ ପକାଇ ଦେଉଛି ଯାହା ଆଖପାଖରେ ଅନେକ ଗାଡି ହର୍ଣ୍ଣ ବଜାଇ ଶବ୍ଦ କରୁଛନ୍ତି। ମାତ୍ର କେହି ଅଟକିବାର ନାମ ନେଉ ନାହାନ୍ତି। ମୋର ସ୍ଵର ଓ ଚିତ୍କାରକୁ କେହି ଶୁଣି ପାରୁ ନାହାନ୍ତି। ଏହି କୋଠରୀର ଶାନ୍ତି ମୋତେ ସେହି କାଳ ରାତ୍ରିକୁ ମନେ ପକାଇ ଦେଉଛି ଯେ ସେହି ପଶୁମାନେ ମୋତେ ଅର୍ଦ୍ଧନଗ୍ନ କରି ସଡକରେ ମୋର ସାଙ୍ଗ ସହିତ ଫିଙ୍ଗି ଦେଇଥିଲେ। ମା ବାପା ଠିକ୍ ଅଛନ୍ତି ତ, ତାଙ୍କୁ କହିବେ ସେ ଦୁଃଖ କରିବେ ନାହିଁ।

୨୦୧୨ ଡିସେମ୍ବର ୨୫

ମା ଆପଣ ମୋତେ ସର୍ବଦା ମୁସ୍କିଲ ସହ ଲଢିବା ଶିଖାଇଛନ୍ତି। ମୁଁ ସେହି ପଶୁମାନଙ୍କୁ ସଜା ଦେବାକୁ ଚାହୁଁଛି। ଏହି ପିଶାଚମାନଙ୍କୁ ଏମିତି ଛଡା ଯାଇ ପାରିବ ନାହିଁ। ସେମାନଙ୍କୁ କ୍ଷମା କରିବାକୁ କେବେ ବି ଭୁଲ କରି ପାରିବେ ନାହିଁ। ସେମାନେ ମୋ ସାଙ୍ଗକୁ ନିର୍ମମ ଭାବେ ମାଡ ମାରିଥିଲେ, ସେହି ସମୟରେ ସେ ମୋତେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମୋତେ ପିଶାଚଙ୍କ କବଳରୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରିଥିଲେ। ଏବେ ସେ କେମିତି ଅଛନ୍ତି।

୨୦୧୨ ଡିସେମ୍ବର ୨୬

ମା ଏବେ ମୁଁ ବହୁତ ଥକି ଗଲିଣି। ମୋ ହାତକୁ ନିଜ ହାତକୁ ନେଇ ଯାଅ। ମୁଁ ଏବେ ଶୋଇବାକୁ ଚାହୁଁଛି। ମା ମୋ ମୁଣ୍ଡରେ ନିଜର ପାଦ ରଖିଦେ। ମୋ ଶରୀର ସଫା କରି ଦିଅନ୍ତୁ। ଡାକ୍ତରଙ୍କୁ କହି ମୋର ଯନ୍ତ୍ରଣାକୁ କମ କରିବାକୁ ଔଷଧ ଦିଅନ୍ତୁ, ବହୁତ ଯନ୍ତ୍ରଣା ହେଉଛି। ମୋର ପେଟରେ କ୍ରମାଗତ ଯନ୍ତ୍ରଣା  ବଢିବାରେ ଲାଗିଛି। ଡାକ୍ତରଙ୍କୁ କୁହନ୍ତୁ ଯେ ସେ ଏବେ ମୋ ଶରୀରର ଆଉ କୌଣସି ଅଙ୍ଗ କାଟିବେ ନାହିଁ। ଏଥିରେ ମୋତେ ବହୁତ ଯନ୍ତ୍ରଣା ହେଉଛି। ମା ମୋତେ କ୍ଷମା କରି ଦେବେ, ମୁଁ ଏବେ ଜୀବନ ସହ ଆଉ ଲଢି ପାରିବି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.