Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୱାଜ ସରିଫଙ୍କୁ ଦେଶ ଛାଡିବାକୁ ଅନୁମତି ଦେଇ ପଶ୍ଚାତାପ କରୁଛନ୍ତି ଇମ୍ରାନ,ଜାଣନ୍ତୁ କହିଛନ୍ତି କ’ଣ?

28/08/2020 at 8:06 PM

ଇସ୍ଲାମାବାଦ ୨୮।୮:  ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦେଶ ଛାଡି ଯିବାକୁ ଅନୁମତି ଦେବା ସରକାରଙ୍କର ମସ୍ତ ବଡ ଭୁଲ ଥିଲା। ଏଥିପାଇଁ ସରକାର ଏବେ ପଶ୍ଚାତାପ କରୁଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଗୁରୁବାର ଏକ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେଇ ଇମ୍ରାନ ଏହା କହିଥିଲେ। ସେ କହିଥିଲେ ଯେ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସେ ଚାପରେ ଥିଲେ। ଏ ନେଇ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ପାକିସ୍ତାନ ମୁସ୍ଲିମ ଲିଗ–ନୱାଜ୍‌ (ପିଏମଏଲ-ଏନ୍) ନେତା ଗୁରୁତର ଅସୁସ୍ଥ ଥିବା କୁହାଯାଇଥିଲା ବୋଲି ଇମ୍ରାନ କହିଛନ୍ତି।

ରିପୋର୍ଟକୁ ନେଇ ମନ୍ତ୍ରୀମଣ୍ଡଳରେ ଦୀର୍ଘ ଆଲୋଚନା ମଧ୍ୟ ହୋଇଥିଲା। ମାନବୀୟ ଆଧାରରେ ସରିଫଙ୍କୁ ବିଦେଶରେ ଚିକିତ୍ସା ଅନୁମତି ଦିଆଯାଇ ପାରିବ କି ନା ସେନେଇ ହୋଇଥିବା ଆଲୋଚନାରେ ତାଙ୍କୁ ଦେଶରୁ ଯିବାକୁ ଅନୁମତି ଦିଆଯାଉ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏଥିରେ ନ୍ୟାୟାଳୟ ଏକ ସର୍ତ୍ତ ରଖିଦେଇଥିଲେ। ସରିଫଙ୍କର ଯାହାବି ହୁଏ ଏଥିଲାଗି ସରକାର ଦାୟୀ ରହିବେ ବୋଲି କହିଥିଲେ । ସେହିପରି ସରିଫଙ୍କ ଭାଇ ଶାହାବାଜ ମଧ୍ୟ ୭ ବିଲିୟନ ପାକିସ୍ତାନୀ ଟଙ୍କା ବିନିମୟରେ ତାଙ୍କର ଜାମିନ କରାଇଥିଲେ ଓ ଭାଇ ପୁଣି ଦେଶକୁ ଫେରି ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ଆମେ ଲଜ୍ଜିତ ଅନୁଭବ କରୁଥିବା ଇମ୍ରାନ କହିଛନ୍ତି।

ଏବେ ସରିଫ ବିଦେଶରେ ରହି ରାଜନୀତି ମଧ୍ୟ କଲେଣି ବୋଲି ଇମ୍ରାନ କହିଛନ୍ତି। ତେବେ ମୁଁ ମୋ ତରଫରୁ ଯାହା କରିବାର ଥିଲା ସବୁ କରିଛି। ହେଲେ ସେ ସରକାରଙ୍କ ସହ ବିଶ୍ୱାସଘାତ କରିଥିବା କହିଛନ୍ତି ଇମ୍ରାନ। ମେଡିକାଲ ରିପୋର୍ଟରେ ହୁଏତ ନୱାଜ ଇଂଲଣ୍ଡ ପହଞ୍ଚି ନ ପାରନ୍ତି ବୋଲି ଆଶଙ୍କା କରାଯାଇଥିଲା। ଏଣୁ ତାଙ୍କର ଯଦି ସେପରି କିଛି ହୋଇଥାନ୍ତା ସେଥିପାଇଁ ସରକାରଙ୍କୁ ଦାୟି କରାଯାଇଥାନ୍ତା। ଏବେ ମଧ୍ୟ ସରକାର ତାଙ୍କ ଲାଗି କୋର୍ଟଙ୍କ ନିକଟରେ ବନ୍ଧା ପଡିଛନ୍ତି ବୋଲି ଇମ୍ରାନ କହିଛନ୍ତି।

   Related Posts