ଚୀନ ମାନଚିତ୍ରରେ ଲଦାଖ ଆସିବାରୁ ଭାରତ କ୍ଷୁବ୍ଧ, ଟ୍ବିଟର ସିଇଓଙ୍କୁ ଭାରତର କଡ଼ା ଚେତାବନୀ

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨/୧୦: ମାଇକ୍ରୋ ବ୍ଲଗିଙ୍ଗ ଓ୍ବେବସାଇଟ୍ ଟ୍ବିଟର ଲଦାଖ ଓ ଜମ୍ମୁ କଶ୍ମୀରକୁ ଚୀନର ଅଂଶ ଭାବେ ଦେଖାଇବାରୁ ଭାରତ କ୍ରୋଧ ବ୍ୟକ୍ତ କରିଛି। ଏହା ସହ ଟ୍ବିଟରକୁ କଡ଼ା ଚେତାବନୀ ମଧ୍ୟ ଦେଇଛି। ଆଇଟି ମନ୍ତ୍ରାଳୟ ସଚିବ ଅଜୟ ସାହାନି ଏହି ମାମଲାକୁ ନେଇ ଟ୍ବିଟର ସିଇଓ ଜ୍ୟାକ୍ ଡୋରସିଙ୍କୁ ଚିଠି ଲେଖିଛନ୍ତି। ଏହା ଉପରେ ସରକାରଙ୍କ ଆପତ୍ତି ଥିବା ଜଣାଇବା ସହ ଏ ନେଇ ସତର୍କ କରିଛନ୍ତି ଟ୍ବିଟର ସିଇଓଙ୍କୁ। ଭାରତ ନକ୍ସା ଟ୍ବିଟରରେ ଭୁଲ ଭାବେ ଦେଖାଯାଇଛି କହିଛନ୍ତି ଅଜୟ। ସେଥିପାଇଁ ସେ କହିଛନ୍ତି ଭାରତର ଅଖଣ୍ଡତାକୁ ଅନାଦର କରିବା ନେଇ କୌଣସି ପ୍ରୟାସକୁ ସ୍ବୀକାର କରାଯିବ ନାହିଁ।

ଏହି ଚିଠିର ଉତ୍ତର ମଧ୍ୟ ଟ୍ବିଟର ରଖିଛି। ଟ୍ବିଟର ପକ୍ଷରୁ କୁହାଯାଇଛି ଭାରତ ସରକାରଙ୍କ ସହିତ କାମ କରିବା​‌ ପାଇଁ ସେମାନେ ପ୍ରତିବଦ୍ଧ। ଯାହା ବି କିଛି ଚିଠିରେ ଦର୍ଶଯାଇଛି ତାହାକୁ ସେମାନେ ବୁଝୁଛନ୍ତି ଓ ଏହାର ସମ୍ମାନ କରୁଥିବା କହିଛନ୍ତି। ଏହା ପୂର୍ବରୁ ଟ୍ବିଟର ପ୍ରବକ୍ତା ବୟାନ ଜାରି କରି କହିଥିଲେ ମାମଲାର ସମ୍ବେଦନଶୀଳତାକୁ ବୁଝାଯାଉଛି। ରବିବାର ଦେଖା ଦେଇଥିବା ଯାନ୍ତ୍ରିକ ତ୍ରୁଟି ବାବଦରେ ମଧ୍ୟ ମେସାନେ ଅବଗତ ଥିବା ସୂଚାଇଛନ୍ତି। ଏହି ପୂରା ମାମଲାର ତଦନ୍ତ ଓ ସମାଧାନ ମଧ୍ୟ କରାଯାଇଛି।

କ’ଣ ଥିଲା ମାମଲା: ଅକ୍ଟୋବର ୧୮ରେ ଟ୍ବିଟର ତା’ ଫ୍ଲାଟଫର୍ମରେ ଲଦାଖର ଜି​‌ୟୋ ଟ୍ୟାଗ୍ ଲୋକେସନକୁ ଚୀନରେ ଦେଖାଇ ଥିଲା। ନ୍ୟାସନାଲ ସିକ୍ୟୁରିଟି ଆନାଲିଷ୍ଟ ନୀତିନ ଗୋଖଲେ ଓ ଅବଜରଭର ରିସର୍ଚ ଫାଉଣ୍ଡେସନ ଏହି ମାମଲାକୁ ଉଠାଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.