ସରୁଛି ଅବଧି ! ୨ଘଣ୍ଟାରେ ରିଟର୍ଣ୍ଣ ଦାଖଲ କରିଛନ୍ତି ୨ଲକ୍ଷ କରଦାତା, ଜାଣନ୍ତୁ ଦିନତମାମର ଫଳାଫଳ
10/01/2021 at 9:58 PM

ନୂଆଦିଲ୍ଲୀ ୧୦।୧: ରବିବାର ୨୦୧୯-୨୦ ବର୍ଷର ଆୟକର ରିଟର୍ଣ୍ଣ ଫାଇଲର ଶେଷ ଦିନ। ରିଟର୍ଣ୍ଣ ଲୋକେ ମଧ୍ୟରାତ୍ର ସୁଧା ଭରିପାରିବେ। ତେବେ ପୂର୍ବାହ୍ନରେ ଆୟକର ରିଟର୍ଣ୍ଣ ଆରମ୍ଭ ହେବାର ମାତ୍ର ୨ ଘଣ୍ଟାରେ ଦେଶର ୨ ଲକ୍ଷ କରଦାତା ସେମାନଙ୍କ ରିଟର୍ଣ୍ଣ ଫାଇଲ କରିବା ନୂଆ ରେକର୍ଡ ସୃଷ୍ଟି କରିଛି।
ସେହି ଅନୁସାରେ ଅପରାହ୍ନ ୨ଟା ବେଳକୁ ଅନୁନ୍ୟ ୧୧ ଲକ୍ଷ କରଦାତା ସେମାନଙ୍କ ରିଟର୍ଣ୍ଣ ଫାଇସ କରିସାରିଥିବା ବେଳେ ଅପରାହ୍ନ ୪ଟା ବେଳକୁ ଦେଶରେ ଅନୁନ୍ୟ ୧୩ଲକ୍ଷ ୨୯ ହଜାର ୩୧୩ଟି ରିଟର୍ଣ୍ଣ ଫାଇଲ ହୋଇଥିବା ଆୟକର ବିଭାଗ ସୂଚିତ କରିଛନ୍ତି।
ଆୟକର ରିଟର୍ଣ୍ଣ ଫାଇଲିଂର ଶେଷ ଦିନର ପ୍ରଥମ ଘଣ୍ଟାରେ ୧ଲକ୍ଷ ୯୮ହଜାର ୩୪୭ କରଦାତା ସେମାନଙ୍କ ରିଟର୍ଣ୍ଣ ଭରି ସାରିଥିଲେ। ଆୟକର ରିଫଣ୍ଡ ଲାଗି ଆପଣଙ୍କ ବ୍ୟାଙ୍କ ଖାତା ପାନ୍ କାର୍ଡ ସହ ସଂଯୁକ୍ତ ହୋଇଥିବା ଆବଶ୍ୟକ। ଏଥିଲାଗି ପୂର୍ବରୁ ଆୟକର ବିଭାଗ ଘୋଷଣା କରିସାରିଛନ୍ତି। ମାର୍ଚ୍ଚ ୨୦୧୯ରୁ କେବଳ ଇ-ରିଫଣ୍ଡ କରାଯାଉଛି। ଏଣୁ ସେହି ଖାତାକୁ ରିଫଣ୍ଡ ଫେରିବ ଯାହା ପାନକାର୍ଡ ସହ ସଂଯୁକ୍ତ।
ଗତବର୍ଷ କରୋନା ଲକଡାଉନ୍ ଆୟକର ରିଟର୍ଣ୍ଣରେ ବାଧକ ହୋଇଥିଲା। ଅନଲକ ପରେ ଏଥିପାଇଁ ଆୟକର ବିଭାଗ ସୁବିଧା ଉପଲବ୍ଧ କରିଥିବା ବେଳେ ଅନେକବାର ତିଥି ସମ୍ପ୍ରସାରଣ ହୋଇଛି। ଏଥିରେ ଶେଷ ତାରିଖ ୩୧ ଡିସେମ୍ବର ଥିବା ବେଳେ କରୋନା କାଳ ଯୋଗୁ ପୁଣି ଥରେ ବିଭାଗ ଜାନୁୟାରୀ ୧୦ ତାରିଖକୁ ସମ୍ପ୍ରସାରଣ କରିଥିଲେ।