Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

କରଦାତାଙ୍କ ଲାଗି ସମ୍ପ୍ରସାରିତ ହେଲା ଆୟକର ରିଟର୍ଣ୍ଣ ଫାଇଲ ତାରିଖ, ଜାଣନ୍ତୁ ଶେଷ ତିଥି କେବେ ?

30/12/2020 at 7:17 PM

ନୂଆଦିଲ୍ଲୀ ୩୦।୧୨: ଆୟକର ବିଭାଗ ଆକଳନ ବର୍ଷ ୨୦୨୦-୨୧ (୨୦୧୯-୨୦ ଆର୍ଥିକ ବର୍ଷ)ର ବ୍ୟକ୍ତିଗତ କରଦାତାଙ୍କ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ତିଥି ଡିସେମ୍ବର ୩୧ରୁ ୧୦ ଜାନୁୟାରୀ ୨୦୨୧କୁ ସମ୍ପ୍ରସାରିତ ହୋଇଛି। ଏ ନଇ ଆୟକର ବିଭାଗ ତାଙ୍କ ଅଧିକାରୀକ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ସୂଚନା ପୋଷ୍ଟ କରିଛନ୍ତି। ଏହା ସହ ଏକ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ସେୟାର କରିଛନ୍ତି ଆୟକର ବିଭାଗ ।

କୋଭିଡ-୧୯ ଲାଗି ବୈଧାନି ସତର୍କତା ପାଳନ କରାଯାଉଥିବାରୁ କରଦାତାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବିଜ୍ଞପ୍ତିରେ କୁହାଯାଇଛି। ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ସମୟ ସୀମା ବିସ୍ତାର କରୁଛନ୍ତି। ଏଥିରେ ଆଇଟି ରିଟର୍ଣ୍ଣ  ପ୍ରସ୍ତୁତି ନିମନ୍ତେ କରଦାତାଙ୍କୁ ୨୦୨୧ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ସମୟ ସମ୍ପ୍ରସାରଣ କରିଥିବା କୁହାଯାଇଛି।

୨୦୨୦ ଆର୍ଥିକ ବର୍ଷ ଲାଗି ସେବା ଓ ସାମଗ୍ରୀ କର (ଜିଏସଟି) ବାର୍ଷିକ ରିଟର୍ଣ୍ଣ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଧାରିତ ତିଥିକୁ ୨୮ ଫେବୃଆରୀ  ୨୦୨୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସେହିପରି ଆୟକର ବିଭାଗଙ୍କ ସୂଚନାରେ କରଦାତାଙ୍କ ଲାଗି ସରକାରଙ୍କ ପକ୍ଷରୁ ସମ୍ପ୍ରସାରିତ ଅନ୍ୟ କର ସମ୍ପର୍କିତ ତିଥିର ମଧ୍ୟ ଟ୍ୱିଟ୍‌ରେ ବିସ୍ତୃତ ସୂଚନା ଦିଆଯାଇଛି।

   Related Posts