୧୬ ତାରିଖ ଯାଏଁ ବର୍ଷା: ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | March 13, 2020 IST

ଭୁବନେଶ୍ବର୧୩/୩: ଶୁକ୍ରବାର ଅର୍ଥାତ ଆଜି ଠାରୁ ଆଗାମୀ ୪ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତାକାଲି ଉତ୍ତର ଓଡ଼ିଶା ସମେତ ଆଉ କିଛି ଜିଲ୍ଲାରେ ବର୍ଷା ହେବ । ୯ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ୧୬ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ୱାସ କହିଛନ୍ତି, ଶୁକ୍ରବାର ଉତ୍ତର ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଜୋର୍‌ରେ ପବନ ବହିବ । ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଁଭାଁ ବର୍ଷା ହୋଇପାରେ ।

୧୪ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ଜାରି କରାଯାଇଛି ।

୧୫ରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୬ ତାରିଖରେ ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ରାୟଗଡ଼ାରେ ବର୍ଷା ସମ୍ଭାବନା ଅଛି । ଗୁରୁବାର ଅପରାହ୍ନ ସାଢେ ୫ଟା ସୁଦ୍ଧା ବାଲେଶ୍ୱର ଓ ଅନୁଗୁଳରେ ସାମାନ୍ୟ ବର୍ଷା ହୋଇଛି । ଅଧିକାଂଶ ସ୍ଥାନରେ ଦିନବେଳା ତାପମାତ୍ରା ବି ୩୦ଡିଗ୍ରୀ ଓ ୩୨ଡିଗ୍ରୀ ଉପରେ ରହିଛି । ଭବାନୀପାଟଣାରେ ସର୍ବାଧିକ ୩୫.୮ ଡିଗ୍ରୀ ତାପ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.