ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ

Published By : Prameya-News7 Bureau | January 19, 2021 IST

ବଡବିଲ ୧୯।୧: ନର୍ଭରୋମ ଖଣି କମ୍ପାନୀରେ ଆୟକର ବିଭାଗ ଚଢ଼।ଉ କରିଛି । କମ୍ପାନୀର ବଡ଼ବିଲ ନୂଆ ବସ୍ ଷ୍ଟାଣ୍ଡ୍ ପାଖ କାର୍ଯ୍ୟାଳୟ ଏବଂ ମେନ୍ ରୋଡ୍ ସ୍ଥିତ କାର୍ଯ୍ୟାଳୟରେ ଚଢ଼।ଉ ଜାରି ରଖିଛି ଆୟକର ବିଭାଗ ।

{"id":394612,"sizeSlug":"large","linkDestination":"none"}

ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ଚଢ଼।ଉ ଆରମ୍ଭ ହୋଇଥିବା ଜଣାପଡିଥିଲା । ଆୟକର ବିଭାଗର ଅଧିକାରୀମାନେ କମ୍ପାନୀର ବିଭିନ୍ନ ଆୟବ୍ୟୟ ଓ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ କମ୍ପ୍ୟୁଟର ଡାଟାକୁ ମଧ୍ୟ ଯାଞ୍ଚ କରୁଥିବା ସୂଚନା ମିଳିଛି ।

{"id":394613,"sizeSlug":"large","linkDestination":"none"}

ଅନ୍ୟପଟେ ଆୟକର ବିଭାଗ କମ୍ପାନୀର ଦେଣନେଣ ସଂପର୍କୀତ ସମସ୍ତ ତଥ୍ୟ ଏବଂ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନର ତାଳମେଳକୁ ମଧ୍ୟ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି । ଚଢାଉ ନେଇ ଆୟକର ବିଭାଗ ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ନର୍ଭରୋମ ଖଣି କମ୍ପାନୀ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.