IT ଚାକିରି ଛାଡି ଦୁଗ୍ଧ ଚାଷୀ ହେଲେ ଯୁବକ

Published By : Prameya-News7 Bureau | January 14, 2022 IST

ନୂଆଦିଲ୍ଲୀ ୧୪/୦୧; ସମସ୍ତଙ୍କର ଇଚ୍ଛା ଥାଏ ବଡ ହେଲେ ହାଇପ୍ରୋଫାଇଲ୍‌ ଚାକିରି କରିବେ, ବଡ ଅଫିସ୍‌ରେ ବସିବେ ଆରମରେ ଦିନ କାଟିବେ। ଭଲ ବୃତ୍ତିଟେ ପାଇଁ ଲୋକେ ଅନେକ ସଂଘର୍ଷ କରନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟ କିଛି ମହତ ଉଦ୍ଦେଶ୍ୟରେ ବଡ ବଡ ଚାକିରି ଛାଡିଛନ୍ତି । ସେମିତି ଜଣେ ବ୍ୟକ୍ତି ହେଲେ ଜମ୍ମୁ କାଶ୍ମୀରର ଅବିନେଶ ଖଜୁରିଆ।

ଆଇଟି ସେକ୍ଟରରେ କାମ କରୁଥିବା ଅବିନେଶ ଚାକିରି ଛାଡି ଦୁଗ୍ଧ ଚାଷୀ ହେବାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଜମ୍ମୁ କାଶ୍ମୀରରେ ଏକ ଗାଇ ଫାର୍ମ କରିଛନ୍ତି। ଏଠାରେ ୫୦ରୁ ଅଧିକ ଗାଇ ରହିଛନ୍ତି। ଏହି ଗାଇ ଫାର୍ମରେ ଅତ୍ୟାଧୁନିକ ସ୍ୱୟଂଚାଳିତ ଦୁଗ୍ଧ ସଂଗ୍ରହ ମେସିନ୍, କୁଲର୍ ଏବଂ ସ୍ୱୟଂଚାଳିତ ବଟଲିଂ ମେସିନ୍ ବ୍ୟବହାର ହେଉଛି। ସରକାରଙ୍କ ପକ୍ଷରୁ ଏଥିପାଇଁ ଯୁବ ବ୍ୟବସାୟୀଙ୍କୁ ସହଯୋଗ ଏବଂ ଭଲ ଇନ୍‌ସେନ୍‌ଟିଭ୍‌ ମିଳୁଥିବା ଅବିନେଶ କହିଛନ୍ତି ।

ସେପଟେ ଅବିନେଶଙ୍କ ବାପା ପୁଅର ଏହି ନିଷ୍ପତ୍ତିରେ ଖୁସି ଅଛନ୍ତି। ଅବିନେଶଙ୍କ ଖୁସି ଏହି ଗାଇ ଫାର୍ମରେ ରହିଛି ଏହଂ ସେ ଏଠାରେ କାମକୁ ଉପଭୋଗ କରୁଥିବା ତାଙ୍କ ବାପା କହିଛନ୍ତି। ଅବିନେଶଙ୍କ ବାପା ତାଙ୍କ ପୁଅ ଏହି ଫାର୍ମରୁ ଆଇଟି ଚାକିରିରୁ ଅଧିକ ଟଙ୍କା ରୋଜଗାର କରୁଥିବା କହିଛନ୍ତି।

ଆଗକୁ ସେ ଦୁଗ୍ଧ ଚାଷୀଙ୍କୁ ଏକାଠି କରି, ରୋଜଗାର ସୃଷ୍ଟି କରିବା ପାଇଁ ଚିନ୍ତା କରୁଥିବା ଅବିନେଶଙ୍କ ବାପା କୁଲଭୂଷଣ ଖଜୁରିଆ  କହିଛନ୍ତି।

wp:embed {"url":"https://www.youtube.com/watch?v=0UkrFhRW0gc","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=0UkrFhRW0gc
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.