Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପେଗାସସ୍ ଉପରେ ଆଇଟି ମନ୍ତ୍ରୀଙ୍କ ଜବାବ: ଜାସୁସି ଅଭିଯୋଗ ସଂପୂର୍ଣ୍ଣ ଭୁଲ୍, ଏଥିରେ ଦମ ନାହିଁ, ଗଣତନ୍ତ୍ରର ଛବିକୁ ମଳିନ କରିବାକୁ ପ୍ରୟାସ

19/07/2021 at 5:06 PM

ନୂଆଦିଲ୍ଲୀ ୧୯।୦୭: ପେଗାସସ ହ୍ୟାକିଂ ରିପୋର୍ଟକୁ ନେଇ ସୋମବାର ଆରମ୍ଭ ହୋଇଥିବା ମୌସୁମି ଅଧିବେଶନ ସରଗରମ ରହିଛି। ଏହା ମଧ୍ୟରେ ଗୃହରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଜାସୁସି ଅଭିଯୋଗ ସଂପୂର୍ଣ୍ଣ ଭୁଲ୍ ଅଟେ। ଫୋନ ଟ୍ୟାପିଂକୁ ନେଇ ସରକାରଙ୍କ ନିୟମ ବହୁତ କଠୋର ରହିଛି। ଦେଶର ଗଣତନ୍ତ୍ରର ଛବିକୁ ମଳିନ କରିବାକୁ ଏକ ପ୍ରୟାସ।

ବୈଷ୍ଣବ କହିଛନ୍ତି, ତଥ୍ୟର ଗୁଇନ୍ଦାଗିରି ସହ ଏହାର କୌଣସି ସଂପର୍କ ନାହିଁ। କେବଳ ଦେଶହିତ ଏବଂ ସୁରକ୍ଷା ମାମଲାରେ ଫୋନ୍ ଟ୍ୟାପିଂ କରାଯାଏ। ଏହି  ବିଷୟରେ ଆସିଥିବା ରିପୋର୍ଟକୁ ନେଇ କେନ୍ଦ୍ର ମନ୍ତ୍ରୀ ସନ୍ଦେହ ପ୍ରକାଶ କରିଛନ୍ତି। ସଂସଦର ମୌସୁମି ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପ୍ରେସ୍ ରିପୋର୍ଟ ଆସିବା ଏହାକୁ ସଂଯୋଗ କୁହାଯାଇ ପାରିବ ନାହିଁ।

ହଙ୍ଗାମା ମଧ୍ୟରେ ବୈଷ୍ଣବ କହିଛନ୍ତି, ରବିବାର ରାତିରେ ଏକ ଓ୍ଵେବ ପୋର୍ଟାଲରେ ବହୁତ ଚାଞ୍ଚଲ୍ୟକର ଖବର ଚାଲିଥିଲା। ଏହି ଖବରରେ ବଡ ଧରଣର ଅଭିଯୋଗ କରାଯାଇଛି। ସଂସଦର ମୌସୁମି ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏମିତି ପ୍ରେସ୍ ରିପୋର୍ଟ ଆସିବାକୁ ସଂଯୋଗ କୁହାଯାଇ ପାରିବ ନାହିଁ।

ରବିବାର ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ଜାରି ଏହି ରିପୋର୍ଟରେ ବଡ ଦାବି କରାଯାଇଛି। ଏଥିରେ କୁହାଯାଇଛି ଯେ, ଇସ୍ରାଏଲର ପେଗାସସ ସଫ୍ଟଓୟାର ସାହାଯ୍ୟରେ ଭାରତରେ ଅନେକ ନେତା, ସାମ୍ବାଦିକ ଓ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ  ହ୍ୟାକ୍ କରାଯାଇଛି। ରିପୋର୍ଟରେ ୧୫୦ରୁ ଅଧିକ ଲୋକଙ୍କ ଫୋନ ହ୍ୟାକ୍ କରାଯାଇଥିବା ଉଲ୍ଲେଖ ରହିଛି। ଏହି ସବୁ ଅଭିଯୋଗକୁ ସରକାର ଦୃଢତାର ସହ ଖଣ୍ଡନ କରିଛନ୍ତି। ଏଥିସହ ଆଇଟି ମନ୍ତ୍ରୀ କହିଛନ୍ତି ଯେ, ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏଠାରେ ଲୋକଙ୍କ ଗୋପନୀୟତା ମୌଳିକ ଅଧିକାର ରହିଛି। ଏମିତି ରିପୋର୍ଟ ସଂପୂର୍ଣ୍ଣ ଭୁଲ୍ ଅଟେ।

ପୂରା ମାମଲା କଣ ?

ସମଗ୍ର ଦୁନିଆରେ ୧୭ ଗଣମାଧ୍ୟମ ସଂସ୍ଥା ରବିବାର ଏକ ରିପୋର୍ଟ ପ୍ରସାରଣ କରିଥିଲେ। ଏଥିରେ ଦାବି କରାଯାଇଛି ଯେ,  ଭାରତରେ  ୩୦୦ ଅଧିକ ଫୋନ ନମ୍ବର ହ୍ୟାକ୍ କରାଯାଇଛି। ଏଥିରେ ଦୁଇ କେନ୍ଦ୍ର ମନ୍ତ୍ରୀ, ତିନି ବିରୋଧୀ ଦଳର ନେତା, ୪୦ରୁ ଅଧିକ ସାମ୍ବାଦିକ, ଜଣେ ବିଚାରପତି, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ଅନ୍ୟ କର୍ମୀଙ୍କ ଫୋନ୍ ଟ୍ୟାପ୍ କରାଯାଇଛି।  ଏଥିପାଇଁ ଇସ୍ରାଏଲର ଏନଏସଓ ଗ୍ରୁପର ‘ପେଗାସସ୍’ ସ୍ପାଇଓ୍ଵେଭରର ପ୍ରୟୋଗ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଭାରତରେ ଅତି କମରେ ୩୮ ଜଣଙ୍କ ଗୁଇନ୍ଦାଗିରି କରାଯାଇଛି। କିନ୍ତୁ  ଭାରତ ସରକାର ଏହି ସବୁ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି।

   Related Posts