Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦାୟିତ୍ବ ନେଉ ନେଉ ଆକ୍ସନ ମୋଡ୍‌ରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କହିଲେ- ଯିଏ ବି ଭାରତରେ ରହିବ ନିୟମ ମାନିବାକୁ ବାଧ୍ୟ

8/07/2021 at 3:57 PM

ନୂଆଦିଲ୍ଲୀ ୮/୦୭: ମନ୍ତ୍ରୀ ହେଉ ହେଉ ଆକ୍ସନ ମୋଡ୍‌ରେ ଅଶ୍ବିନୀ ବୈଷ୍ଣବ । ଦେଶର ନୂଆ ରେଳ ଏବଂ ସ୍ବଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍‌ରକୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି। ତାଙ୍କ ମତରେ ଯେଉଁମାନେ ଭାରତର ନାଗରିକ ଏବଂ ଯିଏ ଭାରତରେ ରହିବ ଦେଶର ସମସ୍ତ ନିୟମ କାନୁନ୍‌ ମାନିବାକୁ ବାଧ୍ୟ। ଦେଶର ନୂଆ ଆଇଟି  ନିୟମକୁ ବେଖାତିର କରି ଟ୍ବିଟ୍‌ର ବିବାଦରେ ଥିବା ବେଳେ ଏହି ସମୟରେ  ବୁଧବାର ଦିନ ଶପଥ ନେଇଥିବା ଏବଂ ଗୁରୁବାର ଦିନ ଦୁଇ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଥିବା ବୈଷ୍ଣବଙ୍କ ପ୍ରତିକ୍ରିୟା ମିଳିଛି।  

ଏହା ପୂର୍ବରୁ ପୂର୍ବତନ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଟ୍ବିଟ୍‌ରକୁ ବହୁ ବାର ତାଗିଦ କରିଥିବା ବେଳେ କୋର୍ଟରୁ ମଧ୍ୟ ଟ୍ବିଟରକୁ ଝଟକା ଲାଗିଛି। ତଥାପି ଟ୍ବିଟର କର୍ତ୍ତୃପକ୍ଷଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇଥିବା ନେଇ ମନେ ହେଉନାହିଁ। ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଟ୍ବିଟ୍‌ର ପକ୍ଷରୁ କୁହାଯାଇଛି, ଭାରତରେ କମ୍ପାନୀ ପକ୍ଷରୁ ଅଭିଯୋଗ ନିବାରଣ ଅଧିକାରୀ ନିୟୁକ୍ତ ପାଇଁ ଆହୁରି ୮ ସପ୍ତାହ ଲାଗିବ । ସେପଟେ ଟ୍ବିଟରକୁ ଦିଲ୍ଲୀ ହାଇକୋର୍ଟ ଡେଡଲାଇନ୍‌ ଦେଇଥିବା ବେଳେ ତାର ସମୟ ଅବଧି ଆଜି ସମାପ୍ତ ହେଉଛି।

ଏହା ସହ ମଙ୍ଗଳବାର କୋର୍ଟ କହିଥିଲେ ଯଦି ଟ୍ବିଟ୍‌ର ନିୟମ ନମାନିବ ତେବେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ନେଇପାରିବ। ଟ୍ବିଟରକୁ କୋର୍ଟ ୮ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଥିଲେ। କିନ୍ତୁ ନୂଆ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବା ପାଇଁ ୮ ସପ୍ତାହ ଅର୍ଥାତ ୨ ମାସ ଲାଗିବ ବୋଲି କୋର୍ଟରେ କମ୍ପାନୀ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ନୂଆ ଆଇଟି ନିୟମ ପାଳନ କରିବା ସମ୍ବନ୍ଧରେ ପ୍ରଥମ ରିପୋର୍ଟ ୧୧ ଜୁଲାଇ ସୁଦ୍ଧା କୋର୍ଟ​‌ରେ ଦାଖଲ କରିବ ବୋଲି ଟ୍ବିଟ୍‌ର ପକ୍ଷରୁ କୁହାଯାଇଥିବା ବେଳେ ୨୦୨୧ରେ ଆସିଥିବା ନୂଆ ନିୟମ ମାନିବାକୁ ପ୍ରଚେଷ୍ଟା ଚାଲିଛି ବୋଲି ମଧ୍ୟ କୁହାଯାଇଛି।

   Related Posts