ଶିଶୁକୁ ତା ଜେଜେ-ଜେଜମା ଅଥବା ଅଜା, ଆଈଙ୍କଠୁ ବଞ୍ଚିତ କରାଯାଇପାରିବନି: ବମ୍ବେ ହାଇକୋର୍ଟ

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨:  ଶିଶୁକୁ ତା ଜେଜେ, ଜେଜମା ଅଥବା ଅଜା ଓ ଆଈଙ୍କ ଠାରୁ ଦୂରେଇ ରଖି ହେବନି। ଏକ ଐତିହାସିକ ରାୟରେ ବମ୍ବେ ହାଇକୋର୍ଟ ଏହା କହିଛନ୍ତି। ଜନୈକା ମହିଳା ତାଙ୍କ ପୂର୍ବ ସ୍ୱାମୀଙ୍କ ପିତାମାତାଙ୍କ ଠାରୁ ତାଙ୍କର ୧୦ ବର୍ଷର ପୁଅକୁ ଦୂରେଇ ରଖିବା ମାମଲାରେ କୋର୍ଟ ଏଭଳି ପ୍ରତିକ୍ରିୟା ରଖିଥିବା ବେଳେ ତାଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି।

{"id":226436,"sizeSlug":"large"}

ବିଚାରପତି ଏସ.ଜେ.କାଠାୱାଲା ଓ ବିଚାରପତି ବି.ପି.କୋଲାବାୱାଲାଙ୍କ ଖଣ୍ଡପୀଠ ଚଳିତ ସପ୍ତାହ ଆରମ୍ଭରେ ଏ ନେଇ ଫ୍ୟାମିଲି କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାଖଲ ଆବେଦନକୁ  ଅଗ୍ରାହ୍ୟ କରିଦେଇଥିଲେ। ଶିଶୁଟି ୨୦୦୯ ମସିହାରେ ଜନ୍ମ ହୋଇଥିଲା ଓ ତାଙ୍କ ପିତାଙ୍କ ମୃତ୍ୟୁ ୨୦୧୦ରେ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଶିଶୁକୁ ନେଇ ପିତ୍ରାଳୟ ଚାଲିଯାଇଥିବା ବେଳେ ସେଠାରେ ପୁନର୍ବିବାହ କରିଛନ୍ତି। ତେବେ ମହିଳାଙ୍କ ପ୍ରତି ତାଙ୍କ ପୂର୍ବ ସ୍ୱାମୀଙ୍କ ମାତାପିତାଙ୍କ ବ୍ୟବହାର ଭଲ ନଥିଲା। କେବଳ ସେତିକି ନୁହେଁ ଶିଶୁଟି ଜନ୍ମ ହେବା ପରେ କେବେବି ନିଜ ଜେଜେ ଅଥବା ଜେଜେମାଙ୍କୁ ଭେଟିନାହିଁ ବୋଲି ମହିଳା ତାଙ୍କ ଆବେଦନରେ ଦର୍ଶାଇଥିଲେ।

{"id":226437,"width":577,"height":330,"sizeSlug":"large"}

ତେବେ ପୀଠ ମହିଳାଙ୍କ ଏହି ତର୍କକୁ ସ୍ୱୀକାର କରିନାହାନ୍ତି। ମହିଳାଙ୍କ ତର୍କ ଆଧାରରେ ଶିଶୁକୁ ତା ଜେଜେ ଓ ଜେଜେମାଙ୍କଠୁ ବଞ୍ଚିତ ରଖା ଯାଇପାରିବନି ବୋଲି କହିଛନ୍ତି କୋର୍ଟ । ତେବେ ଶିଶୁ ଯଦି ନିଜ ଜେଜେ ଓ ଜେଜେମାଙ୍କୁ ଏପର୍ଯ୍ୟନ୍ତ ଭେଟି ପାରିନି ସେ ଭୁଲ ଆବଦେନକାରୀଙ୍କର ବୋଲି କୋର୍ଟ କହିଛନ୍ତି। ତେବେ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ବୟସ୍କ ଦମ୍ପତ୍ତି ସେମାନଙ୍କ ନାତିକୁ ଭେଟିବା ଲାଗି ଅନୁମତି ପ୍ରଦାନ ନିମନ୍ତେ ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜୁନ ୨୦୧୪ରେ ଯେବେବି ତାଙ୍କ ନାତି ମୁମ୍ବାଇ ଆସିବ ସେବେ ସେ ନିଶ୍ଟିତ ତାଙ୍କ ସହ ଭେଟ କରିପାରିବେ ବୋଲି ଫ୍ୟାମିଲି କୋର୍ଟ ସେମାନଙ୍କୁ ଆସ୍ୱସ୍ଥ କରିଥିଲେ।

{"id":226438,"sizeSlug":"large"}

ତେବେ ମହିଳା ତାଙ୍କ ପୁଅକୁ ତା ଜେଜେ ଓ ଜେଜେମାଙ୍କ ସହ ଭେଟ କରାଇ ନଦେବାରୁ ସେମାନେ ରାୟର କାର୍ଯ୍ୟାନୁଷ୍ଠାନ ଲାଗି ପୁଣି ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ସାନି ରାୟ ଦେଇ ପ୍ରତି ଶନିବାର ନ୍ୟାୟାଳୟ ପରିସରରେ ଶିଶୁକୁ ତା ଜେଜେ ଓ ଜେଜେମାଙ୍କ ସହ ଭେଟ କରାଇବାକୁ କହିଥିଲେ। ଏପରି ନ କରିବା ସ୍ଥଳେ ମହିଳାଙ୍କୁ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ବି ଦେଇଥିଲେ। ଫ୍ୟାମିଲି କୋର୍ଟଙ୍କ ଏହି ରାୟକୁ ମହିଳା ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ ତାହା ଅଗ୍ରାହ୍ୟ ହୋଇଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.