ଯୁଦ୍ଧ ନୁହେଁ ଯୁଦ୍ଧ ଭଳି ସ୍ଥିତି ତେଣୁ ସେନା ଜରୁରୀ: କରୋନା ମୁକାବିଲା ଲାଗି ଚୀନ, ଇଟାଲୀ ଓ ଆମେରିକାର ରାସ୍ତା ଧରିବ କି ଭାରତ ?

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭।୦୩: କରୋନା ଓ୍ଵାରିୟର୍ସ  କିମ୍ବା କୋଭିଡ ଓ୍ଵାରିୟର୍ସ ଏମିତି ଦୁଇଟି ଶବ୍ଦ ଯାହା ଭାରତର ସ୍ଵାସ୍ଥ୍ୟ କର୍ମୀ ଓ କରୋନା ଭାଇରସ ଲଢେଇରେ ସାମିଲ ଅନ୍ୟ  ଲୋକଙ୍କ ସାର୍ଥକତାକୁ ପ୍ରତିପାଦିତ କରିଛି। ବାସ୍ତବତା ଏହା ଯେ, ଭାରତ ସଂପ୍ରତି ଏକ ଅଜଣା ଶତ୍ରୁ ବିରୋଧରେ ଲଢେଇ କରୁଛି। ଏହା କୌଣସି ସାଧାରଣ ଲଢେଇ ନୁହଁ।

ଭାରତୀୟ ସେନାକୁ ଏହି ଯୁଦ୍ଧରେ ଲଢିବା ପାଇଁ ସମଗ୍ର ଦେଶରେ ମୁତୟନ କରାଯିବା ମଧ୍ୟ ଉଚିତ୍। ଏବେ ନରେନ୍ଦ୍ର ମୋଦୀ ସରକାରଙ୍କୁ ୨୧ ଦିନିଆ ରାଷ୍ଟ୍ର ବ୍ୟାପୀ ଲକଡାଉନ ପାଇଁ ସେନାକୁ ମୁତୟନ କରିବାକୁ ପ୍ରେରିତ କରିଛି। ସାଧାରଣତଃ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ବିଭିନ୍ନ ଅପରେସନରେ ଦେଶର ସେନାକୁ ନିୟୋଜିତ କରାଯାଏ। ହେଲେ ସାଂପ୍ରତିକ ସ୍ଥିତି ଉପରେ ନଜର ପକାଇଲେ ସେନାକୁ କରୋନା ଭାଇରସ ଲଢେଇରେ ମଧ୍ୟ ନିୟୋଜିତ କରିବା ଉଚିତ୍।

{"id":244853,"sizeSlug":"large"}

ସମଗ୍ର ଦୁନିଆରେ କରୋନାର ଭୟାବହତାକୁ ଦେଖି ଆମେରିକା, ଇଟାଲୀ, ଚୀନ ଓ ସ୍ପେନ ନିଜ ଦେଶରେ କରୋନା ବିରୁଦ୍ଧ ଲଢେଇରେ ନିଜର ସେନାକୁ ମୁତୟନ କରିଛି। ଭାରତରେ ସେନାକୁ ବିଦେଶରୁ ଆସିଥିବା ଲୋକଙ୍କୁ ରଖାଯାଇଥିବା ସଙ୍ଗରୋଧ କେନ୍ଦ୍ରର ସୁରକ୍ଷାରେ ସୀମିତ କରି ରଖି ଦିଆଯାଇଛି। ଦେଶରେ ଅନେକ ସଙ୍ଗରୋଧ କେନ୍ଦ୍ର ହେବାକୁ ଯାଉଛି ଏବଂ କିଛି କେନ୍ଦ୍ରକୁ ଷ୍ଟାଣ୍ଡ ବାୟରେ ରଖାଯାଇଛି।

ଭାରତୀୟ ବାୟୁ ସେନାକୁ ଏୟାର ଇଣ୍ଡିଆ ସହିତ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ଵଦେଶ ଆଣିବାରେ ନିୟୋଜିତ କରାଯାଇଛି। ଏହା ସହିତ ସୈନିକଙ୍କୁ ସନ୍ଦିଗ୍ଧ କୋଭିଡ-୧୯ ରୋଗୀଙ୍କ ନମୂନା ପରୀକ୍ଷଣ କରିବାକୁ ମଧ୍ୟ କୁହାଯାଇଛି।

{"id":244854,"sizeSlug":"large"}

ସମୟ ଆସି ଯାଇଛି ସେନାକୁ କ୍ରମାଗତ ମୁତୟନ କରାଯାଉ ଏବଂ କରୋନା ଭାଇରସ ବିରୁଦ୍ଧ ଲଢେଇରେ ଜିତିବା ପାଇଁ ନିଜର ଅଭିଜ୍ଞତା ଓ ସମ୍ବଳର ଉପଯୋଗ କରାଯାଉ। ତେଣୁ ଆଉ କାଳ ବିଳମ୍ବ ନକରି ସେନାକୁ ସମଗ୍ର ଭାରତରେ ମୁତୟନ କରାଯିବା ଉଚିତ୍।

କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ପାଇଁ ସେନା ଏକ ସେତୁ ପରି କାମ କରିବ। ପ୍ରତ୍ୟେକ ୟୁନିଟରେ ମେଡିକାଲ ଦଳ ସହିତ ସେନାକୁ ନିୟୋଜିତ କରାଯାଇ ପାରିବ। କେବଳ ଏତିକି ଯଥେଷ୍ଟ ନୁହଁ ସେମାନଙ୍କୁ ସର୍ବନିମ୍ନ ପ୍ରଶିକ୍ଷଣ ଦିଆଯାଇ ପାରିବ।

ଏହାକୁ ମଧ୍ୟ ଚୀନ ଅନୁଭବ କରିଛି। ଚୀନର ହୁବେଇ ପ୍ରାନ୍ତ ଓ ଏହାର ରାଜଧାନୀ ଉହାନରେ ୧୦ ହଜାରରୁ ଅଧିକ ସୈନିକଙ୍କୁ ମୁତୟନ କରିଛି, ଯେଉଁଠି ପ୍ରଥମ ଥର ଭାଇରସ ଦେଖିବାକୁ ମିଳିଥିଲା।

{"id":244863,"sizeSlug":"large"}

ଚୀନ କରୋନା ପ୍ରତିରୋଧ ପାଇଁ ଏମିତି ରଣନୀତି ଆପଣେଇଥିଲା। ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ଦେଶର ଚିକିତ୍ସା ଓ ଆବଶ୍ୟକ ସାମଗ୍ରୀର ଉପଲବ୍ଧ ଆଦି କାମକୁ ସମ୍ଭାଳି ନେଇଥିଲା। କେବଳ ଏତିକି ନୁହଁ କରୋନା ଭାଇରସର ମୁକାବିଲା ପାଇଁ ଚୀନ ରେକର୍ଡ ସମୟରେ ତିଆରି ହୋଇଥିବା ହସ୍ପିଟାଲର ନିର୍ମାଣ ପିଏଲଏ ଦ୍ଵାରା  ହିଁ କରାଯାଇଥିଲା।

ଭାରତୀୟ ସେନାର ପୂରା ଦେଶରେ ଅନେକ ଛୋଟ ବଡ କ୍ଲିନିକ ରହିଛି। ଏହି ସବୁ କ୍ଲିନିକରେ ସମସ୍ତ ପ୍ରକାରର ଜୀବନ ରକ୍ଷକ ଔଷଧ ଓ ଅନ୍ୟ ମୌଳିକ ସୁବିଧାରେ ଉପଲବ୍ଧ ରହିଛି। ଏହା ସବୁ ସୈନିକଙ୍କ ଚିକିତ୍ସାରେ  ବ୍ୟବହାର କରାଯାଇଥାଏ।

{"id":244855,"width":588,"height":419,"sizeSlug":"large"}

ମୋଦୀ ସରକାରଙ୍କୁ ଏହା ସୁନିଶ୍ଚିତ କରିବା ଉଚିତ୍ ଯେ, ସମ୍ବଳ ଓ ବିଶେଷଜ୍ଞତାରେ ପୂର୍ଣ୍ଣ ସେନାକୁ ମଧ୍ୟ କରୋନା ଭାଇରସ ଲଢେଇରେ ସଂପୂର୍ଣ୍ଣ ଭାବେ ନିୟୋଜିତ କରିବା ଉଚିତ୍।

ମିଲିଟାରୀରେ ବଡ ବଡ ଟ୍ରକ, ଜାହାଜ, ପରିବହନ କାରୀ ଏୟାରକ୍ରାଫ୍ଟ ଓ ଇଞ୍ଜିନିୟର ରହିଛନ୍ତି, ଯେଉଁମାନେ କେନ୍ଦ୍ର ସରକାରଙ୍କ ଜରୁରୀ ସମୟରେ ନିୟୋଜିତ ରହିଥାନ୍ତି। ସୁରକ୍ଷାବଳରକୁ ମଧ୍ୟ କରୋନା ପରି ଏହି ବଡ ଧରଣର ଅପରେସନରେ ନିୟୋଜିତ କରାଯିବା ଉଚିତ୍।

{"id":244856,"sizeSlug":"large"}

ମିଲିଟାରୀକୁ ପ୍ରଶିକ୍ଷଣ ବ୍ୟତୀତ ସମଗ୍ର ଦେଶରେ ଅଧିକରୁ ଅଧିକ କ୍ଵାରେନଟାଇନ କ୍ୟାମ୍ପ ସ୍ଥାପନ କରିବାରେ ନିୟୋଜିତ କରାଯିବା ଉଚିତ୍। ପ୍ରଶିକ୍ଷଣ ପ୍ରାପ୍ତ ସେନା ଏବଂ ସେମାନଙ୍କଠାରେ ଉପଲବ୍ଧ ସମ୍ବଳର ବିନିଯୋଗ କରି କରୋନା ଭାଇରସର ମୁକାବିଲା କରାଯାଇପାରିବ।

ଉଲ୍ଲେଖନୀୟ ଭାରତୀୟ ସେନା ଦେଶର ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିୟୋଜିତ  ହୋଇ କିଛି ସମୟରେ ସ୍ଥିତି ନିୟନ୍ତ୍ରଣ କରିବାରେ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି। ଲକଡାଉନ ସମୟରେ ମଧ୍ୟ ସଶସ୍ତ ସେନାକୁ ନିୟୋଜିତ କରାଯିବା ଏକାନ୍ତ ଆବଶ୍ୟକ। କାରଣ ଅନେକ ସ୍ଥାନରେ ପୋଲିସ ଏଭଳି ସ୍ଥିତିର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏହି ଘଡି ସନ୍ଧି ମୁହୂର୍ତ୍ତରେ ସେନାକୁ ନିୟୋଜିତ କରି ଅଳ୍ପ ସମୟରେ କରୋନାର ମୁକାବିଲା କରାଯାଇ ପାରିବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.