Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦେଶଦ୍ରୋହର ପରିଭାଷା ସ୍ଥିର କରିବାର ସମୟ ଆସି ଯାଇଛି, ଟିଭି ଚ୍ୟାନେଲ ଉପରେ ରୋକ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ

31/05/2021 at 4:19 PM

ନୂଆଦିଲ୍ଲୀ ୩୧।୦୫: ଓ୍ଵାଇଏସଆର କଂଗ୍ରେସର ଅସନ୍ତୁଷ୍ଟ ସାଂସଦ କେ. ରଘୁରାମଙ୍କ କଥିତ ଆପତ୍ତିଜନକ ଭାଷଣ ପ୍ରସାରିତ କରିଥିବା ଟିଭି ୫ ଓ ଆନ୍ଧ୍ର ଜ୍ୟୋତି ବିରୋଧରେ ଆନ୍ଧ୍ର ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ ଚ୍ୟାନେଲ୍ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଏହି ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଦେଶଦ୍ରୋହର ପରିଭାଷା ଏବଂ ସୀମା ସ୍ଥିର କରାଯିବାର ସମୟ ଆସି ଯାଇଛି।

ଉଲ୍ଲେଖନୀୟ ଟିଭି ୫ ଓ ଆନ୍ଧ୍ର ଜ୍ୟୋତି ଓ୍ଵାଇଏସଆର କଂଗ୍ରେସର ଅସନ୍ତୁଷ୍ଟ ସାଂସଦ କେ. ରଘୁରାମଙ୍କ କଥିତ ଆପତ୍ତିଜନକ ଭାଷଣ ପ୍ରସାରିତ କରିଥିଲେ। ସାଂସଦଙ୍କ ଅଭିଯୋଗକୁ ଭିତ୍ତି କରି ଆନ୍ଧ୍ର ପୋଲିସ ଦୁଇ ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ  କରିଥିଲା। ଏହା ପରେ ଦୁଇ ଚ୍ୟାନେଲ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟ ଦୁଇ ଆନ୍ଧ୍ର ଚ୍ୟାନେଲ ବିରୋଧରେ ଦେଶ ଦ୍ରୋହ ମାମଲାରେ ଆନ୍ଧ ପ୍ରଦେଶ ସରକାରଙ୍କୁ ଚାରି ସପ୍ତାହରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ, ଏଲ ନାଗେଶ୍ଵର ରାଓ ଓ ଏସ ରବିନ୍ଦ୍ର ଭଟ୍ଟଙ୍କ ପୀଠ କହିଛନ୍ତି, ପ୍ରଥମ ଦୃଷ୍ଟତା ଏହି ଏଫଆଇଆର ଗଣମାଧ୍ୟମର ସ୍ଵାଧୀନତାକୁ ଶେଷ କରିବାକୁ ପ୍ରୟାସ କରାଯାଇଛି।

ପୀଠ କହିଛନ୍ତି, ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୨୪ଏ(ଦେଶଦ୍ରୋହ) ଓ ୧୫୩ଏ ଆଧାରରେ ଅପରାଧର ପରିଧିକୁ ବ୍ୟାଖ୍ୟା କରିବା ଏବଂ ଏହାକୁ ପରିଭାଷିତ କରିବାର ଆବଶ୍ୟକତା ରହିଛି। ବିଶେଷ କରି ଗଣମାଧ୍ୟମର ସ୍ଵାଧୀନତା ସମ୍ବନ୍ଧରେ କୋର୍ଟକୁ ଗମ୍ଭୀରତାର ସହ ବିଚାର କରିବାକୁ ପଡିବ। ଖଣ୍ଡପୀଠ ଏବେ ନ୍ୟୁଜ୍ ଚ୍ୟାନେଲର ଆବେଦନ ଉପରେ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚ୍ୟାନେଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି।

   Related Posts