Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଅଜିତ ପାୱାରଙ୍କ ହାତକୁ କିପରି ଗଲା ncp ବିଧାୟକଙ୍କ letter of support ? ଘନୀଭୂତ ହେଉଛି ରହସ୍ୟ

24/11/2019 at 4:44 PM

ମୁମ୍ବାଇ :  ଶେଷରେ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ଏଥିଲାଗି ଏନସିପି ବିଧାୟକ ଦଳ ନେତା (ପୂର୍ବରୁ ଥିଲେ)  ଅଜିତ ପାୱାର ବିଜେପିକୁ ସମର୍ଥନ ଦେଇଛନ୍ତି । ରାଜ ଭବନରେ ବିଜେପିକୁ ଅଜିତ ସମର୍ଥନ କରିବା ପରେ ହିଁ ରାଜ୍ୟପାଳ ଭଗତ ସିଂହ କେଶ୍ୟୋରୀ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ଲାଗି ସୁପାରିଶ କରିଥିଲେ। ଏଥିଲାଗି ଅଜିତ ତାଙ୍କ ଦଳର ବିଧାୟକମାନଙ୍କ ସମର୍ଥନପତ୍ର (ଲେଟର ଅଫ ସପୋର୍ଟ) ରାଜ୍ୟପାଳଙ୍କୁ ଦେଇଥିଲେ। ତେବେ ଅଜିତଙ୍କ ହାତକୁ ଦଳର ବିଧାୟକମାନଙ୍କ ସମର୍ଥନପତ୍ର କିପରି ଗଲା ତାହା ହିଁ ଏବେ ଲକ୍ଷେଟଙ୍କାର ପ୍ରଶ୍ନ ପାଲଟିଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା।

ମହାରାଷ୍ଟ୍ର ରାଜନୀତିରେ ଏବେ ଉଠାପକା ଖେଳ ଚାଲିଛି। ତେବେ ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାରଙ୍କୁ ଦଳର ଅନ୍ୟ ବିଧାୟକଙ୍କ ସମର୍ଥନପତ୍ର କିପରି ମିଳିଲା ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ। ବିନା ଲେଟର ଅଫ ସପୋର୍ଟରେ ରାଜ୍ୟପାଳ କେବେବି ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇ ପାରିନଥାନ୍ତେ। ଏଣୁ ଅଜିତ ବିଧାୟକମାନଙ୍କ ସମର୍ଥନପତ୍ର ଦେବା ପରେ ହିଁ ଏହା ସମ୍ଭବ ହୋଇଛି। କେବଳ ସେତିକି ନୁହେଁ ଏହି ସମର୍ଥନ ପରେ ହିଁ ରାଜ୍ୟପାଳ ଦେବେନ୍ଦ୍ର ଫଡନବୀଶଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ।

ତେବେ କୁହାଯାଉଛି। ଗତ ଅକ୍ଟୋବର ୩୦ ତାରିଖରେ ଏନସିପି ଅଜିତଙ୍କୁ ବିଧାୟକ ଦଳର ନେତା ମନୋନୀତ କରିଥିଲା। ସେହି ଅନୁସାରେ ତାଙ୍କ ସମର୍ଥନ ଯୋଗୁ ରାଜ୍ୟପାଳ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଏନସିପି ଏବେ ଅଜିତଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଥିବା ନେଇ ରବିବାର ରାଜ୍ୟପାଳଙ୍କୁ ଅବଗତ କରିଛି। ଏହା ପରେ ବି ବିଜେପି ନଭେମ୍ବର ୩୦ ତାରିଖରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ପ୍ରସ୍ତୁତି ଚଳାଇଥିବା ଜଣାପଡିଛି। ଏଣୁ ଲେଟର ଅଫ ସପୋର୍ଟ ସମ୍ପର୍କରେ ଅଜିତ ଏ ଯାଏଁ ମୁହଁ ଖୋଲୁନଥିବା ବେଳେ ରହସ୍ୟ ଏବେ ଅଧିକ ଘନୀଭୂତ ହେବାରେ ଲାଗିଛି।

ଏପରିକି ରାଜଭବନ ଯାଇଥିବା ବିଧାୟକ ବି ଜାଣିନାହାନ୍ତି ଘଟଣା
ତେବେ ସବୁଠୁ ବଡ କଥା ହେଲା ଅଜିତଙ୍କ ସହ ଶନିବାର ସକାଳେ ରାଜଭବନରେ ଉପସ୍ଥିତଥିବା ଏନସିପି ବିଧାୟକମାନେ ବି ଏ ସମ୍ପର୍କରେ କିଛି  ସ୍ପଷ୍ଟ ଭାବେ କହିପାରୁନାହାନ୍ତି।  ଘଟଣା ସମ୍ପର୍କରେ ଯେତେବେଳେ ଶରଦ ପାୱାରଙ୍କୁ ପଚରା ଗଲା ସେତେବେଳେ ସେ ଅଜିତଙ୍କ ସହ ରାଜଭବନକୁ ଯାଇଥିବା ବିଧାୟକମାନଙ୍କୁ ଆଗକୁ କରିଦେଇଥିଲେ। ହେଲେ ସେମାନେ ଯାହା କହିଥିଲେସବୁ କାହାଣୀପରି ଲାଗୁଥିଲା। ଯାହା ଘଟଣାକୁ ଅଧିକ ସନ୍ଦେହଜନକ କରିଛି। ଅଜିତ ପାୱାରଙ୍କ ପକ୍ଷରୁ ରାଜଭବନକୁ ଦିଆଯାଇଥିବା ପତ୍ରର ସାମଗ୍ରୀ (କଣ୍ଟେଣ୍ଟ) ଓ ଏହାକୁ ପ୍ରାପ୍ତ କରିବାର ଉପାୟକୁ ନେଇ ଏହି ସନ୍ଦେହ ଏବେ ସମସ୍ତଙ୍କୁ ଘାରିଛି। ତେବେ ଶିବାଜୀରାଓ ଗରଜେ ଏହି ସବୁ କାଗଜପତ୍ର ଅଜିତଙ୍କୁ ଦେଇଥିବାର ଏବେ ସନ୍ଦେହ କରାଯାଉଛି।

ଜାଣନ୍ତୁ ଶିବରାଜ ଗରଜେ କିଏ ?
ଶିବାଜୀ ରାଓ ଗରଜେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ। ଶରଦ ପାୱାରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ଏନସିପିକୁ ଆସିଥିଲେ। ଶରଦ  ତାଙ୍କୁ ଦଳରେ ଗ୍ରହଣ କରିବା ସହ ପରେ ମହାରାଷ୍ଟ୍ର ଏନସିପିର ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି।  ଶରଦଙ୍କ ଏକାନ୍ତ ଅନୁଗତ ଲୋକଙ୍କ ମଧ୍ୟରେ ଶିବାଜୀରାଓ ଅନ୍ୟତମ ଓ ପ୍ରମୁଖ। ମିଳିଥିବା ସୂଚନା  ଅନୁସାରେ ଅଜିତ ଶୁକ୍ରବାର ସନ୍ଧ୍ୟାରେ ଶିବାଜୀରାଓଙ୍କୁ ତାଙ୍କୁ ବିଧାୟକ ଦଳର ନେତା ମନୋନୟନ ନେଇ ଅଧିସୂଚନାପତ୍ର ଦେବାକୁ କହିଥିଲେ। ଏନସିପି ସହ କଂଗ୍ରେସ ଓ ଶିବସେନାର ମିଳିତ ବୈଠକ ପରେ ଶରଦ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଥିଲେ। ଏଣୁ ଶିବାଜୀରାଓ ଭାବିଥିଲେ ଗଭର୍ଣ୍ଣରଙ୍କୁ ଦେବା ଲାଗି ହୁଏତ ସେ ଏହା ମାଗୁଥାଇ ପାରନ୍ତି। ଏଣୁ  ଶରଦଙ୍କୁ ନ ପଚାରି ତାଙ୍କୁ ପତ୍ର ଧରାଇଦେଇଥିବାର ଅନୁମାନ କରାଯାଉଛି।

ଶୋଇକି ଉଠିବା ବେଳକୁ ହୋଇସାରିଥିଲା ସରକାର
ସକାଳେ ଶରଦ ପାୱାର ଓ ଶିବାଜୀ ରାଓ ଗରଜେ ନିଦରୁ ଉଠିବା ପୂର୍ବରୁ ହିଁ ମହାରାଷ୍ଟ୍ରରେ ସରକାର ହୋଇସାରିଥିଲା। ଏଣୁ ଘଟଣା ଶରଦଙ୍କ ଲାଗି ଅବୋଧ୍ୟ ହୋଇଥିଲେ ମଧ୍ୟ ଶିବାଜୀରାଓ କିନ୍ତୁ ସବୁ ବୁଝିସାରିଥିଲେ। ହେଲେ ରାଜନୀତି ଅଳିନ୍ଦରୁ ଆଉ ଗୋଟିଏ କଥା ବି ଶୁଣିବାକୁ ମିଳୁଛି। ତାହା ହେଉଛି ଅଜିତ ବିଧାୟକ ଦଳନେତା ଭାବେ ନୁହେଁ ସମ୍ପୂର୍ଣ୍ଣ ଦଳର ସମର୍ଥନ ରାଜ୍ୟପାଳଙ୍କୁ ଦେଇଦେଇଛନ୍ତି । ତେବେ ଏ ସମ୍ପର୍କରେ ଯାହା କୁହାଯାଉଛି ତାହା ହେଉଛି ଏପରି।

ନିର୍ବାଚନ ଫଳାଫଳ ଘୋଷଣା ପରେ ଏନସିପି ବିଧାୟକ ଦଳବୈଠକ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇଥିବା ବିଧାୟକମାନେ ଏକ ଆଟେଣ୍ଡାନ୍ସ ସିଟ୍ ରେ ସ୍ୱାକ୍ଷର କରିଥିଲେ। ସେଥିରେ ଅଜିତ ବି ସ୍ୱାକ୍ଷର କରିଥିଲେ। ଏହି ସମ୍ପୂର୍ଣ୍ଣ ଆଟେଣ୍ଡାନ୍ସ ସିଟକୁ ହିଁ ଅଜିତ ରାଜ୍ୟପାଳଙ୍କୁ ତାଙ୍କ ଦଳର ସମର୍ଥନ ସନ୍ତକ ରୂପେ ଦେଇଦେଇଥିବାର ଏବେ ଚର୍ଚ୍ଚା ହେଉଛି।

ତେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରିବା ପରେପ୍ରଥମ ଥର ନିରବତା ଭଙ୍ଗ କରିଛନ୍ତି ଅଜିତ ପାୱାର। ମହାରାଷ୍ଟ୍ରରେ ସରକାର ଲାଗି ଅଜିତଙ୍କୁ ପିଏମ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବିଜେପି ମନ୍ତ୍ରୀ ଓ ନେତାମାନଙ୍କ ଶୁଭେଚ୍ଛା ଟ୍ୱିଟ୍ ର ରି ଟ୍ୱିଟ୍ କରି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି ଉଲ୍ଲେଖ କରିଛନ୍ତି ଯେ ‘ଆମେ ଏକ ଏପରି ସ୍ଥିର ସରକାର ନିଶ୍ଚିତ କରିବା ଯିଏ ମହାରାଷ୍ଟ୍ରର ଲୋକଙ୍କ ଲାଗି କଠୋର ଶ୍ରମ କରିବ’ ବୋଲି ଉଲ୍ଲେଖ କରିଛନ୍ତି। ଏହା ସହ ସେ ଏନସିପିରେ ଥିବା ଓ ଏନସିପିରେ ସବୁବେଳେ ରହିବେ ବୋଲି ଉଲ୍ଲେଖ କରିବା ସହ ଅଜିତ ପାୱାର ଆମର ନେତା ବୋଲି ଉଲ୍ଲେଖ କରିଛନ୍ତି। ଏଥିରୁ ରାଜ୍ୟରେ ଯାହା ବି ହୋଇଯାଉ ବିଜେପି-ଏନସିପି ସରକାର କିନ୍ତୁ ନିଶ୍ଚିତ ବୋଲି ଏବେ ଲୋକେ କୁହାକୁହି ହେଉଛନ୍ତି।

   Related Posts