ପୁରୁଷଙ୍କ ପାଇଁ ମହୈାଷଧି ହୋଇଥାଏ ଏହି ଫଳ : ଜାଣନ୍ତୁ ଏହାର ଉପାଦେୟତା ବିଷୟରେ

Published By : Prameya-News7 Bureau | May 18, 2019 IST

ଆଜି ଆମେ ଏପରି ଏକ ଫଳ ବିଷୟରେ ଜାଣିବା ଯାହାର ନାଁ ଲେସୁଆ। ଏହି ଫଳର ଆଚାର ଅତ୍ୟନ୍ତ ପ୍ରସିଦ୍ଧ। ଏହା ଖାଇବାକୁ ଅତ୍ୟନ୍ତ ସୁଆଦିଆ ଲାଗିଥାଏ। କିନ୍ତୁ ଲେସୁଆ ଫଳ ବିଷୟରେ ଆପଣ ବହୁତ କଥା ଜାଣିନଥିବେ ଯାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ।

{"id":113112,"width":596,"height":393}

ଯେଉଁମାନେ ପ୍ରତିଦିନ ଲେସୁଆ ଫଳ ଖାଇଥାଆନ୍ତି ସେମାନେ କେବେ ଦୁର୍ବଳତା ଅନୁଭବ କରିନଥାଆନ୍ତି। ପୁରୁଷଙ୍କୁ ଏହି ଫଳ ସେବନ କରିବା ଅତ୍ୟନ୍ତ ଆବଶ୍ୟକ।

{"id":113113,"width":595,"height":396}

ଲେସୁଆ ଫଳରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ଫଳରେ ଏହା ଖାଇବା ଦ୍ବାରା ମସ୍ତିଷ୍କ ପ୍ରଖର ହୋଇଥାଏ। ଏହି ଫଳରେ ପ୍ରଚୁର ପରିମାଣରେ ଆଇରନ୍ ଥାଏ। ଏହି ଫଳ ଖାଇବା ଦ୍ବାରା ରକ୍ତ ହୋଇଥାଏ। ଏହି ଫଳ ଔଷଧର କାମ କରିଥାଏ।

{"id":113115,"width":595,"height":446}

କେତେକ ଅଞ୍ଚଳରେ ଏହି ଫଳକୁ ଶୁଖାଇ ଚୂର୍ଣ୍ଣ କରିଥାଆନ୍ତି। ଏଥିରେ ମଇଦା ଏବଂ ବେସନ ମିଶାଇ ଲଡ଼ୁ କରି ଖାଆନ୍ତି। ଏହା ଖାଇବା ଦ୍ବାରା ଶରୀରରେ ଫୂର୍ତ୍ତି ଏବଂ ଶକ୍ତି ଆସିଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.