Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ନାମାଙ୍କନ ପତ୍ର ଦାଖଲ କରି ହେମାମାଳିନୀ ଏମିତି କଣ କହିଲେ ..ସମର୍ଥକମାନେ ହୋଇଗଲେ ନିରୁତ୍ସାହିତ

25/03/2019 at 5:52 PM

ମଥୁରା ୨୫/୩- ମଥୁରା ଲୋକସଭା ଆସନରୁ ସିନେମା ଅଭିନେତ୍ରୀ ଆଜି ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର । ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଏମିତି କିଛି ରଖିଛନ୍ତି ବୟାନ ଯାହା ତାଙ୍କର ସମର୍ଥକମାନେ ହୋଇପଡ଼ିଛନ୍ତି ନିରାଶ । ଆସନ୍ତୁ ଜାଣିବା କଣ ଥିଲା ହେମାମାଳିନୀଙ୍କ ବୟାନ ।

ଅପ୍ରେଲ ମାସ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ହେମାମାଳିନୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ସେ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବୃନ୍ଦାବନର ବାଙ୍କବିହାରୀ ମନ୍ଦିରରେ ପୂର୍ଜାଚ୍ଛନା ମଧ୍ୟ କରିଥିଲେ ।

ସେ ନାମାଙ୍କନ ପତ୍ର ଦାଖଲ ପରେ କହିଛନ୍ତି- ଏହା ହେଉଛି ତାଙ୍କର ଶେଷ ନିର୍ବାଚନ । ସେ ଆଉ କେବେ ନିର୍ବାଚନ ଲଢ଼ିବେ ନାହିଁ । ସେ ଯୁବଗୋଷ୍ଠୀଙ୍କ ପାଇଁ ରାସ୍ତା ଛାଡ଼ିଦେବାକୁ ଚାହୁଁଛନ୍ତି । ସେ ଆହରୁ ମଧ୍ୟ କହିଛନ୍ତି ଲୋକସଭା ସଦସ୍ୟ ଥିବା ସମୟରେ ମଥୁରା ପାଇଁ ସେ ଅନେକ କାମ କରିଛନ୍ତି । ଏବେ ଯୁବବର୍ଗ ଏହି କାମ କରିବା ପାଇଁ ନିଜକୁ ନିର୍ବାଚନ ଲଢ଼ିବାରୁ ଅବ୍ୟାହତି ନେବେ । ଏହି ବୟାନ ହେମାପ୍ରେମୀଙ୍କୁ କରିଛି ହତୋତ୍ସାହ ।

ହେମାମାଳିନୀ ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଭାଜପା ତରଫରୁ ଲୋକସଭା ଆସନ ପାଇଁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଜୟନ୍ତ ଚୌଧୁରୀଙ୍କୁ ହରାଇଥିଲେ ।

ସେ ଏଥର କଂଗ୍ରେସ ପ୍ରାର୍ଥୀ ମହେଶ ପାଠକଙ୍କ ସହ କଡ଼ା ମୁକାବିଲା କରିବାକୁ ଯାଉଛନ୍ତି ।

   Related Posts