ଅଫିସରୁ ଛୁଟି ପାଇବା ଲାଗି ଦେହ ଖରାପ ସବୁଠୁ ସଫଳ ବାହାନା, ପ୍ରତି ୫ ଜଣରେ ୨ ଜଣ କର୍ମଚାରୀ ଏପରି ନେଉଛନ୍ତି ଛୁଟି

Published By : Prameya-News7 Bureau | November 22, 2019 IST

ଲଣ୍ଡନ :  କାର୍ଯ୍ୟାଳୟରୁ ଛୁଟି ପାଇବା ନିମନ୍ତେ କର୍ମଚାରୀ ଅନେକ ବାହାନା କରନ୍ତି। ତେବେ ଦେହ ଖରାପର ବାହାନା କରି ଛୁଟିରେ ରହିବା ବ୍ରିଟେନରେ ସବୁଠୁ ସଫଳ ବାହାନା ବୋଲି ଜଣାପଡିଛି । ବ୍ରିଟେନରେ କରାଯାଇଥିବା ଏକ ସର୍ଭେକ୍ଷଣ ଅନୁସାରେ  ବ୍ରିଟିଶ କର୍ମଚାରୀ ସେମାନଙ୍କ ବସ୍ ଙ୍କୁ ଛୋଟମୋଟ ବେମାରୀର ବାହାନା କରି ବେସ୍ ସହଜରେ ଛୁଟିରେ ରହିପାରୁଛନ୍ତି। ପ୍ରତି ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ଏଭଳି ବାହାନାରେ ଛୁଟି ନେଇଥିବା ପ୍ରଥମ ଥର ଜଣାପଡିଛି।

{"id":188283,"sizeSlug":"large"}

ଏକ ପ୍ରତିଷ୍ଠିତ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏହି ସର୍ଭେକ୍ଷଣରେ କର୍ମଚାରୀଙ୍କ ନୈତିକତା ଓ ମୂଲ୍ୟବୋଧର ପ୍ରସଙ୍ଗ ଉଠାଯିବାରୁ ସେମାନେ ବେମାରୀ ବାହାନାରେ ଛୁଟି ନେବା ଓ ଅନ୍ୟଲୋକ କରିଥିବା କାମର ଶ୍ରେୟ ନେବା କଥା ସେମାନେ ସ୍ୱୀକାର କରିଛନ୍ତି। ବ୍ରିଟେନର ଅଫିସ ଫର ଷ୍ଟାଟିଷ୍ଟିକ୍ସ ଅନୁସାରେ ଜଣେ କର୍ମଚାରୀ ବର୍ଷରେ ୪ ଦିନ ସିକ୍ ଲିଭ ନେଉଥିବା ଜଣାପଡିଛି। ଏଥିଯୋଗୁ ସେମାନେ ଯେଉଁ କାରଣ କୁହନ୍ତି ତାହା ହେଉଛି ସର୍ଦ୍ଦିକାସ, ପିଠିରେ ଯନ୍ତ୍ରଣା ଓ ଥକ୍କା ଲାଗିବା । ତେବେ ବସ୍ ଙ୍କ ସହ ସମ୍ପର୍କ ଖରାପ ଥିଲେ କର୍ମଚାରୀ ଏପରି ମିଥ୍ୟା ବାହାନା କରୁଥିବାର ଏହି ସର୍ଭେକ୍ଷଣରୁ ଜଣାପଡିଛି।

{"id":188284,"width":572,"height":287,"sizeSlug":"large"}

ସର୍ଭେକ୍ଷଣରେ ଉଜାଗର ହୋଇଥିବା ସବୁଠୁ ବଡ ସତ୍ୟ ହେଲା ବରିଷ୍ଠ କର୍ମଚାରୀଙ୍କ ଅପେକ୍ଷା କନିଷ୍ଠ କର୍ମଚାରୀମାନେ ସବୁଠୁ ଅଧିକ ମିଥ୍ୟାର ଆଶ୍ରୟ ନେଉଛନ୍ତି। ତେବେ ରୋଚକ କଥାଟି ହେଲା  ଏପରି କର୍ମଚାରୀମାନେ ନିଜ ସହଯୋଗୀଙ୍କୁ ସହାୟତା ଲାଗି ସର୍ବଦା ପ୍ରସ୍ତୁତ । ସେହିପରି ତଥ୍ୟରେ ମହିଳାଙ୍କ ଅପେକ୍ଷା ପୁରୁଷ କର୍ମଚାରୀଙ୍କଠାରେ ଅନ୍ୟମାନଙ୍କ କାମର ଶ୍ରେୟ ନେବାର ପ୍ରବୃତ୍ତି ସର୍ବାଧିକ । ଏହା ଛଡା ସର୍ଭେରେ ସାମିଲ କିଛି କର୍ମଚାରୀ କାର୍ଯ୍ୟାଳୟରୁ ଷ୍ଟାପଲର ଓ ନୋଟବୁକ୍ ଭଳି ଛୋଟଛୋଟ ସାମଗ୍ରୀ ମଧ୍ୟ ଚୋରାନ୍ତି ବୋଲି ମାନିଛନ୍ତି। ସେହିପରି ୬୬ ପ୍ରତିଶତ କର୍ମଚାରୀ କାହାକୁ ନ ଜଣାଇ ଛୁଟିରେ ଥିବା ସେମାନଙ୍କ ସହକର୍ମୀଙ୍କ ସମ୍ପର୍କରେ ବସ୍ ଙ୍କୁ ଜଣାଇନଥାନ୍ତି।   

{"id":188285,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.