ତୀବ୍ର ଯନ୍ତ୍ରଣା ହେଉଥିଲେ ବି ଖାଆନ୍ତୁ ନାହିଁ ପେନ୍ କିଲର୍, ସତର୍କ କରିଛି ଏନଏସଏସ୍, ଜାଣନ୍ତୁ କ'ଣ ଗାଇଡଲାଇନ୍ସ...

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪: ଯନ୍ତ୍ରଣାରୁ ମୁକ୍ତି ପାଇଁ ରୋଗୀଙ୍କୁ ପେନ୍ କିଲର୍ ଦେବା ବିପଜ୍ଜନକ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏସଏସ୍) ଏକ ଗାଇଡଲାଇନ ଜାରି କରି କ୍ରୋନିକ ପେନ୍ ସମୟରେ ପେନ୍ କିଲର୍ ନଦେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି । ଏନଏସଏସ୍ କହିଛି ପେନ୍ କିଲର୍ ଭାବରେ ବ୍ୟବହୃତ ପାରାସିଟାମୋଲ କିମ୍ବା ଆଇବୁପ୍ରୋଫେନ ଔଷଧ ଯନ୍ତ୍ରଣାରୁ ମୁକ୍ତି ଦିଏ କିମ୍ବା ନ ଦିଏ, କିନ୍ତୁ ଏହି ଔଷଧଗୁଡ଼ିକ ଶରୀରରେ ବ୍ୟାପକ କ୍ଷତି ଘଟାଇପାରେ ।

{"width":583,"height":350}
Studies provide new insights into the role of sleep in chronic pain - Tech  Explorist

ଏନଏସଏସ୍ ଏହାର ନିର୍ଦ୍ଦେଶାବଳୀରେ ଦର୍ଶାଇଛି ଯେ ଏହି ଔଷଧ ଶରୀର ପାଇଁ ବହୁତ କ୍ଷତି ପହଞ୍ଚାଇପାରେ ବୋଲି ଦୃଢ ପ୍ରମାଣ ରହିଛି । ଏଥିରେ କୁହାଯାଇଛି ଯେ ପେନ୍ କିଲର୍ ସେବନ ଦ୍ୱାରା ଯନ୍ତ୍ରଣା ଉପରେ କଣ ପ୍ରଭାବ ପଡେ ବୋଲି କୌଣସି ପ୍ରମାଣ ନାହିଁ ।

କ୍ରୋନିକ୍ ପେନ୍ ଏକ ଏପରି ଅବସ୍ଥାରେ ଅଛି, ଯେଉଁଥିରେ ଏହାକୁ ଅନ୍ୟ ଚିକିତ୍ସା କିମ୍ବା ଲକ୍ଷଣ ଦ୍ୱାରା ବୁଝିହେବ ନାହିଁ । ଡାକ୍ତରମାନେ ସାଧାରଣତଃ  କ୍ରୋନିକ୍ ପେନ୍ ବୋଲି ଏହାକୁ ଭାବିଥାନ୍ତି ଯାହା ତିନିରୁ ଛଅ ମାସ ଧରି ହେଉଛି ଏବଂ ସଂପୂର୍ଣ୍ଣ ସଠିକ୍ ହୁଏ ନାହିଁ । ଅର୍ଥାତ୍ ଛଅ ମାସରୁ ଅଧିକ ଯନ୍ତ୍ରଣାକୁ କ୍ରୋନିକ୍ ପେନ୍ କୁହାଯାଏ । ଏହି ଯନ୍ତ୍ରଣାକୁ ଔଷଧ ସହିତ ଚିକିତ୍ସା କରିବା କଷ୍ଟକର ।

{"width":584,"height":329}
What is a rotator cuff injury and how do you treat it? | Northwest Broward  Orthopaedics

କ୍ରୋନିକ୍ ପେନ୍ ହେଲେ ପେନ୍ କିଲର୍ ଖାଇବା ଅପେକ୍ଷା ନିୟମିତ ବ୍ୟାୟାମ ଭଲ ବୋଲି ଏନଏସଏସ୍ ପରାମର୍ଶ ଦେଇଛି । ଯଦି ଯନ୍ତ୍ରଣା ଅଧିକ ହୁଏ, ତେବେ ଫିଜିଓଥେରାପିଷ୍ଟଙ୍କ ତତ୍ତ୍ୱାବଧାନରେ କିଛି ଦିନ ପାଇଁ ଫିଜିଓ ନିୟମିତ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.