Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସ୍ୱାମୀ-ସ୍ତ୍ରୀ ଯଦି ସାଥୀହୋଇ ରହି ପାରୁନାହାନ୍ତି ତେବେ ଅଲଗା ହୋଇଯିବା ଭଲ : ସୁପ୍ରିମ କୋର୍ଟ

4/10/2021 at 4:21 PM

ନୂଆଦିଲ୍ଲୀ ୪/୧୦: ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି, ସ୍ୱାମୀ ସ୍ତ୍ରୀ ଯଦି ଏକାଠି ଭଲଭାବେ ରହି ପାରୁନାହାନ୍ତି ତେବେ ଉଭୟ ପରଷ୍ପରଙ୍କୁ ଛାଡ଼ି ପାରିବେ । ଏ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏକ ଦମ୍ପତ୍ତିଙ୍କ ମାମଲା ଶୁଣାଣି କରି ଏଭଳି ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

ଘଟଣାଟି ଏହିପରି ଯେ, ଏକ ଦମ୍ପତ୍ତି ବିବାହର ମାତ୍ର ୫ ଦିନ ପରେ ହିଁ ଘରୋଇ କଳହ କାରଣୁ ଅଲଗା ହୋଇଥିଲେ । ପରେ ଏହି ମାମଲା କୋର୍ଟକୁ ଯାଇଥିଲା । ଆଜି ଏହାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ମହିଳା ଜଣଙ୍କ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜକରି ତଲାକ ନିର୍ଦ୍ଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ମାମଲାର ଶୁଣାଣି କରି ବିଚାରପତି ଏମ୍ଆର୍ ଶାହା ଓ ଯଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ମହିଳାଙ୍କୁ କହିଛନ୍ତି, ସେ ବ୍ୟବହାରିକ ହେବା ଉଚିତ। ସାରା ଜୀବନ ପରଷ୍ପର ସହିତ ଝଗଡ଼ା କରି ବଞ୍ଚି ପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମହିଳାକଙ୍କ ଭରଣପୋଷଣ ଖର୍ଚ୍ଚ ବାବଦକୁ ଉଭୟଙ୍କୁ ପରଷ୍ପର ମଧ୍ୟରେ ନିଷ୍ପତ୍ତି ନେବାକୁ କହିଛନ୍ତି। ତା ସହ ପତ୍ନୀଙ୍କ ପିଟିସନ ଉପରେ ଡିସେମ୍ୱର ମାସରେ ବିଚାର କରାଯିବ ବୋଲି ଜଣାଇଛନ୍ତି। ମହିଳାଙ୍କ ଓକିଲ କୋର୍ଟରେ କହିଛନ୍ତି ହାଇକୋର୍ଟଙ୍କ ତରଫରୁ ମହିଳାଙ୍କୁ ଦେଇଥିବା ତଲାକ୍ ରାୟ ସମ୍ପୁର୍ଣ୍ଣ ଭୁଲ ଥିଲା। ହାଇକୋର୍ଟ ଏହି ମାମଲାକୁ ପୁରା ଅଣଦେଖା କରି ପରଷ୍ପରଙ୍କ ମଧ୍ୟରେ ବୁଝାମଣା କରିନାହାନ୍ତି।

ଏହା ଛଡ଼ା ସ୍ୱାମୀଙ୍କ ପକ୍ଷରୁ ଆସିଥିବା ଓକିଲ କହିଛନ୍ତି ୧୯୯୫ ରେ ସ୍ୱାମୀ ତାଙ୍କୁ  ବାହାହେଲା ପରେ ତାଙ୍କ ଜୀବନ ନଷ୍ଟ ହୋଇଯାଇଛି। ସେ କହିଛନ୍ତି ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବା ଓ ତାଙ୍କ ରକ୍ଷଣା ବେକ୍ଷଣା ଖର୍ଚ୍ଚ ବହନ କରିବା ପାଇଁ ଏବେ ପ୍ରସ୍ତୁତ ଅଛନ୍ତି। ସେ ଆହୁରି କହିଛନ୍ତି ଉଭୟଙ୍କ ବାହାଘର ପରେ ସ୍ତ୍ରୀ ଜଣକ ତାଙ୍କୁ  ଅଗରତାଲାରେ ଥିବା ନିଜ ଘରେ ରହିବାକୁ ବାଧ୍ୟ କରିଥିଲେ। କିନ୍ତୁ ସ୍ୱାମୀ ତାଙ୍କ କଥାରେ ରାଜି ନ ହେବାରୁ ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। ସେବେଠାରୁ ଦୁଇଜଣ ଅଲଗା । ବିବାହ ପରେ ସେ ମାତ୍ର ପାଞ୍ଚ ଛଅ ଦିନ ସାଙ୍ଗରେ ଥିଲେ।

   Related Posts