ସମୁଦ୍ରରେ ଅତି ଭୀଷଣ ଚକ୍ରବାତ ରୂପ ନେଇଛି ଅମ୍ଫାନ: ପାରାଦୀପଠାରୁ ୧୮୦ କିମି ଦୂରରେ କେନ୍ଦ୍ରୀଭୂତ

Published By : Prameya-News7 Bureau | May 20, 2020 IST

ଭୁବନେଶ୍ବର୨୦/୫: ଅତି ଭୀଷଣ ଚକ୍ରବାତ ରୂପ ନେଇଥିବା ଅମ୍ଫାନ ଏବେ ପାରାଦୀପଠାରୁ ୧୮୦ କିଲୋମିଟରର ଦୂରରେ ରହିଛି ଅମ୍ଫାନ । ଗତ ୬ ଘଣ୍ଟା ହେଲା ଏହା ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଉତ୍ତର ଉତ୍ତରପୂର୍ବ ଦିଗରେ ଗତି କରୁଛି ।  ଆଜି ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗର ସୁନ୍ଦରବନ ଇଲାକାରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଉଛି । ତେବେ ଓଡିଶା ଉପକୂଳ ନିକଟରେ ଚକ୍ରବାତର ବିରାଟ ବଳୟର କିଛି ଅଂଶ ଘସି ହୋଇ ଯାଉଥିବାରୁ ଗତରାତିରୁ ଉପକୂଳ ଓଡିଶାରେ ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକରେ ପ୍ରବଳ ବେଗରେ ପବନ ବୋହୁଛି । ଏସବୁ ସ୍ଥାନରେ ଘଣ୍ଟାପ୍ରତି ୧୦୦କିଲୋମିଟରରୁ ଅଧିକ ବେଗରେ ପବନ ବୋହୁଥିବା ଅନୁମାନ କରାଯାଉଛି ।ପ୍ରଭାବରେ କିଛି ଅଞ୍ଚଳରେ ଗଛ ଭାଙ୍ଗିଛି । ସଂଧ୍ୟା ସୁଦ୍ଧା ସୁନ୍ଦରବନ ଇଲାକାରେ ଲ୍ୟାଣ୍ଡଫଲ କରିବାର ପୂର୍ବାନୁମାନ ଥିବାରୁ ଉତ୍ତର ଓଡିଶା ବିଶେଷ କରି ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜରେ ପ୍ରବଳ ପବନ ବୋହିବାର ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.