Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କୋଭିଡରେ କୋହଳ ହେଲା ଆୟକର ନିୟମ, ଚିକିତ୍ସା ବାବଦ ବ୍ୟୟ ଲାଗି ପ୍ରାପ୍ତ ରାଶି ନିମନ୍ତେ ଦେବାକୁ ପଡିବନି କର

25/06/2021 at 9:05 PM

ନୂଆଦିଲ୍ଲୀ ୨୫।୬:  କେନ୍ଦ୍ର ସରକାର ଆୟକରଦାତାଙ୍କ ଲାଗି ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ଏଥିରେ କୋଭିଡରେ ପ୍ରଭାବିତ ହୋଇଥିବା କରଦାତାଙ୍କୁ ଇନକମ୍ ଟ୍ୟାକ୍ସରୁ ରିହାତି ଦେଇଛନ୍ତି। ଏହା ଛଡା କର୍ମଚାରୀଙ୍କୁ କୋଭିଡ ଚିକିତ୍ସା ନିମନ୍ତେ ନିଯୁକ୍ତିଦାତା ଓ ଅନ୍ୟ ସ୍ରୋତରୁ ମିଳିଥିବା ଆର୍ଥିକ ସହାୟତା ଉପରେ ମଧ୍ୟ କର ରିହାତି ଦିଆଯାଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ନିଯୁକ୍ତିଦାତା ଓ ଅନ୍ୟ ସୂତ୍ରରୁ ପରିବାରକୁ ମିଳିଥିବା ଅନୁଗ୍ରହ ରାଶିକୁ ମଧ୍ୟ ସରକାର କରମୁକ୍ତ ଘୋଷଣା କରିଛନ୍ତି।

ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ଜାରି ଏକ ବୟାନରେ ଏହି ସୂଚନା ଦେଇଛନ୍ତି। କର୍ମଚାରୀଙ୍କୁ ତାଙ୍କ ନିଯୁକ୍ତିଦାତା ତଥା ଅନ୍ୟ ସ୍ରୋତରୁ ମିଳିଥିବା ଆର୍ଥିକ ଅନୁଗ୍ରହକୁ ଆୟକର ମୁକ୍ତ କରାଯାଇଛି। ସେହିପରି କୋଭିଡ କାରଣରୁ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲେ ତାଙ୍କ ନିଯୁକ୍ତିଦାତା ଅଥବା ଅନ୍ୟ ସୂତ୍ରରୁ ପରିବାରକୁ ମିଳୁଥିବା ଅନୁଗ୍ରହ ରାଶି ମଧ୍ୟ କରମୁକ୍ତ ରହିବ ବୋଲି ଏଥିରେ ଘୋଷଣା କରାଯାଇଛି।

ଆୟକର ବିଭାଗଙ୍କ ବୟାନ ଅନୁସାରେ ପ୍ରତ୍ୟକ୍ଷକର ବିବାଦ ସମାଧାନ ଯୋଜନାରେ ପୈଠ ସମୟସୀମା ୨ ମାସ ସମ୍ପ୍ରସାରଣ କରାଯାଇଛି। ଏଣୁ କରଦାତା ୩୧ ଅଗଷ୍ଟ ସୁଦ୍ଧା ତାଙ୍କ ଆୟକର ସମ୍ପର୍କିତ ବିବାଦର ସମାଧାନ କରିାପିରବେ ବୋଲି ସୂଚିତ କରାଯାଇଛି। ସେହିପରି ପାନ୍ ଓ ଆଧାର ସଂଯୁକ୍ତ କରିବାର ସମୟ ସୀମାକୁ ସମ୍ପ୍ରସାରିତ କରି ୩୦ ସେପ୍ଟେମ୍ବର ୨୦୨୧ କରାଯାଇଛି। ନିଯୁକ୍ତିଦାତାଙ୍କ ନିମନ୍ତେ ଫର୍ମ ୧୬ ଆକାରରେ ଆୟକର କାଟ ପ୍ରମାଣପତ୍ର କର୍ମଚାରୀଙ୍କୁ ଦେବା ଲାଗି ସମୟ ସୀମାକୁ ମଧ୍ୟ ୧୫ ଜୁଲାଇ ବଦଳେ ୩୧ ଜୁଲାଇ କରିଦେଇଛନ୍ତି।

   Related Posts