ଆଗାମୀ ବର୍ଷେ ମଧ୍ୟରେ ଆଇଟି ସେକ୍ଟରରେ ଯାଇପାରେ ୩୦ଲକ୍ଷ ଲୋକଙ୍କ ଚାକିରି ! ଜାଣନ୍ତୁ କଣ ରହିଛି କାରଣ

Published By : Prameya-News7 Bureau | June 17, 2021 IST

ନୂଆଦିଲ୍ଲୀ ୧୭/ ୦୬ : ଦେଶ ତଥା ବିଶ୍ବରେ ଗତ ଦେଢ ବର୍ଷ ହେଲା ତାଣ୍ଡବ ରଚୁଥିବା କରୋନା ସଂକ୍ରମଣ ଅନେକ ଲୋକଙ୍କର ରୋଜଗାର ଛଡାଇନେଇଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ମଧ୍ୟବିତ୍ତ ପରିବାର । ରୋଜଗାର ହରାଇ ଅତି ଦୟନୀୟ ଅବସ୍ଥାରେ ଜୀବନ ଜିଉଛନ୍ତି କୋଟି କୋଟି ଲୋକ । ତେବେ ବର୍ତ୍ତମାନ ଆମେରିକାର ଏକ ରିପୋର୍ଟ ବେରୋଜଗାରୀ ଚିନ୍ତାକୁ ଆହୁରି ବଢାଇଦେଇଛି ।


ଆମେରିକାର ତାର ଏକ ରିପୋର୍ଟରେ କହିଛି ଯେ, ଭାରତରେ ୨୦୨୨ ସୁଦ୍ଧା ଆଇଟି ସେକ୍ଟରରେ ପ୍ରାୟ ୩୦ ଲକ୍ଷ ଲୋକଙ୍କର ଚାକିରି ଚାଲିଯାଇପାରେ । ବ୍ୟାଙ୍କ ଅଫ୍‌ ଆମେରିକା ବୁଧବାର ଜାରି କରିଥିବା ଏକ ରିପୋର୍ଟରେ କହିଛି ଯେ, କରୋନା ମହାମାରୀ ସମୟରେ ବିଶ୍ବରେ କମ୍ପାନୀମାନେ ସ୍ବୟଂକ୍ରିୟା ପ୍ରକ୍ରିୟା ବଢାଇଦେଇଛନ୍ତି । ଟେକ୍‌ କମ୍ପାନୀଗୁଡିକରେ ଏହାର ପ୍ରଭାବ ବ୍ୟାପକ ହେବାରେ ଲାଗିଛି । ଏଥିରୁ ଜଣାପଡୁଛି ଘରୋଇ ଆଇଟି ସେକ୍ଟରଗୁଡିକ ୨୦୨୨ ସୁଦ୍ଧା ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ଚାକିରିରୁ ଛଟେଇ କରିପାରନ୍ତି ।


ବର୍ତ୍ତମାନ ଭାରତର ଆଇଟି ସେକ୍ଟର ପ୍ରାୟ ୧.୬୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ରୋଜଗାର ଦେଉଛି । ତେବେ ଯଦି ଏହି ରିପୋର୍ଟକୁ ଦେଖିବା ତେବେ ଯଦି କମ୍ପାନୀଗୁଡିକ ୩୦ ଲକ୍ଷ ଲୋକଙ୍କୁ ଚାକିରିରୁ ବିଦା କରନ୍ତି ତେବେ ସେମାନଙ୍କର ପାଖାପାଖି ୧୦୦ ବିଲିୟନ ଡଲାର ରହିଯିବ । ଆଇଟି କମ୍ପାନୀଗୁଡିକର ଏକ ସଂଗଠନ ନାସକୋମ କହିଛି ଯେ, ଏହି ଶିଳ୍ପରେ କାମ କରୁଥିବା ପ୍ରାୟ ୯୦ ଲକ୍ଷ ଲୋକ ଲୋ-ସ୍କେଲ ଏବଂ ବିପିଓରେ କାର୍ଯ୍ୟ କରନ୍ତି । ସେହିମାନଙ୍କ ମଧ୍ୟରୁ ୨୦୨୦ ସୁଦ୍ଧା ପ୍ରାୟ ୩୦ ଲକ୍ଷ ଲୋକଙ୍କ ଚାକିରି ଯାଇପାରେ । ରୋବଟର ଚାହିଦା ବୃଦ୍ଧି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.