ଶ୍ରେଣୀ ହ୍ୱାଟ୍‌ସାପ୍ ଗ୍ରୁପରେ ଅଭିଭାବକ ଛାଡ଼ିଲେ ଅଶ୍ଳିଳ ଭିଡିଓ, ତାପରେ...

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ, ୧୧/୦୧: ଦିଲ୍ଲୀର ଏକ ସ୍କୁଲ ପିଲାର ଶ୍ରେଣୀ ହ୍ୱାଟ୍ସ ଆପ୍ ଗ୍ରୁପରେ ଅଶ୍ଳିଳ ଭିଡିଓ ଛାଡ଼ିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଭିଡିଓ ଭୁଲ୍ ବଶତଃ ଜଣେ ପିଲାର ଅଭିଭାବକ ମେସେଜ କରିଦେଇଥିଲେ। କେତେକ ସ୍କୁଲ ଏହି ପ୍ରକାରର ଅଭିଯୋଗ ଆଣି ଉତ୍ତର ଦିଲ୍ଲୀ ନଗର ନିଗମକୁ ଜଣାଇଥିଲେ। ଏହାପରେ ନଗର ନିଗମ ଅଭିଭାବକମାନଙ୍କୁ ତାଗିଦ୍ କରିବା ସହ ପୂନର୍ବାର ଏପରି କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି।

ହିନ୍ଦୁସ୍ତାନ ଟାଇମ୍‌ର ରିପୋର୍ଟ ଅନୁସାରେ, ଜାହାଙ୍ଗିରପୁରର ଏକ ସ୍କୁଲର ପ୍ରିନ୍ସିପାଲ୍ ନାମ ଗୋପନ ରଖି କହିଛନ୍ତି ଯେ, ପୂର୍ବମାସରେ ୫ମ ଶ୍ରେଣୀର ହ୍ୱାଟ୍ସ ଆପ୍ ଗ୍ରୁପରେ ଆପତ୍ତିଜନକ ଭିଡିଓ କ୍ଲିପ୍ ମିଳିଥିଲା। ଏହି କ୍ଲିପ୍‌ଟି ଛାତ୍ରର ରେଜିଷ୍ଟ୍ରାର ନମ୍ୱରରୁ ଆସିଥିଲା। ଏହାପରେ ଉକ୍ତ ଛାତ୍ରର ପିତା-ମାତାଙ୍କୁ ଡକାଯାଇଥିଲା । କିନ୍ତୁ ସେମାନେ ଏପରି ଅଭିଯୋଗକୁ ଅସ୍ୱୀକାର କରିଥିଲେ।

ସ୍କୁଲର ଶିକ୍ଷକ ନିୟମିତ ଭାବେ ଏହି ଗ୍ରୁପରେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଅନ୍ଲାଇନ୍‌ରେ ପଢ଼ାଯାଉଥିବା ପାଠ ଛଡ଼ା ଅନ୍ୟ କୈଣସି ମେସେଜ୍ ନ କରିବାକୁ ଅନୁରୋଧ କରୁଛନ୍ତି । ଏହାଛଡ଼ା ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ସେମାନେ ଅଭିଭାବକଙ୍କୁ ଭଲ ଭାବେ ବୁଝାଇଥିବା ପ୍ରନ୍ସିପାଲ କହିଛନ୍ତି। ଉତ୍ତର ଦିଲ୍ଲୀ ନଗର ନିଗମର ଶିକ୍ଷା ବିଭାଗକୁ ଏକ ସ୍କୁଲରୁ ଅଭିଯୋଗ ଆସିବାପରେ ନିଗମ ଚେତାବନୀ ଜାରି କରିଛି। ନିଗମ ପକ୍ଷରୁ କୁହାଯାଇଛି ଯେ, ଏହିପରି ଘଟଣାର ପୁନରାବୁର୍ତ୍ତି ହେଲେ ଡେରି ନକରି ଅଭିଯୁକ୍ତ ଅଭିଭାବକଙ୍କ ବିରୋଧରେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.