Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

Whats Appରେ ଆସିଛି କି ଅମୂଲ Massage? ହୋଇ ଯାଆନ୍ତୁ ସାବଧାନ, ଖାଲି ହୋଇଯିବ ଆକାଉଣ୍ଟ

12/10/2021 at 4:08 PM

ନୂଆଦିଲ୍ଲୀ ୧୨।୧୦: ଡିଜିଟାଲ ଟ୍ରାଞ୍ଜାକ୍ସନ ଯେପରି ବଢ଼ିବଢ଼ି ଚାଲିଛି ସାଇବର କ୍ରାଇମ ଓ ଫ୍ରଡ ମଧ୍ୟ ସେହିପରି ବଢୁଛି। ଆର୍ଥିକ ଠକେଇ ଲାଗି ହ୍ୟାକର୍ସ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ବିଭିନ୍ନ ଉପାୟରେ ଲୋକଙ୍କ ସୂଚନା ଜୁଟାଇ ଆକାଉଣ୍ଟ ଝାଡୁ ମାରୁଛନ୍ତି।  ଲୋକେ କିଛି ବୁଝିବା ଆଗରୁ ଲୁଟର ଶିକାର ହେଉଛନ୍ତି।  ଏଥିଲାଗି ହ୍ୟାକର୍ସ ଯେଉଁ ସବୁ ଉପାୟ ଅବଲମ୍ବନ କରୁଛନ୍ତି ସେଥିରୁ ହ୍ୱାଟସ୍‌ ଆପ ମ୍ୟାସେଜ୍‌ରେ ଲିଙ୍କ ପଠାଇ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ ଅନ୍ୟତମ। ଏବେ ହ୍ୟାକର୍ସ ଏବେ ଅମୂଲ ନାମରେ ଲୋକଙ୍କୁ ଲୁଟିବା ଲାଗି ନୂଆ ଚାଲ ଚଳାଇଥିବା ଜଣାପଡିଛି।

ଏଥିରେ ହ୍ୟାକର ଅମୂଲଙ୍କ ପକ୍ଷରୁ ମାସିକ ୬ ହଜାର ଟଙ୍କା ଆୟର ଲୋଭନୀୟ ଅଫର ଦେଉଛନ୍ତି। ଯଦି ଆପଣଙ୍କୁ ଏମିତି ମ୍ୟାସେଜ୍‌ ମିଳିଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। ଅମୂଲ ନାମରେ ପଠା ଯାଉଥିବା ଏହି ଲିଙ୍କରେ କ୍ଲିକ୍‌ କଲେ ଆପଣଙ୍କ କମ୍ପ୍ୟୁଟରରେ ଏକ ନୂଆ  ବ୍ରାଉଜର ଖୋଲି ଯାଉଛି। ଏହି ପେଜ୍‌ ଶୀର୍ଷରେ ଅମୂଲର ଲୋଗୋ ରହିଥିବା ବେଳେ ଅମୂଲର ୭୫ତମ ସ୍ଥାପନା ବାର୍ଷକ ଅବସରରେ ଆପଣଙ୍କ ଲାଗି ସରପ୍ରାଇଜ  ଅଫର ଦେଖିବାକୁ ମିଳୁଛି। କିଛି ପ୍ରଶ୍ନ ଓ ପରେ ବାକ୍ସରେ କ୍ଲିକ୍‌ କରି ଉପହାର ଜିତିବାର ସୁଯୋଗ ଆଦି ଦେଖା ଯାଉଛି। ଏହା ପରେ ଆପଣ ମ୍ୟାସେଜ୍‌ ୫ଟି ହ୍ୱାଟସଆପ ଗ୍ରୁପ ଅଥବା ୨୦ ଜଣଙ୍କ ହ୍ୱାଟସ୍‌ ଆପରେ ସେୟାର କରିବାକୁ କୁହାଯାଉଛି।

ତେବେ ନିଜେ ଅମୂଲ ଏପରି କିଛି କ୍ୟାମ୍ପେନ ଚଳାଇ ନଥିବା ତାଙ୍କ ଟ୍ୱିଟ୍‌ରେ ସୂଚିତ କରିଛନ୍ତି। ଲୋକଙ୍କୁ ଠକେଇ ଉଦ୍ଦେଶ୍ୟରେ କେହି ଏପରି ଚାଲ ଚଳାଇଥାଇପାରେ ବୋଲି କୁହାଯାଇଥିବା ବେଳେ ଏଥିପ୍ରତି ସତର୍କ କରାଯାଇଛି। ଏହା ଏକ ସ୍ପାମ ଲିଙ୍କ ଏଥିରେ କ୍ଲିକ୍‌ ନ କରିବା ଲାଗି ଅମୂଲ ସତର୍କ କରାଇଛନ୍ତି। ହୁଏତ ହ୍ୟାକର୍ସ ଏପରି ସ୍ପାମ ମାଧ୍ୟମରେ ୟୁଜରଙ୍କ ଫୋନରୁ ବ୍ୟାଙ୍କ ଆକାଉଣ୍ଟ ବାବଦ ତଥ୍ୟ ଚୋରି କରି ଠକେଇ କରିପାରନ୍ତି ବୋଲି ସତର୍କ କରାଇଛନ୍ତି।

ଏ ସମ୍ପର୍କରେ ଅମୂଲ ଜାଣିବା ପରେ ଲିଙ୍କର ଯାଞ୍ଚ କରାଇଛନ୍ତି। ହୁଏତ ହ୍ୟାକର୍ସ ଏହି ଲିଙ୍କ ମାଧ୍ୟମରେ ଲୋକଙ୍କ ଫୋନ ଅଥବା କମ୍ପ୍ୟୁଟରରେ ମାଲୱେର ଅପଲୋଡ କରିପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି। ଯଦି କାହା ହ୍ୱାଟସ୍‌ ଏପ୍‌ରେ ଏପରି କୌଣସି ମ୍ୟାସେଜ୍ ଆସିଥାଏ ତେବେ ତୁରନ୍ତ ଏହାକୁ ରିପୋର୍ଟ କରନ୍ତୁ ଅଥବା ବ୍ଲକ୍‌ କରନ୍ତୁ ବୋଲି କୁହାଯାଇଛି।

   Related Posts