Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପାଇକ ବିଦ୍ରୋହକୁ ଅପମାନିତ କରିବାକୁ ଆନ୍ଧ୍ର ଫିଲ୍ମର ଅପଚେଷ୍ଟା : ୧୮୪୬ ନରସିହ୍ମା ରେଡ୍ଡିଙ୍କ ବିଦ୍ରୋହକୁ ଦର୍ଶାଯାଇଛି ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ, ସଂଶୋଧନ ପାଇଁ ବଢୁଛି ଦାବି

21/09/2019 at 11:15 AM

ଭୁବନେଶ୍ବର ୨୧।୯: ୧୮୪୬ରେ ଆନ୍ଧ୍ରରେ ବ୍ରିଟିଶ୍ ବିରୋଧରେ ହୋଇଥିବା ବିଦ୍ରୋହକୁ ନେଇ ତେଲଗୁରେ ଏକ ହାଇଭୋଲଟେଜ୍ ଫିଲ୍ମ ନିର୍ମାଣ ହୋଇଛି । ଯାହାର ଟାଇଟଲ ରହିଛି ସାଏରା ନରସିହ୍ମା ରେଡ୍ଡୀ ।  ଆସନ୍ତା ଅକ୍ଟୋବର ୨,  ଗାନ୍ଧି ଜୟନ୍ତୀରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ । ଏଥିରେ ୧୮୪୬ରେ ଆନ୍ଧ୍ରରେ ନରସିହ୍ମା ରେଡ୍ଡୀଙ୍କ ନେତୃତ୍ବରେ ଇଂରେଜମାନଙ୍କ ବିରୋଧରେ କରାଯାଇଥିବା ବିଦ୍ରୋହକୁ ବ୍ରିଟିଶ୍ ବିରୋଧରେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଚିତ୍ରଣ କରାଯାଇଛି । ଯେତେବେଳେ କି ଓଡ଼ିଶାରେ ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେଇସାରିଛନ୍ତି ଭାରତ ସରକାର । ଏଭଳି ପରିସ୍ଥିତିରେ ଫିଲ୍ମ ସାଏରା ନରସିହ୍ମା ରେଡ୍ଡୀରେ ଚିତ୍ରିତ ହୋଇଥିବା ମିଛ ତଥ୍ୟକୁ ନେଇ ପ୍ରଶ୍ନ ଉଠିଛି । ତୁରନ୍ତ ଆନ୍ଧ୍ର ସରକାର ଏହି ଫିଲ୍ମରୁ ଭୁଲ୍ ତଥ୍ୟକୁ ବାଦ୍ ଦେବାକୁ ଦାବି ଉଠିଛି ।

୧୮୪୬ରେ ଆନ୍ଧ୍ରରେ ବ୍ରିଟିଶ୍ ବିରୋଧରେ ହୋଇଥିବା ବିଦ୍ରୋହକୁ ନେଇ ତେଲୁଗୁରେ ଏକ ହାଇଭୋଲଟେଜ୍ ଫିଲ୍ମ ନିର୍ମାଣ ହୋଇଛି । ଯାହାର ଟାଇଟଲ ରହିଛି ସାଏରା ନରସିହ୍ମା ରେଡ୍ଡୀ ।  ଆସନ୍ତା ଅକ୍ଟୋବର ୨,  ଗାନ୍ଧି ଜୟନ୍ତୀରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ । ପରେ ଏହାର ହିନ୍ଦି ଡବିଂ ମଧ୍ୟ ଆସିବ । ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି  ତେଲଗୁ ସୁପରଷ୍ଟାର ଚିରଂଜୀବୀ, ବଲିଉଡ୍ ବାଦଶାହ ଅମିତାଭ ବଚ୍ଚନଙ୍କ ଭଳି ହାଇପ୍ରୋଫାଇଲ୍ ଆକ୍ଟର୍ସ । ନିକଟରେ ହିନ୍ଦି, ତେଲୁଗୁ, ତାମିଲ, କନ୍ନଡ଼ ଭାଷାରେ ଫିଲ୍ମ ସାଏରା ନରସିହ୍ମା ରେଡ୍ଡୀର ଟିଜର ଏବେ ୟୁଟ୍ୟୁବରେ ଖୁବ୍ ଧମାଲ ମଚାଉଛି । କିନ୍ତୁ ଏହି ଧମାଲ ଭିତରେ ଗୋଟେ ଚକ୍ମା ଦେବା ଚକ୍କରରେ ଅଛନ୍ତି ଫିଲ୍ମର ନିର୍ମାତା ସୁରେନ୍ଦର ରେଡ୍ଡୀ ।

୧୮୪୬ରେ ଆନ୍ଧ୍ରରେ ନରସିହ୍ମା ରେଡ୍ଡୀଙ୍କ ନେତୃତ୍ବରେ ଇଂରେଜମାନଙ୍କ ବିରୋଧରେ କରାଯାଇଥିବା ବିଦ୍ରୋହକୁ ବ୍ରିଟିଶ୍ ବିରୋଧରେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଚିତ୍ରଣ କରାଯାଇଛି । ଯେତେବେଳେ କି ଓଡ଼ିଶାରେ ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେଇସାରିଛନ୍ତି ଭାରତ ସରକାର । ଏନେଇ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ୨୦୧୭ରେ ଦିଲ୍ଲୀରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଯେଉଁଥିରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ସ୍ବୀକାର କରିଛନ୍ତି ।

ଏଭଳି ପରିସ୍ଥିତିରେ ଫିଲ୍ମ ସାଏରା ନରସିହ୍ମା ରେଡ୍ଡୀରେ ଚିତ୍ରିତ ହୋଇଥିବା ମିଛ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇବାକୁ ଚାହିଁଛି ନ୍ୟୁଜ୍ ସେଭେନ୍ । ତୁରନ୍ତ ଆନ୍ଧ୍ର ସରକାର ଏହି ଫିଲ୍ମରୁ ଭୁଲ୍ ତଥ୍ୟକୁ ବାଦ୍ ଦେବାକୁ ଦାବି କରୁଛି ନ୍ୟୁଜ୍ ସେଭେନ୍ । ଏଥି ସହ ଓଡ଼ିଶା ସରକାର, ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏହାକୁ ନେଇ ଆପତ୍ତି ଉଠାଇବା ସହ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରୁଛୁ ।

ଫିଲ୍ମରେ ନିଜ ମାଟି, ନିଜ ଦେଶରେ ଲୋକେ ବ୍ରିଟିଶ୍ଙ୍କୁ ଦେଉଥିବା ଲଗାନ୍ ବିରୋଧରେ ବିଦ୍ରୋହ କରିଥିବା ଆନ୍ଧ୍ରର ନରସିହ୍ମା ରେଡ୍ଡୀଙ୍କୁ ଜଣେ ସାହସି ଯୋଦ୍ଧା ଭାବେ ଚିତ୍ରଣ କରାଯାଇଛି । ସେ ସବୁ ଠିକ୍ ଅଛି । ହୋଇଥାଇପାରେ ୧୮୪୬ରେ ଆନ୍ଧ୍ରର ଏହି ଯୋଦ୍ଧା ବ୍ରିଟିଶ୍ ସରକାର ବିରୋଧରେ ସଂଘର୍ଷ କରିଥାଇପାରନ୍ତି । ହେଲେ ନରସିହ୍ମାଙ୍କ ଦ୍ବାରା ସେତେବେଳେ ଆରମ୍ଭ କରାଯାଇଥିବା ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଏହି ଫିଲ୍ମରେ ଚିତ୍ରଣ କରାଗଲା କେମିତି ? ଏହି ଫିଲ୍ମର ଟିଜରକୁ ଅନେକ ଓଡ଼ିଆ ଲୋକ ୟୁଟ୍ୟୁବ୍ରେ ଦେଖିଥିବେ ନିଶ୍ଚୟ । ହେଲେ ଏପର୍ଯ୍ୟନ୍ତ ଏ ପ୍ରଶ୍ନ କ’ଣ କାହାରି ମନକୁ ଆସିନି ?  ଫିଲ୍ମ ସାଏରା ନରସିହ୍ମା ରେଡ୍ଡୀରେ ଚିତ୍ରିତ ହୋଇଥିବା ମିଛ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇବାକୁ ଚାହିଁଛି ନ୍ୟୁଜ୍ ସେଭେନ୍ ।

୨୦୧୭ରେ ଦେଶର ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନକୁ ଦେଖିଥିଲା ସାରା ଦେଶ । ଯେଉଁଥିରେ ୧୮୧୭ରେ ଇଂରେଜଙ୍କ ବିରୋଧରେ ହୋଇଥିବା ଓଡ଼ିଶାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ସ୍ବୀକାର କରାଯାଇଛି ।

ନୂଆ ଦିଲ୍ଲୀରେ ଆୟୋଜିତ ଏହି ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ସ୍ବରରେ ୧୮୧୭ରେ ଓଡ଼ିଶାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ ବୋଲି କହିସାରିବା ପରେ ବି କେମିତି ଆନ୍ଧ୍ରରେ ଏଭଳି ଫିଲ୍ମ ମାଧ୍ୟମରେ ଭୁଲ୍ ତଥ୍ୟର ପ୍ରଚାର ପ୍ରସାର କରିବାକୁ ଚେଷ୍ଟା ଗଲା, ଏବଂ ସେନ୍ସର ବୋର୍ଡ଼ରେ ମଧ୍ୟ ଏତେ ବଡ଼ ଭୁଲକୁ କିଭଳି ନଜରଅନ୍ଦାଜ କରାଯାଇଛି  ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।

ଯେତେବେଳେ ସାରା ଦେଶ ଏହାକୁ ମାନି ସାରିଛି, ସେତେବେଳେ ଆନ୍ଧ୍ର ପ୍ରଦେଶର ଫିଲ୍ମ ନିର୍ମାତା ସୁରେନ୍ଦର ରେଡ୍ଡୀ ଏହାକୁ ଗ୍ରହଣ ନକରିବା ପଛର ରହସ୍ୟ କ’ଣ ? ୧୮୧୭ ଅର୍ଥାତ୍ ନରସିହ୍ମା ରେଡ୍ଡୀଙ୍କ ସଂଗ୍ରାମର ୨୯ବର୍ଷ ପୂର୍ବରୁ ଓଡ଼ିଶାରେ ଏକ ମହାନ ବିପ୍ଳବ ସଂଗଠିତ ହୋଇଥିଲା । ସେକଥାକୁ ସେ ମନେ ରଖିବା ଉଚିତ୍ ଥିଲା । ଯଦି ସେ ମନେ ରଖି ନାହାନ୍ତି, ତାହେଲେ ତାଙ୍କୁ ମନେ ପକାଇଦେବାକୁ ଚାହୁଁଛି ନ୍ୟୁଜ୍ ସେଭେନ୍ ।

୧୮୧୭ରେ ଯେତେବେଳେ ଖୋର୍ଦ୍ଧା ଅଂଚଳ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ଥିଲା, ଯେତେବେଳେ ଇଂରେଜମାନଙ୍କ ଅତ୍ୟାଚାରକୁ ନେଇ ଲୋକଙ୍କ ମନରେ ନିରାଶା ଛାଇଯାଇଥିଲା ସେତେବେଳେ ପାଇକ ସର୍ଦ୍ଦାର ବକ୍ସି ଜଗବନ୍ଧୁ ପାଇକ ବିଦ୍ରୋହର ଶଂଖ ଧ୍ବନୀ କରିଥିଲେ । ୧୮୦୪ରୁ ଜୟୀ ରାଜଗୁରୁ ଆରମ୍ଭ କରିଥିବା ସଂଗ୍ରାମକୁ ବାସ୍ତବ ରୂପ ଦେଇଥିଲେ  । ଆଉ ସେଇଠାରୁ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ।

   Related Posts