ନୂଆଦିଲ୍ଲୀ ୪।୧: ଗତ ଶତାବ୍ଦୀର ୭୦ ଦଶକରେ ସ୍ଥାପିତ ହୋଇଥିଲା ଭାରତୀୟ ଅନ୍ତରୀକ୍ଷ ସଂସ୍ଥାନ (ଇସ୍ରୋ)। ସ୍ଥାପନାର ମାତ୍ର ଅଳ୍ପକେଇ ବର୍ଷରେ ଇସ୍ରୋ ଏବେ ଆମେରିକା, ଋଷିଆ, ଫ୍ରାନ୍ସ, ଚୀନ, ବ୍ରିଟେନ ଓ ଜାପାନ ଭଳି ଦେଶମାନଙ୍କୁ ମହାକାଶ କାର୍ଯ୍ୟକ୍ରମରେ ପଛରେ ପକାଇବାରେ ସଫଳ ହୋଇଛି। ଇସ୍ରୋ ଚନ୍ଦ୍ରୟାନ-୧ ପଠାଇ ଇତିହାସ ବି ରଚିଛି। ଆଗକୁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ମହାକାଶ ପ୍ରେରଣ ଲାଗି ଯୋଜନା କରୁଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ମହାକାଶଚାରୀଙ୍କ ନାମ କ’ଣ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ତେବେ ଆସନ୍ତୁ ଜାଣିବା କ’ଣ କୁହାଯିବ ଭାରତୀୟ ମହାକାଶ ଯାତ୍ରୀଙ୍କୁ।
{"id":206827,"sizeSlug":"large"}ସ୍ୱଳ୍ପ ଖର୍ଚ୍ଚରେ ମଙ୍ଗଳ ଗ୍ରହରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର। କେବଳ ଏତିକି ନିୁହେଁ ନିକଟରେ ଚନ୍ଦ୍ରୟାନ-୨ ମିସନରେ ରୋଭର ପ୍ରଜ୍ଞାନ ମାଧ୍ୟମରେ ଚନ୍ଦ୍ରପୃଷ୍ଠର ସୂଚନା ହାସଲ ଲାଗି ଯଦିଓ ଇସ୍ରୋ ବିଫଳ ହୋଇଛି ତେବେ ଆର୍ବିଟର ଲଗାତାର ଚନ୍ଦ୍ର ସମ୍ବଦ୍ଧିତ ସୂଚନା ପଠାଇବାରେ ଲାଗିଛି। ଏହା ଛଡା ଥରକରେ ଅନ୍ତରୀକ୍ଷକୁ ୧୦୪ଟି ଉପଗ୍ରହ ଉତ୍କ୍ଷେପଣ କରି ଭାରତ ବିଶ୍ୱର ବୃହତ୍ତ ଅନ୍ତରୀକ୍ଷ ବଜାରକୁ ଲମ୍ବ ଲମ୍ପ ପ୍ରଦାନ କରିଛି।
{"id":206828,"width":577,"height":469,"sizeSlug":"large"}୨୦୨୨ରେ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିବ ଭାରତ
ଏତେ ସବୁ ସଫଳତା ପରେ ବି ଭାରତ ଅନ୍ତରୀକ୍ଷକୁ ଏପର୍ଯ୍ୟନ୍ତ ମାନବ ପ୍ରେରଣ କରିପାରିନାହିଁ। ତେବେ ଇସ୍ରୋର କାର୍ଯ୍ୟକ୍ରମ ଯଦି ଠିକ୍ ଠାକ୍ ଚାଲେ ତେବେ ଆସନ୍ତା ୨୦୨୨ରେ ପ୍ରଥମ ମାନବ ପ୍ରେରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରେ। ଏଥିରେ ଆମେରିକୀୟ ମହାକାଶଚାରୀଙ୍କୁ ଆଷ୍ଟ୍ରୋନଟ୍ କୁହାଯାଉଥିବା ବେଳେ ଋଷୀୟ ମହାକାଶଚାରୀ କସମନଟ ଭାବେ ବିଶ୍ୱରେ ପରିଚିତ। ନିକଟରେ ଚୀନ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିଥିବା ବେଳେ ସେମାନଙ୍କୁ ଟେକ୍ନଟ୍ ନାମକରଣ କରିଥିଲା ତେବେ ଭାରତୀୟ ମହାକାଶଯାତ୍ରୀଙ୍କୁ କ’ଣ ନାମକରଣ କରାଯିବ ଏବେ ତା ଉପରେ ବିଚାର କରାଯାଉଛି।
‘ବ୍ୟୋମନଟ୍’ ହେବ ଭାରତୀୟ ମହାକାଶଚାରୀଙ୍କ ନାମ
ମହାକାଶଚାରୀଙ୍କୁ ପୃଥିବୀର ଅନ୍ୟ ଦେଶମାନଙ୍କ ଭଳି ନିଜ ନାମରେ ନାମିତ କରିବାକୁ ଚାହେଁ ଭାରତ। ଏଣୁ ଇସ୍ରୋ ନିଜ ମହାକାଶଚାରୀଙ୍କୁ ‘ବ୍ୟୋମୋନଟ୍’ ନାମରେ ନାମିତ କରିବ ବୋଲି ଜଣାପଡିଛି। ଅନ୍ତରୀକ୍ଷଯାତ୍ରୀଙ୍କୁ ସକୁଶଳେ ମହାକାଶରେ ପହଞ୍ଚାଇବା ଓ ସେଠାରୁ ପୁଣି ପୃଥିବୀକୁ ଫେରାଇ ଆଣିବା ସବୁଠୁ ବଡ ଚାଲେଞ୍ଜ। ତେବେ ଏଥିରେ ଯଦି ଭାରତ ଥରେ ସଫଳ ହୁଏ ତେବେ ବିଶ୍ୱ ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଆମେରିକା, ଋଷିଆ ଓ ଚୀନ ଭଳି ଭାରତ ଅନ୍ୟତମ ରାଷ୍ଟ୍ର ହେବ। ମହତ୍ୱାକାଙକ୍ଷୀ ଯୋଜନା ‘ଗଗନୟାନ’ କାର୍ଯ୍ୟକ୍ରମରେ ଭାରତ ୨୦୨୨ ସୁଦ୍ଧା ଭାରତ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିବ ବୋଲି ୧୫ ଅଗଷ୍ଟ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ।