ନୂଆ ବର୍ଷରେ ବାରାଣାସୀକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର: ଆଇଆଇଟି ବିଏଚୟୁରେ ଖୋଲିବ ଇସ୍ରୋର ପଞ୍ଚମ କେନ୍ଦ୍ର

Published By : Prameya-News7 Bureau | December 24, 2020 IST

ବାରାଣାସୀ ୨୪/୧୨ : ନୂଆ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଆଇଆଇଟି ବିଏଚୟୁ (IIT BHU) ଓ ଉତ୍ତର ଭାରତ ଜନତାଙ୍କୁ ଏକ ନୂଆ ଉପହାର ମିଳିବାକୁ ଯାଉଛି। ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆଇଆଇଟି ବିଏଚୟୁରେ ଖୋଲିବାକୁ ଯାଉଛି ଇସ୍ରୋର ପଞ୍ଚମ ସେଣ୍ଟର। ଭାରତୀୟ ମହାକାଶ ଗବେଷଣା ସଂଗଠନର ପଞ୍ଚମ ସେଣ୍ଟର ଆଇଆଇଟି ବିଏଚୟୁରେ ଖୋଲିବ। ଏଥିପାଇଁ ଆଇଆଇଟି ବିଏଚୟୁ ଓ ଇସ୍ରୋ ମଧ୍ୟରେ ଅନଲାଇନ କାର୍ଯ୍ୟକ୍ରମ ଜରିଆରେ ଚୁକ୍ତି ହୋଇଛି।

ଏହି ଚୁକ୍ତିରେ ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ ଜୈନ ଓ ଇସ୍ରୋ ତରଫରୁ ସିବିପିଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ପି.ଭି ଭେଙ୍କଟ କୃଷ୍ଣନଙ୍କ ଦସ୍ତଖତ କରିଛନ୍ତି। ଆଇଆଇଟି ବିଏଚୟୁରେ ଖୋଲିବାକୁ ଥିବା ISRO ର ଏହି କେନ୍ଦ୍ର ଉତ୍ତର ଏବଂ ମଧ୍ୟ ଭାରତର ପ୍ରଥମ ଆଞ୍ଚଳିକ ସ୍ପେସ ଏକାଡେମିକ୍ କେନ୍ଦ୍ର ହେବ। ଏହି ସେଣ୍ଟର ଖୋଲାଯିବା ପରେ କେବଳ ବିଏଚୟୁ ଛାତ୍ରଛାତ୍ରୀଙ୍କୁ ମହାକାଶ ଗବେଷଣା ଉପରେ ଅଧ୍ୟୟନ ଏବଂ ଅନୁସନ୍ଧାନ କରିବାର ଏକ ସୁଯୋଗ ମିଳିବନି ବରଂ କୃଷି, ଦୂର ସଞ୍ଚାର, ପାଣିପାଗ ବିଜ୍ଞାନ, ଜଳ ଉତ୍ସ ଆଦି କ୍ଷେତ୍ରଗୁଡିକରେ ମଧ୍ୟ ପୂର୍ବାଞ୍ଚଳ ଓ ମଧ୍ୟ ଭାରତ ବହୁତ ଲାଭବାନ ହେବ। ସ୍ପେସ୍ ସାଇନ୍ସ ଓ ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରରେ ଅନୁସନ୍ଧାନ ପରିସର ମଧ୍ୟ ବୃଦ୍ଧି ପାଇବ। ଏହି କାର୍ଯ୍ୟକ୍ରମରେ ଆଇଆଇଟି ବିଏଚୟୁ ଇସ୍ରୋ ପାଇଁ ଆମ୍ବାସେଡର ଭଳି କାମ କରିବ। ଏହା ଅଧୀନରେ ଦକ୍ଷତା ବିକାଶ ଠାରୁ ଆରମ୍ଭ କରି ସଚେତନତା, ସୃଷ୍ଟି, ଅନୁସନ୍ଧାନ ଏବଂ ଅନୁସନ୍ଧାନମୂଳକ କାର୍ଯ୍ୟକଳାପ ପାଇଁ ବିଶେଷଜ୍ଞଙ୍କ ଅଭିଜ୍ଞତା ମଧ୍ୟ ବ୍ୟବହୃତ ହେବ।

{"id":382092,"sizeSlug":"large","linkDestination":"none"}

ଏହା ଇସ୍ରୋର ପଞ୍ଚମ ସେଣ୍ଟର। ଏହା ପୂର୍ବରୁ ଏହିଭଳି ସେଣ୍ଟର କୁରୁକ୍ଷେତ୍ର, ଜୟପୁର, ମଙ୍ଗଳର ଓ ଗୁଆହାଟୀରେ ଖୋଲାଯାଇଛି। ଏହି ସଫଳତା ପରେ, ବିଟେକ (BTech) ଏବଂ ଏମଟେକ (MTech) ଛାତ୍ରମାନଙ୍କ ପାଇଁ ସ୍ୱଳ୍ପ ମିଆଦି ଏବଂ ବାର୍ଷିକୀୟା ପ୍ରକଳ୍ପ ମଧ୍ୟ ବିଏଚୟୁ ଆଇଆଇଟିରେ ସାମିଲ କରାଯିବ। ତାଛଡା ପିଏଚ୍ଡି ଛାତ୍ରଙ୍କୁ ଲଙ୍ଗ ଟର୍ମ R&D ପ୍ରୋଜେକ୍ଟରେ ପ୍ରାଥମିକତା ପାଇବା ପାଇଁ ମଧ୍ୟ ସୁଯୋଗ ମିଳିବ।

{"id":382095,"sizeSlug":"large","linkDestination":"none"}

ଆଇଆଇଟି ବିଏଚୟୁ ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଜୈନ ଏହି ଚୁକ୍ତିରେ ଦସ୍ତଖତ କରିବା ପରେ କହିଛନ୍ତି ଯେ ଏହି ଆଞ୍ଚଳିକ ଏକେଡେ଼ମିକ କେନ୍ଦ୍ର ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, ଛତିଶଗଡ଼, ଝାରଖଣ୍ଡ ଆଦି ରାଜ୍ୟରେ ମହାକାଶ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ସେଣ୍ଟର ଆଇଆଇଟି ବିଏଚୟୁ ପାଇଁ ଭବିଷ୍ୟତରେ ଏକ ବଡ ଉପଲବ୍ଧି ପ୍ରମାଣିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.