‘ଗଗନଯାନ’ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ : ୩ ଭାରତୀୟ ଅନ୍ତରୀକ୍ଷରେ ରହିବେ ୭ ଦିନ, ଖର୍ଚ୍ଚ ହେବ ୧୦ ହଜାର କୋଟି
28/12/2018 at 5:33 PM

ଦିଲ୍ଲୀ ୨୮/୧୨ : କେନ୍ଦ୍ରୀୟ କ୍ୟାବିନେଟ ଆଜି କେତେକେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଗ୍ରହଣ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ | ଇସ୍ରୋର ମିଶନ ଗଗନଯାନ ପାଇଁ ୧୦ ହଜାର କୋଟି ଟଙ୍କାର ମଞ୍ଜୁରୀ ଦେଇଛନ୍ତି ସରକାର | ଏହି ମିଶନ ଅନୁସାରେ ୩ ଜଣ ଭାରତୀୟ ୭ ଦିନ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ରହିବେ | ଏହି ଯୋଜନାକୁ ମଞ୍ଜୁରୀ ମିଳିବା ପରେ ୪୦ ମାସ ମଧ୍ୟରେ ଲଞ୍ଚ କରାଯିବାର ଯୋଜନା ରହିଛି | ଅନ୍ତରୀକ୍ଷରେ ଭାରତକୁ ମଜବୁତ ମଜବୁତ ସଦୃଶ ବିଚାର କରିଥାଏ ସାରା ଦୁନିଆ | ଦୁନିଆର ଅନ୍ୟାନ୍ୟ ଦେଶ ମଧ୍ୟ ସାଟେଲାଇଟ ଲଞ୍ଚ କରିବା ପାଇଁ ଇସ୍ରୋର ସାହାଯ୍ୟ ଲୋଡୁଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ମିଶନ ଗଗନଯାନର ଘୋଷଣା କରିଥିଲେ | ୨୦୨୨ ସୁଦ୍ଧା ଏହି ମିଶନ ସମ୍ପୂର୍ଣ ହେବାର ଆଶା କରାଯାଉଛି |

ଏହା ପୂର୍ବରୁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ସିଵାନ କହିଥିଲେ ଯେ, ଅନ୍ତରୀକ୍ଷ ଯାତ୍ରୀଙ୍କୁ ଅନ୍ତରୀକ୍ଷକୁ ପଠାଉଥିବା ଜ୍ଞାନକୌଶଳ ବିକାଶ କରାଯାଇଛି | ଏହି ଦିଗରେ ମାନବ କୃତ ମୋଡ୍ୟୁଲ ଏବଂ ପରିବେଶ ନିୟନ୍ତ୍ରଣ ପ୍ରଣାଳୀ ବିକାଶ କରାଯାଇଛି | ଏହାଛଡା ଜୀବନ ରକ୍ଷା କରିବା ଭଳି ଜ୍ଞନକୌଶଳ ମଧ୍ୟ ବିକାଶ କରାଯାଇଛି |

ସିଵାନ କହିଛନ୍ତି ଯେ, ୨୦୨୨ ମସିହାରେ ଗଗନଯାନକୁ ଅନ୍ତରୀକ୍ଷକୁ ପଠାଇବା ପାଇଁ ଇସ୍ରୋର ସାଟେଲାଇଟ ଲଞ୍ଚ ଭେହିକଲ -ଜିଏସଏଲଭି ମାର୍କ-୩ର ବ୍ୟବହାର କରି ଦୁଇଟି ମାନବ ମିଶନ ଏବଂ ଯାନ ପଠାଯିବ |

ଏହି ଉପଲବ୍ଧିକୁ ହାସଲ କରିବାରେ ଭାରତ ଦୁନିଆର ଚତୁର୍ଥ ଦେଶ | ବାୟୁ ସେନାର ପୂର୍ବତନ ପାଇଲଟ ରାକେଶ ଶର୍ମା ଅନ୍ତରୀକ୍ଷକୁ ଯିବା କ୍ଷେତ୍ରରେ ପ୍ରଥମ ଭାରତୀୟ ଥିଲେ | କଳ୍ପନା ଚାୱଲା ଏବଂ ସୁନିତା ୱିଲିୟମ୍ସ ମଧ୍ୟ ଅନ୍ତରୀକ୍ଷକୁ ଯାଇଥିଲେ |