Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ଇସ୍ରୋର ସବୁଠୁ ଶକ୍ତିଶାଳୀ ଟେଲିଯୋଗାଯୋଗ ସାଟେଲାଇଟ୍ ‘ଜିସାଟ୍-୩୦’ର ସଫଳ ଉତ୍‌କ୍ଷେପଣ

17/01/2020 at 8:18 AM

ନୂଆଦିଲ୍ଲୀ ୧୭।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ପକ୍ଷରୁ ଟେଲି ଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ର ସଫଳ ଉତ୍‌କ୍ଷେପଣ କରାଯାଇଛି । ଶୁକ୍ରବାର ୨.୩୫ମିନିଟ୍ ରେ ଫ୍ରେଞ୍ଚ୍‌ ଗିଆନା ସ୍ଥିତ ‘ଏରିଏନ୍‌-୫ ଭିଏ-୨୫୧’ ଦ୍ବାରା ଏହି ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଛି ।

ଇସ୍ରୋ ଅନୁସାରେ ‘ଜିସାଟ୍‌-୩୦’ ଏକ ଟେଲି ଯୋଗାଯୋଗ ସାଟେଲାଇଟ୍‌ । ଏହା ଇନସାଟ୍-୪ଏ ସ୍ଥାନରେ କାମ କରିବ । ଇନସାଟ୍-୪ଏର କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି । ଇଣ୍ଟରନେଟ ଟେକ୍ନୋଲଜିରେ ପରିବର୍ତ୍ତନ ହେଉଛି । ଯାହା ଫଳରେ ନୂଆ ଟେକନିକ୍ ର ସାଟେଲାଇଟ୍ ର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୂରଣ କରିବାକୁ ଇସ୍ରୋ ଏହି ସାଟେଲାଇଟ୍ ନିର୍ମାଣ କରିଛି । ଏହା ୧୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ଇସ୍ରୋ କହିଛି। ଏହା ୨୦୨୦ର ‘ଇସ୍ରୋ’ର ପ୍ରଥମ ସଫଳ ଅଭିଯାନ ବୋଲି କୁହାଯାଉଛି ।

ସାଟେଲାଇଟ୍ ‘ଜିସାଟ୍‌-୩୦’ ର ଓଜନ ୩୩୫୭ କିଲୋଗ୍ରାମ୍‌ ରହିଛି । ଏହା ଭାରତ ଏବଂ ଏହାର ଦ୍ବୀପାଞ୍ଚଳ ସହ ଉପସାଗରୀୟ ଦେଶ ସମେତ ବହୁ ସଂଖ୍ୟକ ଏସୀୟ ଏବଂ ଅଷ୍ଟ୍ରେଲୀୟ ଦେଶରେ ମଧ୍ୟ ସେବା ଯୋଗାଇ ପାରିବ । ଭାରତର ୪୧ତମ ଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ ଦ୍ବାରା ତ୍ବରିତ ବେଗରେ ଟେଲିଭିଜନ୍‌ ପ୍ରସାରଣ, ସାଟେଲାଇଟ୍‌ ଭିତ୍ତିକ ଖବର ସଂଗ୍ରହ ଏବଂ ସିଧାସଳଖ ଘରକୁ ଘର ସେବା ଯୋଗାଇବା ଆଦି କାର୍ଯ୍ୟ କରାଯାଇପାରିବ। ବର୍ତ୍ତମାନ ମହାକାଶରେ କାର୍ଯ୍ୟକ୍ଷମ ଥିବା ୧୯ଟି ଯୋଗାଯୋଗ ସାଟେଲାଇଟ୍‌ ସହ ମିଳି ଭାବେ ଏହା କାମ କରିବ ବୋଲି ସୂଚନା ମିଳିଛି ।

   Related Posts