ଚନ୍ଦ୍ରଯାନ-୨କୁ ନେଇ ଇସ୍ରୋ ଦେଲା ଖୁସି ଖବର: ଜହ୍ନରାଇଜରେ ସଂପୂର୍ଣ୍ଣ ସୁରକ୍ଷିତ ଅଛି ‘ବିକ୍ରମ’, ସଂପର୍କ ସ୍ଥାପନ କରିବା ପାଇଁ ଚାଲିଛି ଚେଷ୍ଟା

Published By : Prameya-News7 Bureau | September 09, 2019 IST

ନୂଆଦିଲ୍ଲୀ ୯।୯: ଚନ୍ଦ୍ରଯାନ-ଟୁ କୁ ନେଇ ପୁଣି ଇସ୍ରୋ ଦେଲା ଖୁସି ଖବର । ଚନ୍ଦ୍ରପୃଷ୍ଠରେ ଠିକ୍ ଠାକ୍ ଅଛି ଲ୍ୟାଣ୍ଡର ବିକ୍ରମ ।  ଜହ୍ନରାଇଜରେ ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ  ସଂପୂର୍ଣ୍ଣ  ସୁରକ୍ଷିତ ଅଛି  ଏବଂ ବିକ୍ରମର କୌଣସି ବି ପାର୍ଟ ଭାଙ୍ଗିରୁଜି ଯାଇନି । ତେବେ ଇସ୍ରୋ ପକ୍ଷରୁ ଲ୍ୟାଣ୍ଡର ବିକ୍ରମ  ସହ ଯୋଗାଯୋଗା ସ୍ଥାପନ କରିବାକୁ ସବୁ ସମ୍ଭବ ଚେଷ୍ଟା କରାଯାଉଥିବା ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର।

ଗତକାଲି ଇସ୍ରୋ  ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଠିକଣା ପୁଣି ଥରେ ପତ୍ତା ଲଗାଇଥିଲା । ଯାହାର କିଛି ଫଟୋ ଅର୍ବିଟର ଉଠାଇ ଇସ୍ରୋକୁ ପଠାଇଥିଲା ।  ତେବେ  ଲ୍ୟାଣ୍ଡର ବିକ୍ରମ  ନିଜ ଧାର୍ଯ୍ୟ ସ୍ଥାନଠାରୁ ମାତ୍ର ୫ ଶହ ମିଟର ଦୂରରେ ଚନ୍ଦ୍ରପୃଷ୍ଠ ଭୂମିରେ ପଡିଥିବା ଜଣାପଡିଛି । ହେଲେ ଯଦି ତା ସହ ସଂପର୍କ ସ୍ଥାପନ କରିହେବ ତେବେ ସେ ପୁଣି ଥରେ ନିଜ ଗୋଡରେ ଠିଆ ହୋଇପାରିବ ବୋଲି ଇସ୍ରୋ କହିଛି ।   କାହିଁକି ନା ଲ୍ୟାଣ୍ଡର ବିକ୍ରମରେ ଏଭଳି ଟେକ୍ନୋଲୋଜି ଖଂଜା ଯାଇଛି , ଯେଉଁଥିରେ କି  ସେ ପଡିବା ପରେ ବି ନିଜକୁ ଠିଆ କରିବାରେ ସକ୍ଷମ ହୋଇପାରିବ । କିନ୍ତୁ ଏଥି ପାଇଁ ତାର କମ୍ୟୁନିକେସନ ସିଷ୍ଟମ ସହ ସଂପର୍କ ସ୍ଥାପନ କରିହେବ ।   ଯାହା ଫଳରେ ତାକୁ କମାଣ୍ଡ ରିସିଭ୍ ହୋଇପାରିବ । ଯଦିଓ ଏହି କାମକୁ ସଫଳ ହେବାର ଆଶା ମାତ୍ର ୧ ପ୍ରତିଶତ ରହିଛି ତଥାପି ଇସ୍ରୋ ବୈଜ୍ଞାନିକଙ୍କ ବିଶ୍ବାସ  ରହିଛି କି ଅତି କମରେ ଏକ ପ୍ରତିଶତ ହିଁ ହେଉ, କିନ୍ତୁ ଆଶା ତ ରହିଛି  ।

ଲ୍ୟାଣ୍ଡର ବିକ୍ରମର ତଳ ଭାଗ ଅଂଶରେ ପାଂଚଟି ଥ୍ରଷ୍ଟର୍ସ ଲଗାଯାଇଛି ।  ଯାହା ଜରିଆରେ ଏହାକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଥିଲା । ଏହାବ୍ୟତୀତ ଲ୍ୟାଣ୍ଡର ବିକ୍ରମର ଚାରି ପାଖରେ ବି ଥ୍ରଷ୍ଟର୍ସ ଲଗାଯାଇଛି । ଯାହାକି ମହାକାଶରେ ଯାତ୍ରା ସମୟରେ ତାର ଦିଗ ସ୍ଥିର କରିବା ପାଇଁ ଆକ୍ଟିଭ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.