Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଜି ମହାକାଶକୁ ଉତକ୍ଷେପଣ ହେବ ଜିସାଟ୍-୭ଏ ସାଟେଲାଇଟ୍ ; ଡ୍ରୋନ୍ ଆକ୍ରମଣ ପାଇଁ କରାଯିବ ବ୍ୟବହାର

19/12/2018 at 9:39 AM

ନୂଆଦିଲ୍ଲୀ ୧୯|୧୨: ଆଜି ମହାକାଶକୁ ଉତକ୍ଷେପଣ ହେବ ଜିସାଟ୍-୭ଏ ସାଟେଲାଇଟ୍ । ଜିଏସଏଲଭି-ଏଫ୧୧ ରକେଟ୍ ମାଧ୍ୟମରେ ମହାକାଶକୁ ଉତକ୍ଷେପଣ କରାଯିବ । ଏହା ଭାରତର ଲଢୁଆ ଡ୍ରୋନ ପରିଚାଳନାରେ ବେଶ୍ ଉପଯୋଗୀ ହୋଇପାରିବ। ଭାରତ ଆମେରିକା ଓ ଇସ୍ରାଏଲଠାରୁ ଲଢୁଆ ଡ୍ରୋନ୍ କିଣୁଥିବାରୁ ସେଗୁଡିକର ପରିଚାଳନା ପାଇଁ ଅତ୍ୟାଧୁନିକ ଉପଗ୍ରହ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଉତକ୍ଷେପଣ ପୂର୍ବରୁ ୨୬ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଯାଇଛି । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରେ ଗତକାଲି ଅପରାହ୍ନ ଦୁଇଟା ୧୦ ମିନିଟରୁ ଏହି ଅବଗଣନା ଆରମ୍ଭ ହୋଇଯାଇଛି । ଆଜି ଅପରାହ୍ନ ୪ଟା ୧୦ ମିନିଟରେ ଶ୍ରୀହରିକୋଟା ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଜିସାଟ୍-୭ଏ ସାଟେଲାଇଟର ଉତକ୍ଷେପଣ କରାଯିବ । ଜିସାଟ୍-୭ଏ ସାଟେଲାଇଟର ଓଜନ ୨ ହଜାର ୨ ଶହ ୫୦ କେଜି । ଜିସାଟ୍-୭ଏ ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ହୋଇଥିବାବେଳେ ଏହାକୁ ସ୍ବତନ୍ତ୍ର ଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହା ବାୟୁସେନାର ବିଭିନ୍ନ ବିମାନ ଘାଟି, ରାଡାର ଷ୍ଟେସନ ଓ ଏୟାରବର୍ନ ଆର୍ଲି ୱାର୍ଣ୍ଣି ସିଷ୍ଟମ ସହିତ ଯୋଗାଯୋଗ ରକ୍ଷା କରିବ।

   Related Posts