ଆଉ କିଛି ସମୟର ଅପେକ୍ଷା ଏ ବର୍ଷର ପ୍ରଥମ ମିଶନ ଆରମ୍ଭ କରିବ ଇସ୍ରୋ...

Published By : Prameya-News7 Bureau | January 16, 2020 IST

ନୂଆଦିଲ୍ଲୀ୧୬/୧: ଆଉ ମାତ୍ର ସାଢ଼େ ୩ ଘଣ୍ଟାର ଅପେକ୍ଷା। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଏ ବର୍ଷର ତାର ପ୍ରଥମ ମିଶନ ଆରମ୍ଭ କରିବ।  ଠିକ୍  ରାତି ୨ଟା ୩୫ ମିନିଟରେ କମୁନିକେଶନ ସାଟେଲାଇଟ୍  ଜିସାଟ ୩୦କୁ  ମହାକାଶକୁ ପ୍ରେରଣ କରିବ ଇସ୍ରୋ। ତେବେ ଇସ୍ରୋ ଏହି ମିଶନ ପାଇଁ ଫ୍ରେଞ୍ଚ ଗାଏନାର ସହାୟତା ନେଇଛି।  ଦକ୍ଷିଣ ଆମେରିକାରେ ଫ୍ରେଞ୍ଚ ଗାଏନା ଉତ୍ କ୍ଷେପଣ କେନ୍ଦ୍ରରୁ ଜିସାଟ ୩୦କୁ ନେଇ ଏରିଆନା ରକେଟ ଫାଇଭ୍  ମହାକାଶକୁ  ଯାତ୍ରା କରିବ।

ଯାହାକି କକ୍ଷ ପଥରେ ଅବସ୍ଥାପିତ ହେଲେ ଇନ୍ ସାଟ 4Aର ସ୍ଥାନ ନେବ।  ଜିସାଟ ସାଟେଲାଇଟ ୩୩୫୭ କେଜି ଓଜନର। ଏହା କକ୍ଷପଥରେ ଅବସ୍ଥାପିତ ହେଲେ ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ। ଯେଉଁଥିରେ ଡିଟିଏଚଟ ସେବା, ଟିଭି ଷ୍ଟେସନ ଅପଲିଙ୍କ, ଡିଏସଏନଜି ମାଧ୍ୟମରେ ଟିଭି ସିଧାପ୍ରସାରଣ କରାଯାଇପାରିବ। ଏହାଦ୍ବାରା ଭାରତୀୟ ଟିଭି ଚ୍ୟାନେଲଗୁଡ଼ିକ ମଧ୍ୟପ୍ରାଚ୍ୟ ଏବଂ ଅଷ୍ଟ୍ରେଲିଆରେ ନିଜର ଟିଭି ପ୍ରସାରଣ କରିପାରିବେ।

ଏଥିସହିତ ୟୁରୋପର ୟୁଟେଲସାଟ୍ କନେକ୍ଟ ସହିତ ମିଳିତ ଭାବେ ଏହା ଯୋଗାଯୋଗରେ ରହିବ।  ଏହି ବର୍ଷ ଇସ୍ରୋ ୨୫ଟି ମିସନ ହାତକୁ ନେବାର ଥିବା ବେଳେ ଏହା ହେବ ଇସ୍ରୋରର ପ୍ରଥମ ମିଶନ।  ଇସ୍ରୋର ୪୧ ତମ ସାଟେଲାଇଟ।ଏରିଆନା ଲଞ୍ଚପ୍ୟାଡରୁ ମହାକାଶକୁ ପଠାଯିବାରେ ଭାରତର ୨୩ ତମ ଅଭିଯାନ।  ତେବେ ପ୍ରଶ୍ନ ଥାଏ ଶ୍ରୀହରିକୋଟାରୁ ଏହି ଅଭିଯାନ ନ କରି କାହିଁକି  ଫ୍ରେଞ୍ଚ ଗାଏନାରୁ ଲଞ୍ଚ ପାଇଁ ଯୋଜନା କରାଯାଇଛି। 

ଏହାର କାରଣ ହେଉଛି ଯଦିଓ ଭାରତ ଓଜନିଆ ସାଟେଲାଇଟ ମହାକାଶକୁ ପଠାଇବାରେ କାର୍ଯ୍ୟକ୍ଷମ ହେଲାଣି। ତେବେ ଭାରତ ସର୍ବାଧିକ ୨୫୦୦କେଜି ପର୍ଯ୍ୟନ୍ତ ପେ ଲୋଡ ମହାକାଶକୁ ପଠାଇପାରୁଛି। ଏହାଠାରୁ ଅଧିକ ପେ ଲୋଡ ନେବା  ପାଇଁ  ଇସ୍ରୋ ମାର୍କ ଥ୍ରି କାଟାଗୋରି ରକେଟ ପ୍ରସ୍ତୁତ କରିସାରିଛି। ତେବେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ  ପ୍ରାୟ ୪ ଟନ ଓଜନିଆ  କମୁନିକେସନ ସାଟେଲାଇଟ ପ୍ରେରଣ କରିବାକୁ ଫ୍ରେଞ୍ଚ ଗାଏନାର ସହାୟତା ନେଉଛି ଇସ୍ରୋ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.