ଆଜି ମହାକାଶକୁ ଉଡିବ ଜିସାଟ୍-୨୯ ; ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ ମହାକାଶକେନ୍ଦ୍ରରୁ ହେବ ଉତ୍‌କ୍ଷେପଣ

Published By : Prameya-News7 Bureau | November 14, 2018 IST

ନୂଆଦିଲ୍ଲୀ ୧୪|୧୧:   ଜିସାଟ୍-୨୯ର ଉତ୍‌କ୍ଷେପଣ ପାଇଁ ଅବଗଣା ଆରମ୍ଭ ହୋଇଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଦ୍ବାରା ନିର୍ମିତ ଯୋଗାଯୋଗ ଉପଗ୍ରହ ଜିସାଟ୍-୨୯ । ଏଥିପାଇଁ ମଙ୍ଗଳବାର ୨.୫୦ରୁ  ଅବଗଣନା ଆରମ୍ଭ ହୋଇଛି । ଆଜି ଅପରାହ୍ନ ୫ଟା ୮ ମିନିଟରେ ଏହି ଉପଗ୍ରହକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ ମହାକାଶ କେନ୍ଦ୍ରର ଦ୍ବିତୀୟ ଲଞ୍ଜ ପ୍ୟାଡରୁ ଉତ୍‌କ୍ଷେପଣ କରାଯିବ । ଚଳିତ ବର୍ଷ ଏହା ଇସ୍ରୋ ପକ୍ଷରୁ ପଞ୍ଚମ ଉତ୍‌କ୍ଷେପଣ । ଏହାର ଓଜନ ୩ହଜାର ୪୨୩ କିଲୋ ଥିବା ବେଳେ  ଏହା ୧୦ ବର୍ଷ ପାଇଁ ମହାକାଶରେ କାର୍ଯ୍ୟକରିବ । ଏହି ସାଟେଲାଇଟ୍ କାର୍ଯ୍ୟକ୍ଷମ କଲେ ଭାରତର ଗ୍ରାମାଞ୍ଚଳରେ ହାଇସ୍ପିଡ୍ ଡାଟାର ସୁବିଧା ପାଇପାରିବେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.