ସତ ହୋଇଥିଲେ ସାଙ୍ଘାତିକ : ଇସ୍ରୋର ବରିଷ୍ଠ ବୈଜ୍ଞାନିକଙ୍କ ଦାବି, 'ମୋତେ ୩ ବର୍ଷ ତଳେ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା'

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ,୦୬/୦୧: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ବା ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ମଙ୍ଗଳବାର ଏକ ବଡ ଗୁମର ଖୋଲିଛନ୍ତି ।  ତାଙ୍କୁ ୩ ବର୍ଷରୁ ଅଧିକ ସମୟ ଧରି ବିଷ ଦିଆଯାଉଥିଲା ବୋଲି ସେ କହିଛନ୍ତି । ବୈଜ୍ଞାନିକଜଣଙ୍କ ହେଲେ ତପନ ମିଶ୍ର ।

ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ୨୦୧୭ ମସିହା ମେ ୨୩ ତାରିଖରେ ଇସ୍ରୋ ମୁଖ୍ୟାଳୟରେ ସାକ୍ଷାତକାର ପାଇଁ ଡକାଯାଇଥିଲା । ସେଠାରେ ତାଙ୍କୁ ପ୍ରାଣଘାତୀ ଆର୍ସେନିକ୍ ଟ୍ରାଇଅକ୍ସାଇଡ୍ ଦିଆଯାଇଥିଲା । ଦ୍ୱିପହର ଭୋଜନ ପରେ ଜଳଖିଆରେ ତାଙ୍କୁ ଚଟଣୀ ସହ ବିଷ ଦିଆଯାଇଥିଲା ।

ଏବେ ତପନ ମିଶ୍ର ଇସ୍ରୋର ବରିଷ୍ଠ ପରାମର୍ଶଦାତା ଭାବେ କାମ କରୁଛନ୍ତି । ଚଳିତମାସରେ ସେ ଅବସର ଗ୍ରହଣ କରିବେ । ସେ ଫେସବୁକରେ ଲଗ୍ କେପ୍ଚ୍ ସିକ୍ରେଟ୍ ନାମକ ଏକ ପୋଷ୍ଟରେ ଏହି ଦାବି କରିଛନ୍ତି । ୨୦୧୭ରେ ଗୃହ ବିଭାଗର କିଛି ସୁରକ୍ଷାକର୍ମୀ ତାଙ୍କୁ ଭେଟି ଆର୍ସେନିକ ବିଷ ବାବଦରେ ତାଙ୍କୁ ଅବଗତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.