ଚନ୍ଦ୍ର କକ୍ଷପଥରେ ବୁଲୁଛି ଚନ୍ଦ୍ରଯାନ-୨, ପଠାଇଲା ଚନ୍ଦ୍ର ପୃଷ୍ଠର ଫଟୋ

Published By : Prameya-News7 Bureau | August 27, 2019 IST

ନୂଆଦିଲ୍ଲୀ ୨୭|୮: ଚନ୍ଦ୍ର ପୃଷ୍ଠର ଫଟୋ ପଠାଇଛି ଚନ୍ଦ୍ରଯାନ-୨ । ଏବେ ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷପଥରେ ବୁଲୁଛି । ଏଥିରେ ଲାଗିଥିବା ଟ୍ରେନ୍ ମ୍ୟାପିଂ କ୍ୟାମେରା ଚନ୍ଦ୍ରପୃଷ୍ଠଠାରୁ ୪ହଜାର ୩୭୫ କିଲୋମିଟର ଉଚ୍ଚତାରୁ ଫଟୋ ନେଇଛି । ଏହି ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଚନ୍ଦ୍ରପୃଷ୍ଠରେ ଥିବା ଗର୍ତ୍ତ ।

ଚନ୍ଦ୍ରପୃଷ୍ଠରେ ଥିବା ଜ୍ୟାକସନ୍, ମିତ୍ରା, ମାକ୍ ଏବଂ କରୋଲେଭ୍ ଗର୍ତ୍ତର ଫଟୋ ନେଇଛି ଚନ୍ଦ୍ରଯାନ-୨ । ଏଭିତରୁ ଚନ୍ଦ୍ରର ଉତ୍ତର ମେରୁରେ ଥିବା ମିତ୍ରା ଗର୍ତ୍ତର ଗୋଲେଇ ହେଉଛି ୯୨କିଲୋମିଟର । ଭାରତୀୟ ବିଜ୍ଞାନୀ ପ୍ରଫେସର ଶିଶିର କୁମାର ମିତ୍ରଙ୍କ ନାଁ ଅନୁଯାୟୀ ଏହି ଗର୍ତ୍ତର ନାଁ ରଖାଯାଇଛି । ଏବେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର ଫଟୋ ନେଉଛି ।

 ଆସନ୍ତା ସେପ୍ଟେମ୍ବର ୭ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ କରିବ । ଏବେ ଚନ୍ଦ୍ରଯାନ-୨ ଠିକ୍ ଭାବରେ କାମ କରୁଥିବା ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.