ଗଗନୟାନ: ISRO ନିର୍ମାଣ କରିଛି 'ବ୍ୟୋମ ମିତ୍ର', ଅନ୍ତରୀକ୍ଷରୁ ରିପୋର୍ଟ ଦେବ ମାନବ ରବୋଟ

Published By : Prameya-News7 Bureau | January 22, 2020 IST

ବେଙ୍ଗାଲୁରୁ ୨୨।୧:  ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ (ଇସ୍ରୋ) ବୁଧବାର 'ବ୍ୟୋମ ମିତ୍ର'କୁ ସାର୍ବଜନିକ କରିଛି। ଏହା ଏକ ହାଫ ହ୍ୟୁମାନଏଡ୍ ରବୋଟ। ଗଗନୟାନ ପ୍ରକଳ୍ପର ମହତ୍ୱାକାଙକ୍ଷୀ ମାନବଯୁକ୍ତ ଅନ୍ତରୀକ୍ଷ ଅଭିଯାନ ଲାଗି ଏହି ବ୍ୟୋମ ମିତ୍ର ବିଶେଷ ସହାୟକ ହେବ ବୋଲି ଇସ୍ରୋ ଆଶା ପୋଷଣ କରିଛି। ଇସ୍ରୋ ୨୦୨୨ ମସିହା ଆରମ୍ଭରେ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିବ। ତେବେ ତା ପୂର୍ବରୁ ବ୍ୟୋମ ମିତ୍ର ଅନ୍ତରୀକ୍ଷକୁ ଯାଇ ରିପୋର୍ଟ ପ୍ରଦାନ କରିବ।

wp:html /wp:html

ବ୍ୟୋମ ମିତ୍ରକୁ ଅନୁଧ୍ୟନ କରି ଅନ୍ତରୀକ୍ଷରେ ମାନବ ଶରୀରର କ୍ରିୟାକଳାପ ଉପରେ ଅଧ୍ୟାୟନ କରାଯିବ ବୋଲି ଇସ୍ରୋ ବୈଜ୍ଞାନିକ ଶ୍ୟାମ ଦୟାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆମ ଲାଗି ଏହା ଏକ ପରୀକ୍ଷା ବୋଲି ସେ କହିଛନ୍ତି। ବ୍ୟୋମ ମିତ୍ର ଏକ ଖାସ ରବୋଟ୍। ଏହା କଥା କହିବା ସହ ମଣିଷକୁ ଚିହ୍ନି ବି ପାରେ। ଏହି ରବୋଟ ଅନ୍ତରୀକ୍ଷରେ ମହାକାଶଚାରୀ କରିବାକୁ ଥିବା କାର୍ଯ୍ୟକଳାପର ନକଲ ବି କରିପାରେ।

{"id":214679,"width":579,"height":331,"sizeSlug":"large"}

ପ୍ରଶ୍ନର ବି ଜବାବ ଦେଇପାରିବ ବ୍ୟୋମିତ୍ର
ଇସ୍ରୋ ଦ୍ୱାରା ବିକଶିତ ବ୍ୟୋମିତ୍ର କଥାବାର୍ତ୍ତା କରିପାରେ ଓ ଲୋକଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ବି ଦେଇପାରେ।  ତେବେ ଏହାକୁ ହାଫ ହ୍ୟୁମାନଏଡ୍ ଏଥିପାଇଁ କୁହାଯାଉଛି ଯେହେତୁ ଏହାର ଅଣ୍ଟା ତଳକୁ ଅବୟବ ନାହିଁ। ସାମ୍ବାଦିକ ସମ୍ମିଳନୀରେ ରୋବଟ ସମସ୍ତଙ୍କୁ ସମ୍ବୋଧିତ କରି ନିଜକୁ ଏହି ପ୍ରକାରର ପ୍ରଥମ ପ୍ରଟୋଟାଇପ୍ ବୋଲି ପରିଚିତ କରାଇଥିଲା।

{"id":214680,"width":576,"height":409,"sizeSlug":"large"}

ଅନ୍ତରୀକ୍ଷ ଯାତ୍ରୀ ଲାଗି ମନୋନୀତ ହୋଇଛନ୍ତି ୪ ପ୍ରାର୍ଥୀ
ଇସ୍ରୋର ମାନବଯୁକ୍ତ ମହାକାଶ ଅଭିଯାନ ଲାଗି ୧୨ ମଧ୍ୟରୁ ୪ ଜଣଙ୍କୁ ମନୋନୀତ କରାଯାଇଛି। ସେମାନେ ଚଳିତମାସ ଶେଷରେ ଅନ୍ତରୀକ୍ଷ ପ୍ରଶିକ୍ଷଣ ଲାଗି ଋଷିଆ ଗସ୍ତ କରିବେ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି। ତେବେ ମନୋନୀତ 'ଗଗନ ଯାତ୍ରୀ'ଙ୍କ ନାମ ଗୋପନ ରଖାଯାଇଛି। ହେଲେ ଏହି ଅଭିଯାତ୍ରୀମାନେ ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ ହୋଇଥାଇ ପାରନ୍ତି ବୋଲି ଇସ୍ରୋମୁଖ୍ୟ କହିଛନ୍ତି। ଏହି ମିସନ ଲାଗି ଭାରତ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ଅଚକଳ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.