Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୧୭ ଜାନୁଆରୀ ଲଞ୍ଚ ହେବ ଦେଶର ସବୁଠାରୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ, ବଢିବ ଇଣ୍ଟରନେଟ ସ୍ପିଡ୍

13/01/2020 at 4:57 PM

ବେଙ୍ଗାଲୁରୁ ୧୩।୦୧:ଜାନୁଆରୀ ୧୭ରେ ଭାରତର ସବୁଠାରୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଲଞ୍ଚ ହେବ । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO) ଆସନ୍ତା ଜାନୁଆରୀ ୧୭ତାରିଖ ଦିନ ଦେଶର ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗ ଉପଗ୍ରହ ଲଞ୍ଚ କରିବ । ଏହି ଉପଗ୍ରହ ଲଞ୍ଚ ହେବା ପରେ ଭାରତର ସଂଚାର ବ୍ୟବସ୍ଥା ଅଧିକ ମଜବୁତ ହେବ । ଏହା ସାହାର୍ଯ୍ୟରେ ଦେଶରେ ନୂତନ ଇଣ୍ଟରନେଟ୍‌ ସେବା ଆଣିବାକୁ ପ୍ରୟାସ କରାଯିବ । ଏହାସହିତ ଦେଶର ଯେଉଁସବୁ ସ୍ଥାନରେ ମୋବାଇଲ ସେବା  ଉପଲବ୍ଧ ନଥିଲେ , ସେହିସବୁ  ସ୍ଥାନରେ ମୋବାଇଲ ନେଟଓ୍ବର୍କ ଖେଳିଯିବ। ଲୋକମାନଙ୍କ ମୋବାଇଲ ସେବା ଅତି ସହଜରେ ମିଳିପାରିବ ।

କେଉଁଠାରୁ ଛଡାଯିବ GSAT-30

 ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO) GSAT-30କୁ ୟୁରୋପିଅନ ହେଭି ରକେଟ ଏରିୟନ-୫ECAରୁ ୧୭ଜାନୁଆରୀ ଦିନ ୨.୩୫ମିନିଟ୍‌ରେ ଛାଡ଼ଯିବ ।  GSAT-30ର ଓଜନ ଅତିକମ୍‌ରେ ୩୧୦୦କିଲୋଗ୍ରାମ ହେବ ।ଏହା ଇନସାଟ୍‌ ସାଟେଲାଇଟ ବଦଳରେ କାମ କରିବ । ଏହାକୁ ଫ୍ରେଞ୍ଚ ଗୁଏନାର କୌରୌଉ ଲଞ୍ଚ ବେଶ୍‌ରୁ ଲଞ୍ଚ କରାଯିବ ।

GSAT-30 କଣ?

GSAT-30 ଜିସାଟ୍‌ ସିରିଜର ବହୁତ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ । ଯାହା ସାହାର୍ଯ୍ୟରେ ଦେଶରେ ଯୋଗଯୋଗ ପ୍ରଣାଳୀରେ ଗତି ଆସିବ । ବର୍ତ୍ତମାନ ଜିସାଟ୍‌ ସିରିଜର  ୧୪ ସାଟେଲାଇଟ ଅନ୍ତରୀକ୍ଷରେ କାର୍ଯ୍ୟ କରୁଛି ।  ଏ ସମସ୍ତଙ୍କ ସାହାର୍ଯ୍ୟରେ ଦେଶରେ ସଞ୍ଚାର ବ୍ୟବସ୍ଥା ସୁଦୃଢ ଭାବେ ଚାଲୁଛି ।

କିପରି କାମ କରିବ GSAT-30?

ଜିସାଟ୍-30ର ସାହାର୍ଯ୍ୟରେ ଦେଶରେ ସଞ୍ଚାର ପ୍ରଣାଳୀ, ଟେଲିଭିଜନ ପ୍ରସାରଣ, ସାଟେଲାଇଟ ଜରିଆରେ ସମାଚାର ପ୍ରବନ୍ଧନ, ସମାଜ ପାଇ କାମ କରୁଥିବା ଜିଓସ୍ପୋଶାଲ ସୁବିଧା, ପାଣିପାଗ ସମ୍ପର୍କିତ ତଥ୍ୟ ଓ ଆଗାମୀ ସୂଚନା, ପ୍ରାକୃତିକ ବିପଦର ପୂର୍ବ ସୂଚନା, ରିସର୍ଚ୍ଚ ଓ  ରେସ୍କ୍ୟୁ ଅପରେସନରେ ଉନ୍ନତି ଆସିବ ।

କେତେ ସମୟ ପର୍ଯ୍ୟନ୍ତ କାମ କରିବ GSAT-30?

ଉପଗ୍ରହ ଲଞ୍ଚ ହେବା ୧୫ବର୍ଷ ପର୍ଯ୍ୟନ୍ତ ପୃଥ୍ବୀ ଉପରେ ଭାରତ ପାଇଁ କାମ କରିବ । ଏହାକୁ ଜିଓ-ଇଲିପ୍ଟିକାଲ ଅର୍ବିଟରେ ସ୍ଥାପିତ କରାଯିବ । ଏହା ଉପରେ ଦୁଇଟି ସୋଲାର ପ୍ୟାନେଲ ରହିବା ସହ ବ୍ୟାଟେରୀ ମଧ୍ୟ ରହିବ । ଯାହା ଶକ୍ତି ପ୍ରଦାନ କରିବ ।

କଣ ପାଇଁ ଦରକାର ପଡିଲା GSAT-30 ?

ଦେଶର ପୁରାତନ ସଞ୍ଚାର ଉପଗ୍ରହ ଇନସାଟ୍‌ ସାଟେଲାଇଟ୍‌ର ବୟସ ଏବେ ସରିଯାଇଛି ।ଦେଶରେ ନୂଆ ବୈଷୟିକ କୌଶଳ ଆସୁଛି  । ଅପ୍ଟିକାଲ ଫାଇବର ବିଛାଯାଉଛି । ୫ଜି ଉପରେ କାମ ଚାଲିଛି । ତେଣୁ ଅଧିକୁ ଅଧିକ ଶକ୍ତିଶାଳୀ ସାଟେଲାଇଟ୍‌ର ଆବଶ୍ୟକ ପଡିଥାଏ । GSAT-30 ସାଟେଲାଇଟ ଏହି ଆବଶ୍ୟକତାକୁ ପୂରଣ କରିବ ।

   Related Posts