Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମହାକାଶକୁ ଉତ୍‌କ୍ଷେପଣ ହେଲା ଜିସାଟ୍-୭ଏ ସାଟେଲାଇଟ୍ ; ଡ୍ରୋନ୍ ଆକ୍ରମଣ ପାଇଁ କରାଯିବ ବ୍ୟବହାର

19/12/2018 at 4:35 PM

ଶ୍ରୀହରିକୋଟା ୧୯|୧୨: ମହାକାଶକୁ ଉତକ୍ଷେପଣ ହୋଇଛି ଜିସାଟ୍-୭ଏ ସାଟେଲାଇଟ୍ । ପିଏସଏଲଭି-ଏଫ୧୧ ରକେଟ୍ ମାଧ୍ୟମରେ ମହାକାଶକୁ ଉତକ୍ଷେପଣ କରାଯାଇଛି । ଏହା ଭାରତର ଲଢୁଆ ଡ୍ରୋନ୍ ପରିଚାଳନାରେ ବେଶ୍ ଉପଯୋଗୀ ହୋଇପାରିବ। ଭାରତ ଆମେରିକା ଓ ଇସ୍ରାଏଲଠାରୁ ଲଢୁଆ ଡ୍ରୋନ୍ କିଣୁଥିବାରୁ ସେଗୁଡିକର ପରିଚାଳନା ପାଇଁ ଅତ୍ୟାଧୁନିକ ଉପଗ୍ରହ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଉତ୍‌କ୍ଷେପଣ ପୂର୍ବରୁ ୨୬ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଯାଇଥିଲା । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରେ ଗତକାଲି ଅପରାହ୍ନ ଦୁଇଟା ୧୦ ମିନିଟ୍‌ରୁ ଏହି ଅବଗଣନା ଆରମ୍ଭ ହୋଇଯାଇଥିଲା । ଆଜି ଅପରାହ୍ନରେ ଶ୍ରୀହରିକୋଟା ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଜିସାଟ୍-୭ଏ ସାଟେଲାଇଟର ଉତ୍‌କ୍ଷେପଣ କରାଯାଇଛି । ଜିସାଟ୍-୭ଏ ସାଟେଲାଇଟର ଓଜନ ୨ ହଜାର ୨ ଶହ ୫୦ କେଜି । ଜିସାଟ୍-୭ଏ ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ହୋଇଥିବାବେଳେ ଏହାକୁ ସ୍ବତନ୍ତ୍ର ଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହା ବାୟୁସେନାର ବିଭିନ୍ନ ବିମାନଘାଟି, ରାଡାର ଷ୍ଟେସନ ଓ ଏୟାରବର୍ନ ଆର୍ଲି ୱାର୍ଣ୍ଣି ସିଷ୍ଟମ ସହିତ ଯୋଗାଯୋଗ ରକ୍ଷା କରିବ ।

   Related Posts