Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଇସ୍ରୋ ଲଞ୍ଚ କଲା ଚଳିତ ବର୍ଷର ପ୍ରଥମ ସ୍ପେସ ମିଶନ: ମହାକାଶକୁ ପଠାଇଲା ଭଗବତ ଗୀତା ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ

28/02/2021 at 10:58 AM

ବେଙ୍ଗାଲୁରୁ ୨୮/୦୨ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଆଜି ଏକ ନୂଆ କୀର୍ତ୍ତିମାନ ନିଜ ନାଁରେ କରିଛି। ଇସ୍ରୋ ଚଳିତ ବର୍ଷର ପ୍ରଥମ ସ୍ପେସ ମିଶନ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଲଞ୍ଚ କରିଛି। ଧ୍ରୁବିୟ ଉପଗ୍ରହ ପ୍ରକ୍ଷେପଣ ଯାନ (PSLV) ଦ୍ୱାରା ରବିବାର ସକାଳ ୧୦ଟା ୨୪ ମିନିଟରେ ୧୯ ସାଟେଲାଇଟ ମହାକାଶକୁ ପ୍ରକ୍ଷେପିତ କରାଯାଇଛି। (PSLV-C51) ପିଏସଏଲଭି ର ୫୩ତମ ମିଶନ।

ଏହା ଜରିଆରେ ବ୍ରାଜିଲର ଆମାଜନିଆ-୧ ସାଟେଲାଇଟ ମଧ୍ୟ ପଠାଯିବ। ଏହାସହ ଆଉ ୧୮ କମର୍ସିୟାଲ ସାଟେଲାଇଟ୍ ମଧ୍ୟ ପ୍ରକ୍ଷେପିତ କରାଯାଇଛି। ଏଥିରୁ ଗୋଟିଏ ସାଟେଲାଇଟ ସ୍ପେସ କିଡ୍ଜ ଇଣ୍ଡିଆର ସାମିଲ ଅଛି। ଏହି ମହାକାଶ ଯାନର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଯାଇଛି। ଏସକେଆଇ କହିଛନ୍ତି, ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଆରମ୍ଭ ଏବଂ ସ୍ପେସ୍ ଘରୋଇକରଣ ପାଇଁ ଏକତା ଏବଂ ଅଭର ବ୍ୟକ୍ତ କରିବାକୁ। ଏସକେଆଇ ଏସଡି (ସୁରକ୍ଷିତ ଡିଜିଟାଲ କାର୍ଡ)ରେ ‘ଭାଗବତ ଗୀତା’ ମଧ୍ୟ ପଠାଇଛି।

ଚଳିତ ବର୍ଷର ପ୍ରଥମ ମହାକାଶ ଅଭିଯାନ ପିଏସଏଲଭି ରାକେଟ ପାଇଁ ଅଧିକ ସମୟ ଲାଗିବ। ଏହାର ଉଡାଣ ସମୟ ଘଣ୍ଟେ ୫୫ ମିନିଟ ଓ ୭ ସେକେଣ୍ଡ। ଭାରତ ତରଫରୁ ଲଞ୍ଚ ହୋଇଥିବା ବିଦେଶୀ ସାଟେଲାଇଟର ମୋଟ ସଂଖ୍ୟା ୩୪୨ରେ ପହଞ୍ଚିଛି। ଅନ୍ୟ ୧୮ ସାଟେଲାଇଟ ମଧ୍ୟରୁ ୪ଟି ଇନ-ସ୍ପେସରୁ ରହିଛି। ଏମାନଙ୍କ ମଧ୍ୟରୁ ୩ଟି ଭାରତୀୟ ଶିକ୍ଷାନୁଷ୍ଠାନର ସଂଘ ୟୁନିଟ୍ସ୍ରୁ ରହିଛି।

୬୩୭ କିଲୋଗ୍ରାମ ବିଶିଷ୍ଟ ଆମାଜନିଆ-୧ ବ୍ରାଜିଲର ପ୍ରଥମ ଉପଗ୍ରହ ଯାହାକୁ ଭାରତରୁ ପ୍ରକ୍ଷେପିତ କରାଯାଇଛି। ଏହା ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାର ଅପ୍ଟିକାଲ ପୃଥ୍ୱୀ ଅବଲୋକନ ଉପଗ୍ରହ।

   Related Posts