ଆଜି ଓଡିଶା ଆସୁଛନ୍ତି ଇସ୍ରୋ ଅଧକ୍ଷ କେ. ସିବନ, ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

Published By : Prameya-News7 Bureau | September 21, 2019 IST

ଭୁବନେଶ୍ବର ୨୧।୯: ଆଜି ଓଡିଶା ଆସୁଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଅଧକ୍ଷ କେ. ସିଭନ୍ । ଭୁବନେଶ୍ବର ଆଇଆଇଟି ଅରୁଗୁଳ କ୍ୟାମ୍ପସର ଅଷ୍ଟମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସମାବର୍ତ୍ତନ ଉତ୍ସବରେ କେ. ସିଭନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ଅରୁଗୁଳ କ୍ୟାମ୍ପସରେ ଆଜି ଦିନ ୧୧ଟାରେ ଆରମ୍ଭ ହେବ ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ୩ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୧୫ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ । ଆଇଆଇଟି କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ଛାତ୍ର ଶୋହନ ମହାପାତ୍ର ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏମ୍‌ଟେକ୍‌ ଛାତ୍ର ରାହୁଲ ଦାଶ ଓ ଏମଏସସି ଛାତ୍ର ଅନୁଭବ ନାଥ ଡାଇରେକ୍ଟରର୍ସ ଗୋଲ୍ଡ ମେଡାଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ହାସଲ କରିଥିବା ୧୫ ଜଣ ରୌପ୍ୟ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.