୨୦୨୦ ହେବ ଚନ୍ଦ୍ରଯାନ ୩ର ବର୍ଷ : ଗଗନଯାନ ପାଇଁ କାର୍ଯ୍ୟ ଜାରି ରଖିଛି ଇସ୍ରୋ

Published By : Prameya-News7 Bureau | January 01, 2020 IST

ଶ୍ରୀହରିକୋଟା ୧/୧: ୨୦୨୦ ଭାରତର ମହାକାଶ ଅଭିଯାନ ପାଇଁ ଏକ ମାଇଲଖୁଣ୍ଟ ହେବ। କାରଣ ଇସ୍ରୋ ଆଗରେ ଅଛି ଏମିତି କିଛି ପ୍ରୋଜେକ୍ଟ ଯାହାର ସଫଳତା ସାରା ବିଶ୍ବରେ ଭାରତର ସ୍ଥାନକୁ ମଜଭୁତ କରିବ। ଚନ୍ଦ୍ରଯାନ-୩କୁ ମଞ୍ଜୁରୀ ମିଳିଛି। ସେହିପରି ତାମିଲନାଡୁରେ ଦ୍ବିତୀୟ ସ୍ପେସ ପୋର୍ଟ ସ୍ଥାପନ କରାଯିବ । ଆଉ ଇସ୍ରୋ ଦେଶବାସୀଙ୍କୁ କିକି ତୋଫା ଦେବା ଲାଗି ପ୍ରସ୍ତୁତ ହେଉଛି ଆସନ୍ତୁ ନଜର ପକାଇବା। 

{"id":205443,"sizeSlug":"large"}

୨୦୨୦ ହେବ ଚନ୍ଦ୍ରଯାନ ୩ର ବର୍ଷ, ଗଗନଯାନର ବର୍ଷ। ଜୋରଦାର ପ୍ରସ୍ତୁତି ଚାଲିଛି। ଚନ୍ଦ୍ରଯାନ ୨କୁ ମିଶାଇ ଏହି ଅଭିଯାନର କାର୍ଯ୍ୟ ଚାଲିବ। କାରଣ ଚନ୍ଦ୍ରଯାନ୨ ସହିତ ଯାଇଥିବା ଅର୍ବିଟର ଏବେବି କାର୍ଯ୍ୟକ୍ଷମ ରହିଛି। ତେଣୁ ରୋଭର, ଲ୍ୟାଣ୍ଡର ଏବଂ ପ୍ରୋପଲସନ ମଡ୍ୟୁଲକୁ ନେଇ ଚନ୍ଦ୍ରଯାନ ୩ ଯାତ୍ରା କରିବ।  ଚନ୍ଦ୍ରରେ ଏହା ଅବତରଣ କରିବ ଆଉ ଜହ୍ନରେ ଭାରତର ଗୌରବଯାତ୍ରା ଯେଉଁଠି ଅଟକିଯାଇଥିଲା ତାହାକୁ ଚୂଡ଼ାନ୍ତ କରିବ । ଆଜି ସାମ୍ବାଦିକ ସମ୍ମିଳନୀ କରି ଇସ୍ରୋ ମୁଖ୍ୟ କେ ଶିବନ ଏହା ପ୍ରକାଶ କରିଛନ୍ତି।

{"id":205444,"sizeSlug":"large"}

ଚନ୍ଦ୍ରଯାନ ୩ ସହିତ ଗଗନଯାନ ପାଇଁ ମଧ୍ୟ ଇସ୍ରୋ କାର୍ଯ୍ୟ ଜାରି ରଖିଛି। ମାନେ ମହାକାଶକୁ ଯାତ୍ରା କରିବେ ୪ ମହାକାଶଚାରୀ। ଗଗନଯାନ ଭାରତର ପ୍ରଥମ ମ୍ୟାନ୍  ମିଶନ। ୨୦୨୦ରେ ଏହିମିଶନ ପାଇଁ ବାରମ୍ବାର ପରୀକ୍ଷଣ କରାଯିବ।  କେଉଁମାନେ ମହାକାଶକୁ ଯିବେ ସେମାନଙ୍କୁ ଇସ୍ରୋ ସ୍ଥିର କରିସାରିଛି। ଏୟାର ଫୋର୍ସର ଏହି ୪ ଜଣଙ୍କୁ ରୁଷିଆ ପଠାଯାଇଛି । ଜାନୁଆରୀ ତୃତୀୟ ସପ୍ତାହରୁ ଏମାନଙ୍କ  ଟ୍ରେନିଂ ଆରମ୍ଭ ହେବ । ୩ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ। ଏମାନଙ୍କ ସହିତ ଆଉ ଦୁଇଟି ଯାନ ମଧ୍ୟ ଗଗନଯାନରେ ଯୋଡ଼ି ହେବ। 

{"id":205445,"sizeSlug":"large"}

ମହାକାଶ ଅଭିଯାନକୁ ଆହୁରି ଆଗକୁ ନେବା ଲାଗି, ତାମିଲନାଡୁର ତୁଠୁକୁଡ଼ିରେ ଆଉ ଏକ ମହାକାଶ  କେନ୍ଦ୍ର ତିଆରି କରାଯାଉଛି। ଏଥିପାଇଁ ଜମି ଅଧିକ ଗ୍ରହଣ ସରିଛି କିଛି ଦିନ ମଧ୍ୟରେ ତାହାର କାମ ଆରମ୍ଭ କରାଯିବ। ତେବେ ଏସବୁ ବିଗ୍‌ ପ୍ରୋଜେକ୍ଟ ସତ୍ତ୍ବେ ଇସ୍ରୋ ତାର ସାଧାରଣ କାର୍ଯ୍ୟକ୍ରମ ଜାରି ରଖିବ। ଏବର୍ଷ ୨୦ଟି ଏଭଳି ଅଭିଯାନ ଇସ୍ରୋ କ୍ୟାଲେଣ୍ଡରରେ ରହିଛି।

{"id":205446,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.