ଭାରତ ସହିତ ସଂପର୍କ ଆହୁରି ମଜବୁତ କରିବା ପାଇଁ ଉତ୍ସୁକ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ'ଣ କହିଲେ ବେନେଟ୍

Published By : Prameya-News7 Bureau | June 14, 2021 IST

ନୂଆଦିଲ୍ଲୀ ୧୪।୦୬: ଇସ୍ରାଏଲରେ ବେଞ୍ଜାମିନ ନେତନ୍ୟାହୁଙ୍କ ଯୁଗର ଅବସାନ ଘଟିଛି। ସୋମବାର ନୂତନ  ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ନଫତାଲି ବେନେଟ୍। ଏହା ପରେ ଭାରତ ସହ ତାଙ୍କର ସଂପର୍କ କେମିତି ରହିବ ତାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ସୋମବାର ନଫତାଲି ବେନେଟ୍ କହିଛନ୍ତି, ସେ ଭାରତ ସହିତ  ମଧୁର ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାମ କରିବାକୁ ନେଇ ଉତ୍ସୁକ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ ଟ୍ଵିଟ୍‌ ଉପରେ ବେନେଟ୍ ଏହି କଥା କହିଛନ୍ତି। ୟାମିନା ପାର୍ଟିର ନେତା ବେନେଟ୍(୪୯) ରବିବାର ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହ  ବେଞ୍ଜାମିନ ନେତନ୍ୟାହୁଙ୍କ ଦେଶରେ ୧୨ ବର୍ଷ ଧରି ଚାଲିଥିବା ଶାସନର ଅନ୍ତ ଘଟିଛି।

wp:html /wp:html

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା  ବେନେଟଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଦୁଇ ନେତା ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଉତ୍ସୁକ। ମୋଦୀ ଟ୍ଵିଟ୍ କରି ଲେଖିଛନ୍ତି, ଇସ୍ରାଏଲର ପ୍ରଧାନମନ୍ତ୍ରୀ ହେବା ନେଇ ନେଫତାଲି ବେନେଟଙ୍କୁ ଅଭିନନ୍ଦନ। ଆମେ ଆସନ୍ତା ବର୍ଷ ନିଜର ମଧୁର କୂଟନୈତିକ ସମ୍ବନ୍ଧର ୩୦ ବର୍ଷ ପୂରଣ କରିବାକୁ ଯାଉଛୁ।  ଏହି ଅବସରରେ ମୁଁ ଆପଣଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ ରଣନୀତି ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଉତ୍ସୁକ ରହିଛି ବୋଲି ମୋଦୀ କହିଛନ୍ତି।

wp:html /wp:html

ଏହାର ପ୍ରତିଉତ୍ତରରେ ବେନେଟ୍ ନିଜର ଟ୍ଵିଟର ହ୍ୟାଣ୍ଡେଲରେ କହିଛନ୍ତି, ଧନ୍ୟବାଦ, ପ୍ରଧାନମନ୍ତ୍ରୀ ମୋଦୀ। ମୁଁ ଆମ ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ଚମତ୍କାର ଏବଂ ମଧୁର ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ଆପଣଙ୍କ ସହ କାମ କରିବାକୁ ଉତ୍ସୁକ।

ବେନେଟ୍ ରବିବାର ସଂସଦରେ ନିର୍ବାଚିତ ହେବା ପରେ ଦେଶର ୧୩ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପଟେ ଇସ୍ରାଏଲର ବିକଳ୍ପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଆୟର ଲାପିଡ୍ ସୋମବାର କହିଛନ୍ତି, ନୂତନ ସରକାର ଭାରତ ସହିତ ରଣନୈତିକ ସମ୍ବନ୍ଧକୁ ଆଗକୁ ବଢାଇବା ଦିଗରେ କାମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.