ବିପଦରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଚୌକି, ସରକାର ପରିବର୍ତ୍ତନ ପାଇଁ ବିରୋଧୀ ଏକଜୁଟ

Published By : Prameya-News7 Bureau | May 31, 2021 IST

ଜେରୁସାଲେମ୍‌ ୩୧/୫: ଦୀର୍ଘ ସମୟ ଧରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ରହିଥିବା ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଚୌକି ବିପଦରେ। ତାଙ୍କୁ ଶାସନ ଗାଦିରୁ ବିଦା କରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ। ରାଷ୍ଟ୍ରବାଦୀ କଠୋରପନ୍ଥୀ ନେତା ନଫ୍ତାଳୀ ବେନେଟ୍‌ ସମ୍ଭାବ୍ୟ ମହାମେଣ୍ଟ ସରକାରରେ ଅଂଶଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ଏହା ଦ୍ବାରା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଶାସନର ପରିସମାପ୍ତି ଘଟିପାରେ।

ଦକ୍ଷିଣପନ୍ଥୀ ନେତା ନେତନ୍ୟାହୁଙ୍କ ବିରୋଧରେ ସାଂସଦଙ୍କ ମେଣ୍ଟ କରିବାର ସମୟ ସୀମା ବୁଧବାର ଶେଷ ହୋବକୁ ଯାଉଛି। ଏହା ପୂର୍ବରୁ ଏହି ମେଣ୍ଟକୁ ନେଇ ଚର୍ଚ୍ଚା ବଢ଼ିଛି। ନିକଟରେ ଗାଜା ଷ୍ଟ୍ରିପ୍‌ରେ ଇସ୍ଲାମିକ୍‌ ଚରମପନ୍ଥୀ ସମୂହ ହମାସ ସହ ସଂଘର୍ଷ ପରେ ଇସ୍ରାଏଲରେ ବିରୋଧୀ ଗତିବିଧି ବଢ଼ିଥିବା କୁହାଯାଉଛି। ୭୧ ବର୍ଷୀୟ ନେତନ୍ୟାହୁ ଦୁର୍ନୀତି, ଲାଞ୍ଚ ଏବଂ ବିଶ୍ବାସ ଘାତକତା ଭଳି ଅଭିଯୋଗର ସାମ୍ନା କରୁଛନ୍ତି। ସେ ଏହି ସବୁ ଅଭିଯୋଗକୁ ଖଣ୍ଡନ କରୁଛନ୍ତି ସତ କିନ୍ତୁ ଏହା ପରଠୁ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି।

ଗତ ୨ ବର୍ଷରେ ଇସ୍ରାଏଲ୍‌ରେ ୪ଟି ନିର୍ବାଚନ ହୋଇଛି କିନ୍ତୁ କୌଣସିଟର ଫଳାଫଳ ବାହାରି ପାରନାହିଁ। ଚଳିତବର୍ଷ ମାର୍ଚ୍ଚରେ ହୋଇଥିବା ନିର୍ବାଚନରେ ନେତନ୍ୟାହୁଙ୍କ ‘ଲିକୁଡ୍‌ ପାର୍ଟି’କୁ ଅଧିକ ସିଟ୍‌ ମଳିଥିଲା। କିନ୍ତୁ ସେ ସରକାର କରିବାରେ ବିଫଳ ହୋଇଥିଲେ । ସେପଟେ ବିରୋଧୀ  ନେତା ତଥା ପୂର୍ବତନ ଟିଭି ଆଙ୍କର ୟାଏର ଲ୍ୟାପିଡଙ୍କ ପାଖରେ ବିରୋଧୀ ଦଳ ସହ ମେଣ୍ଟ କରିବାକୁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.