Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଚାରି ପ୍ରକାର ରାପିଡ୍ କୋଭିଡ୍-୧୯ ଟେଷ୍ଟର ପରୀକ୍ଷଣ ଲାଗି ପହଞ୍ଚିଲେ ଇସ୍ରାଏଲି ଟିମ୍, ଆଣିଛନ୍ତି ଅତ୍ୟାଧୁନିକ ପ୍ରଯୁକ୍ତି ଉପକରଣ

28/07/2020 at 5:50 PM

ନୂଆଦିଲ୍ଲୀ ୨୮।୦୭: ଇସ୍ରାଏଲର ଅନୁସନ୍ଧାନ ଓ ବିକାଶ ପ୍ରତିରକ୍ଷା ବିଭାଗର ଏକ ଉଚ୍ଚ ପଦାଧିକାରୀଙ୍କ ନେତୃତ୍ଵରେ ଏକ ଟିମ୍ ବହୁ ପ୍ରସାରିତ ମିଶନ ସହିତ ସୋମବାର ଦିଲ୍ଲୀ ପହଞ୍ଚିଛନ୍ତି। କରୋନା ଭାଇରସ୍ ମୁକାବିଲାରେ ଭାରତୀୟ ଅଧିକାରୀଙ୍କ ସହ ମିଶି ‘ମିଶନ ଅପରେଟିଂ ବ୍ରେଥିଂ ସ୍ପେସ’ ଉପରେ କାମ କରିବେ ବୋଲି ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ପକ୍ଷରୁ କୁହାଯାଇଛି।

ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ଓ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ଵାବଧାନରେ କରୋନା ମୁକାବିଲା ପାଇଁ ଚାରି ପ୍ରକାରର ରାପିଡ ଟେଷ୍ଟ କରାଯିବ। ଟ୍ରାଏଲ ପରେ ଏହାର ବିକଶିତ କରାଯିବ। ଇସ୍ରାଏଲରେ ବିକଶିତ ସ୍ଵତନ୍ତ୍ର ଶ୍ଵସନ ଯନ୍ତ୍ର ଓ ସାନିଟାଇଜର କର୍ମଚାରୀଙ୍କୁ ଯୋଗାଇ ଦିଆଯିବ, ଯାହା କୋଭିଡ୍-୧୯ ସଂକ୍ରମଣର ବିପଦ କମ କରିବ।

ଇସ୍ରାଏଲ ଆମ୍ବାସଡର ରନ ମାଲକା କହିଛନ୍ତି ଯଦି ପରୀକ୍ଷଣ ମଧ୍ୟରୁ ଗୋଟିଏ ବି ବିକଶିତ ଉପକରଣର ୩୦-୪୦ ସେକେଣ୍ଡରେ କରୋନା ଭାଇରସ୍ ପରୀକ୍ଷଣରେ ସଫଳ ହୁଏ ତେବେ ଏହା ପୂରା ଦୁନିଆ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ। ଯେ ପର୍ଯ୍ୟନ୍ତ ଆମ ପାଖକୁ ଟିକା ଆସିନାହିଁ ସେ ଯାଏ ଏହାକୁ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଛନ୍ତି।

ଅଧିକାରୀ କହିଛନ୍ତି ଇସ୍ରାଏଲର ଟିମ୍‌ ପରୀକ୍ଷଣରେ ଏକ ଅଡିଓ ପରୀକ୍ଷଣ, ନିଃଶ୍ଵାସ ପରୀକ୍ଷଣ, ଥର୍ମାଲ ପରୀକ୍ଷଣ ଓ ପାଲିଆମିନେ ପରିକ୍ଷଣ ସାମିଲ କରିଛନ୍ତି ଯାହା କୋଭିଡ୍-୧୯ ସମ୍ବନ୍ଧିତ ପ୍ରୋଟିନକୁ ଅଲଗା କରିବାକୁ ପ୍ରୟାସ କରିବ।

ଅଡିଓ ଟେଷ୍ଟରେ ରୋଗୀଙ୍କ ସ୍ଵର ରେକର୍ଡ କରାଯାଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଜରିଆରେ କୋଭିଡ୍-୧୯ର ଚିହ୍ନଟ କରାଯିବ। ଏହା ପୂର୍ବରୁ ଇସ୍ରାଏଲି ରୋଗୀଙ୍କ ଠାରେ ଏକ ଛୋଟ ନମୂନା ଉପରେ ସରଳ ପରୀକ୍ଷଣ କରାଯାଇଛି। କିନ୍ତୁ ଏବେ ଭାରତୀୟ ରୋଗୀଙ୍କଠାରେ ବଡ ସଂଖ୍ୟାରେ ପରୀକ୍ଷଣ କରିବାକୁ ପ୍ରୟାସ କରାଯିବ। ଏହା ପରେ ବଡ ଡାଟା  ବିଶ୍ଳେଷଣ ଉପଯୋଗ କରି ପରିଣାମ ଆଧାରରେ ତଥ୍ୟ ପ୍ରସ୍ତୁତ କରାଯିବ।

ଏହା ରୋଗୀଙ୍କ ଉପରେ ପ୍ରୟୋଗ ହେବ ନାହିଁ। କେବଳ ରୋଗୀଙ୍କଠୁ ନମୂନା ନେଇ ପରୀକ୍ଷଣ କରାଯିବ। ଏହା ସଂପୂର୍ଣ୍ଣ ସୁରକ୍ଷିତ। ଏହି ସମୟରେ ଅନ୍ତରାଷ୍ଟ୍ରୀୟ ମାପଦଣ୍ଡ ଓ ନିୟମର ପାଳନ କରାଯିବ ବୋଲି ମଲକା କହିଛନ୍ତି। ଇସ୍ରାଏଲରେ ଏ ପର୍ଯ୍ୟନ୍ତ ପରୀକ୍ଷଣ ସକରାତ୍ମକ ରହିଥିବା ସେ କହିଛନ୍ତି।।

ଭାରତ ଓ ଇସ୍ରାଏଲର ବୈଜ୍ଞାନିକଙ୍କ ମଧ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଆଦାନ ପ୍ରଦାନ ହୋଇ ପାରିବ। ଟିମ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ କାମ କରିବ। ଇସ୍ରାଏଲ ଡାକ୍ତର ରୋବଟିକ୍ ଉପକରଣ ଓ ରିଷ୍ଟ ମନିଟର ନିଜ ସହିତ ଆଣିଛନ୍ତି ଯାହା ଡାକ୍ତର ଓ ନର୍ସଙ୍କ ମଧ୍ୟରେ ସଂକ୍ରମଣର ବିପଦକୁ କମ୍ କରିବ।

ଏହା ବ୍ୟତୀତ ଟିମ୍ ଗୁରୁତର ଲକ୍ଷଣ କରୋନା ରୋଗୀଙ୍କ ସାହାଯ୍ୟ ପାଇଁ ୮୩ ଉନ୍ନତ ଶ୍ଵାସଯନ୍ତ୍ର ନେଇକି ଆସିଛନ୍ତି। ରାଷ୍ଟ୍ରଦୂତ କହିଛନ୍ତି  ଇସ୍ରାଏଲରେ ଏହି ସବୁ ଡାକ୍ତରୀ ଉପକରଣର ରପ୍ତାନୀ ଉପରେ କଟକଣା ଲାଗୁ ହୋଇଛି ମାତ୍ର ସ୍ଵତନ୍ତ୍ର ରିଆତି ମାଧ୍ୟମରେ ଭାରତକୁ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି।

କୋଭିଡ୍-୧୯ ଅନୁସନ୍ଧାନ ଓ ବିକାଶରେ ଉଭୟ ଦେଶ  ପରସ୍ପରକୁ ସହଯୋଗ କରିବେ ବୋଲି ନିଷ୍ପତ୍ତି ହୋଇଛି। ଭାରତରେ ରାପିଡ ଟେଷ୍ଟ ପାଇଁ ଇସ୍ରାଏଲ ଟିମ୍‌କୁ ଅନୁମତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମଧ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଥିଲା।

   Related Posts