ମିସାଇଲ୍ ଆକ୍ରମଣରୁ ବର୍ତ୍ତିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ

Published By : Prameya-News7 Bureau | December 26, 2019 IST

ସ୍ରାଏଲ୨୬/୧୨: ମିସାଇଲ୍ ଆକ୍ରମଣରୁ ବର୍ତ୍ତିଲେ ଇସ୍ରାଏଲ୍  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଏକ ସଭାରେ ଭାଷଣ ଦେବାବେଳେ ଗାଜା ଷ୍ଟ୍ରିପ୍ ପଟୁ ଏକ ମିସାଇଲ୍ ଆକ୍ରମଣ କରାଯାଇଥିଲା । ଏହା ସଭାସ୍ଥଳର ଆଖପାଖରେ ପଡିବାର ସମ୍ଭାବନା ଥିବାରୁ ସୁରକ୍ଷା ଦୃଷ୍ଟିରୁ ସଙ୍ଗେସଙ୍ଗେ ନେତନ୍ୟାହୁଙ୍କୁ ଏକ ବଙ୍କର ମଧ୍ୟକୁ ନିଆଯାଇଥିଲା । 

ନେତନ୍ୟାହୁ ସ୍ଥାନୀୟ ଅଞ୍ଚଳରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ ଦେଉଥିଲେ । ଗାଜା ଷ୍ଟ୍ରିପ୍ ରୁ ଛଡାଯାଇଥିବା ଏହି ମିସାଇଲ୍ ର ଟାର୍ଗେଟ୍ ଏସ୍କେଲନ୍ ସହର ଥିଲା । ଯାହା ପାଲେଷ୍ଟାଇନ୍  ଅଞ୍ଚଳ ଠାରୁ ମାତ୍ର ୧୨ କିମି ଦୂରରେ ଥିଲା । ଏହି ମାସାଇଲ୍ କୁ ଇସ୍ରାଏଲ୍  ନିଜ ଆଇରନ୍ ଡୋମ୍  ଡେଫେନ୍ସ ସିଷ୍ଟମ୍  ଦ୍ବାରା ଅକାମୀ କରି ଦେଇଥିଲେ।   ପରେ ଇସ୍ରାଏଲ୍ ପକ୍ଷରୁ ଗାଜା ଷ୍ଟିପ୍  ଉପରେ କେତେକ ରକେଟ୍ ମାଡ କରାଯାଇଛି ।   ମିସାଇଲ୍ ଆକ୍ରମଣରୁ ବର୍ତ୍ତିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.