Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଭାରତ ପାଇଁ ପ୍ରାର୍ଥନା : ଇସ୍ରାଏଲ୍ ଲୋକେ ଜପୁଛନ୍ତି ‘ଓମ୍ ନମଃ ଶିବାୟ’, ଭାଇରାଲ ହେଉଛି ଭିଡିଓ

7/05/2021 at 12:41 PM

ଇସ୍ରାଏଲ ୭/୫ : ଭାରତର କରୋନା ସ୍ଥିତି ଏବେ ପୂରା ବିଶ୍ୱକୁ ଚିନ୍ତାରେ ପକାଇଛି । ଗତ କିଛି ଦିନ ହେବ ଭାରତରେ ପ୍ରତିଦିନ ଦୈନିକ ୩ରୁ ୪ ଲକ୍ଷ ନୂଆ ମାମଲା ବାହାରୁଛି । ଦେଶର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା ପାଇଁ ଏବେ ଲୋକଙ୍କ ସ୍ଥିତି ବିଗଡାଇବାରେ ଲାଗିଛି । ତେବେ ଏହାକୁ ସୁଧାରିବାକୁ ସବୁ ସ୍ତରରେ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ବଲିଉଡ ତାରକା, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ନେତା ପ୍ରୟାସ କରିବାରେ ଲାଗିଛନ୍ତି ।

ତେବେ ଭାରତ ବାହାରେ ମଧ୍ୟ ସହାୟତାର ହାତ ବଢାଯାଉଛି । ବିଭିନ୍ନ ଦେଶ ଟିକା ନିରାଣ କରିବାକୁ କଞ୍ଚାମାଲ ଓ ସାମଗ୍ରୀ ସବୁ ପଠାଉଛନ୍ତି । ଏହାରି ଭିତରେ ଇସ୍ରାଏଲରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ, ଦେଶର ଶହ ଶହ ଲୋକ ଏକାଠି ହୋଇ ‘ଓମ୍ ନାମ ଶିବାୟ’ ଜପ କରୁଥିବା ଦେଖିବାକୁ ମିଳିିଛି । ଏହି ଭିଡିଓକୁ ପୱନ କେ ପାଲ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରିଛନ୍ତି ।

ସେ ଇସ୍ରାଏଲର ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଭାରତୀୟ ବୈଦେଶିକ ସେବା ୨୦୧୭ର ପାସଆଉଟ୍ । ଉଲ୍ଲେଖନୀୟ କଥା , ଇସ୍ରାଏଲ ଏବଂ ଭାରତର ଲୋକମାନଙ୍କର ମଧ୍ୟ ଆଧ୍ୟାତ୍ମିକ ସଂଯୋଗ ଅଛି । ଅନେକ ଇସ୍ରାଏଲ୍ ଯୁବକ ପ୍ରତିବର୍ଷ ଭାରତକୁ ଆସନ୍ତି ଏବଂ ହିମାଚଳ ପ୍ରଦେଶରେ କୌସଲ, କଲଗା, ମାଲାନା ପରି ସ୍ଥାନରେ ଅଟକି ଥାଆନ୍ତି । ବିଶ୍ୱାସ ଅଛିକି, ଇସ୍ରାଏଲରେ ତିନି ବର୍ଷର ସାମରିକ ତାଲିମ ପରେ, ଭାରତର ପର୍ବତରେ କିଛି ସମୟ ଶାନ୍ତି ବିତାଇବାକୁ ଏଠାକୁ ଆସିଥାନ୍ତି । ସୂଚନାଥାଉକି, କିଛି ସମୟ ପୂର୍ବରୁ ଇସ୍ରାଏଲ୍ ନିଜକୁ କରୋନା ମୁକ୍ତ ଦେଶ ଘୋଷଣା କରିଥିଲା । ଇସ୍ରାଏଲ୍ ଏହାର ବ୍ୟାପକ ଟୀକାକରଣ ଅଭିଯାନ ପରଠାରୁ କରୋନା ଜୀବାଣୁ ପ୍ରତିବନ୍ଧକରେ କୋହଳ କରାଯାଇଛି ।

   Related Posts