ବଡ ଖୁଲାସା : ଇରାନ କମାଣ୍ଡର କାସିମ ସୁଲେମାନୀକୁ ମାରିବାରେ ଆମେରିକାକୁ ସାହାଯ୍ୟ କରିଛି ଇସ୍ରାଏଲ !

Published By : Prameya-News7 Bureau | January 14, 2020 IST

ଓ୍ବାଶିଂଟନ୍ ୧୪।୧: ଇରାନୀ ସେନାର ସର୍ବୋଚ୍ଚ ଜେନେରାଲ କାସିମ ସୁଲେମାନୀର ମୃତ୍ୟୁ ପରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢିଯାଇଛି । ଏହାର ପ୍ରତିଶୋଧ ନେବାପାଇଁ ଇରାକ୍ ରେ ଥିବା ଆମେରିକାର ଏୟାରବେସ୍ ଉପରେ ଇରାନ ଲଗାତର ମିସାଇଲ ଆକ୍ରମଣ କରିଚାଲିଛି । ଯାହା ଫଳରେ ଦୁଇ ଦେଶ ମଧ୍ୟ ସଂପର୍କ ଆହୁରି ଖରାପ ଦିଗରେ ଗତି କରୁଛି ।

{"id":210912,"sizeSlug":"large"}

ଏଭଳି ସ୍ଥିତିରେ ଏମିତି ରିପୋର୍ଟ ଆସିଛି ଯାହା ଆମେରିକା ସହ ଇସ୍ରାଏଲ ସହ ମଧ୍ୟ ଇରାନ୍ ର ତିକ୍ତତା ବୃଦ୍ଧି ପାରିପାରେ । ରିପୋର୍ଟ ଅନୁସାରେ ଯେଉଁ ସୁଲେମାନୀର ମୃତ୍ୟୁ ପରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଛି ସେହି ସୁଲେମାନୀକୁ ମାରିବାରେ ଇସ୍ରାଏଲର ପ୍ରମୁଖ ଭୂମିକା ରହିଛି ।

{"id":210913,"sizeSlug":"large"}

ଏକ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କାସିମ ସୁଲେମାନୀକୁ ମାରିବାରେ ଆନ୍ତରିକ ଭାବେ ଇସ୍ରାଏଲ ଆମେରିକାକୁ ସାହାଯ୍ୟ କରିଛି । ରିପୋର୍ଟ ଅନୁସାରେ ଜାନୁଆରୀ ୩ ତାରିଖରେ ଜେନେରାଲ କାସିମ ସୁଲେମାନୀକୁ ମାରିବାକୁ ଆରମ୍ଭ କରାଯାଇଥିବା ଅପରେସନରେ ଇସ୍ରାଏଲ କେତେକ ଗୁଇନ୍ଦା ସୂଚନା ଆମେରିକୀୟ ଏଜେନ୍ସୀକୁ ପ୍ରଦାନ କରିଥିଲା । ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋରର ସର୍ବୋଚ୍ଚ ଜେନେରାଲ କାସିମ ସୁଲେମାନୀ ସିରିୟା ବିମାନ ବନ୍ଦରରେ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଇସ୍ରାଏଲ ଏହାକୁ ସ୍ପଷ୍ଟ କରିବାରେ ସାହାଯ୍ୟ କରିଥିଲା । ସ୍ପଷ୍ଟ ସୂଚନା ମିଳିବା ପରେ ଅପରେସନକୁ ଆଗକୁ ବଢାଯାଇଥିଲା ।

{"id":210917,"sizeSlug":"large"}

ସୁଲେମାନୀକୁ ମାରିବା ପାଇଁ ଆମେରିକୀୟ ଏଜେନ୍ସୀ ବର୍ଷ ବର୍ଷ ଧରି ଅପରେସନ ଚଳାଇଥିଲେ । ଆମେରିକୀୟ ଏଜେନ୍ସୀ ବହୁ ଦିନରୁ ସୁଲେମାନୀର ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ । ସେ କେଉଁଠିକୁ ଯାଉଛି, କେତେ ଲୋକଙ୍କ ସହ ଯାଉଛି, ସୁରକ୍ଷାର କଣ ବ୍ୟବସ୍ଥା କରାଯାଇଛି ଏବଂ ସେମାନଙ୍କ ବେସ୍ କେଉଁ କେଉଁ ସ୍ଥାନରେ ରହିଛି ତାର ସବିଶେଷ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହିସବୁ ସୂଚନା ଆମେରିକୀୟ ଏଜେନ୍ସୀ ପୂର୍ବରୁ ହିଁ ସଂଗ୍ରହ କରିସାରିଥିଲା । ଆମେରିକୀୟ ଏଜେନ୍ସୀ ଏସବୁର ବିଶ୍ଳେଷଣ କରିବା ପରେ ହିଁ ସୁଲେମାନୀକୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କଲା ।

{"id":210918,"sizeSlug":"large"}

ଇରାନ୍ ପୂର୍ବରୁ ଇସ୍ରାଏସକୁ ଦେଶର ଶତ୍ରୁ ଏବଂ ଆମେରିକାର ଏଜେଣ୍ଟ ବୋଲି ଭାବୁଥିଲା । ଏଥିଯୋଗୁଁ ଇରାନ୍ ପକ୍ଷରୁ କୌଣସି ଆକ୍ରମଣ ଆଶଙ୍କା କରି ଶୁକ୍ରବାର ଦିନ ଇସ୍ରାଏଲର ଦୁଇଟି ଏଫ-୩୫ ଲଢୁଆ ବିମାନ ଇରାକ୍-ସିରିୟା ସୀମାରେ ଥିବା ହଶେଦ ଅଲ୍ ଶବି ପାରାମିଲିଟାରୀ ଫୋର୍ସ ଆଡ୍ଡା ଉପରେ ଆକ୍ରମଣ କରିଦେଇଥିଲା ।

{"id":210919,"sizeSlug":"large"}

ଏମିତିରେ ଆମେରିକା ଏବଂ ଇରାନ୍ ମଧ୍ୟରେ ନିଆଁ ଲାଗିଥିବା ବେଳେ ଏହି ସମୟରେ ଏୟାରଷ୍ଟ୍ରାଇକ୍ କରି ଇସ୍ରାଏଲ ସେହି ନିଆଁରେ ଘିଅ ଢାଳିବାର କାମ କରିଦେଇଛି । ଏହି ଆକ୍ରମଣ ପରେ ଇରାନ୍ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ଆହୁରି ବଢିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.