ସାଉଦୀ କ୍ରାଉନ ପ୍ରିନ୍ସ ସଲମାନଙ୍କୁ ବିବାହ କରିବାର ପ୍ରସ୍ତାବ ଦେଲେ ଇସ୍ରାଇଲି କମେଡିଆନ

Published By : Prameya-News7 Bureau | March 04, 2019 IST

wp:heading {"level":5}
ସାଉଦୀ ଆରବର ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ଇସ୍ରାଇଲର ଜଣେ ଖ୍ୟାତନାମା କମେଡିଆନ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ରିପୋର୍ଟ ଅନୁସାରେ ଇସ୍ରାଇଲ ମହିଳା କମେଡିଆନ “ନୋୱାସ ଶୁସ୍ତର ଇଲିୟାସି” ଏକ କାର୍ଯ୍ୟକ୍ରମରେ ସାଉଦୀର ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ଇସ୍ରାଇଲର ଏହି ହାସ୍ୟ ଅଭିନେତ୍ରୀ, ଟିଭି ଚ୍ୟାନଲ-୨୪ରେ ଏକ ସାକ୍ଷାତକାରରେ ଏହି ବିବାହ ବିଷୟରେ କହିଥିଲେ।
/wp:heading {"id":90546,"width":595,"height":371}

ସେ କହିଥିଲେ ଯେ ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ବିବାହ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। କୌଣସି ପୁରୁଷ ଜଣେ ଲମ୍ୱା ମହିଳାଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି ନାହିଁ। ତାଙ୍କର ମଧ୍ୟ ସେହି ଅବସ୍ଥା, କିନ୍ତୁ ଘରେ ତାଙ୍କୁ ବିବାହ କରିବା ପାଇଁ ଚାପ ପକାଉଛନ୍ତି। ସେ ଏମିତି ଜଣଙ୍କୁ ବିବାହ କରିବା ପାଇଁ ଚାହାନ୍ତି ଯିଏ ସମ୍ପୂର୍ଣ୍ଣ ରୂପରେ ତାଙ୍କ ଭଳି ହୋଇଥିବ। ତେଣୁ ସେ ମହମ୍ମଦ ବିନ ସଲମାନଙ୍କୁ ବିବାହ କରିବା ପାଇଁ ଚାହାନ୍ତି ବୋଲି କହିଥିଲେ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.